Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Others

2  

Bidyutprabha Gantayat

Others

ଗଜଲ -ଖେଳ

ଗଜଲ -ଖେଳ

1 min
1.3K



***

ତୁମେ ପଚାରିବ ମୁଁ କହୁଥିବି,

ତୁମେ କହୁଥିବ ମୁଁ ଶୁଣୁଥିବି,

ଚାଲିଥିବ ଇଏ ଖେଳ l

ତୁମ କୁହା କଥା ଯଦି କହିଦେବି,

ତୁମ ମନକଥା ଯଦି ପଢ଼ିଦେବି,

ବିଗିଡି ଯିବ ଏ ଖେଳ ।

ତୁମ ଅନୁଦାନେ ଧନ୍ୟ ମଣୁ ଥିବି,

ତୁମେ ଆଜ୍ଞା ବିନା ପାଦେ ନ ଚାଲିବି,

ଚାଲି ଥିବ ଇଏ ଖେଳ l

ଯଦି ଠିଆ ହୋଇ ସଳଖି ଚାଲିବି,

ମୁହଁ ଖୋଲି ନିଜ କଥା କହିଦେବି,

ବିଗିଡି ଯିବ ଏ ଖେଳ ।

ସବୁ ଶୁଣୁଥିବି କିଛି ନ କହିବି,

ସବୁ ଦେଖୁ ଥିବି ଆଖି ବୁଜିଦେବି,

ଚାଲିଥିବ ଇଏ ଖେଳ l

ଅଙ୍ଗେ ନିଭି ଦୁଃଖ ନିରବ ନ ହେବି,

ମନକୁ ବାଧିଲେ ମୁହଁ ଖୋଲି ଦେବି,

ବିଗିଡି ଯିବ ଏ ଖେଳ ।

ପଥରରୁ ପ୍ରାଣ ଫେରି ମୁଁ ପାଇବି,

ପୁଣି ପୌରୁଷ ର ଯଶ ଗାଉଥିବି,

ଚାଲି ଥିବ ଇଏ ଖେଳ l

ପଥରରୁ ପ୍ରାଣ ଯେବେ ମୁଁ ପାଇବି,

ବିନାଦୋଷେ ଦଣ୍ଡ ପାଇଲି କହିବି,

ବିଗିଡି ଯିବ ଏ ଖେଳ ।

. *****

ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in