STORYMIRROR

Akshayakumar Dash

Children Stories Inspirational

3  

Akshayakumar Dash

Children Stories Inspirational

ଯୋଗ୍ୟତା

ଯୋଗ୍ୟତା

2 mins
587

ଜଣେ ଚିତ୍ରକାର ଉଦିତ ସୂର୍ଯ୍ୟଙ୍କର ଚିତ୍ରଟିଏ ଆଙ୍କିବସିଲେ ।ଚିତ୍ରଆଙ୍କି ମନରେ ଭାବିଲେ ତାଙ୍କ ଚିତ୍ରକଳାକୁ ଲୋକମାନେ କେତେ ପସନ୍ଦ କରୁଛନ୍ତି ।ଏଥିପାଇଁ ଆଉ ଏକ ବୋର୍ଡରେ ଲେଖିଲେ ଯେ, ଯିଏ ଏହି ଚିତ୍ରକଳା ପସନ୍ଦ କରୁଛନ୍ତି ତେବେ ଲାଲ ଗୋଡିଟିଏ ଥୋଇଦେଇ ଯାଆନ୍ତୁ ।ଯଦି ପସନ୍ଦ କରୁନାହାନ୍ତି ତେବେ କଳାଗୋଡି ରଖନ୍ତୁ । ଏହାଲେଖି ଲୁଚିରହିଲେ ।ଲୋକମାନେ ଆସି ଦେଖିଲେ ଓ ବୋର୍ଡରେ ଲେଖାହୋଇଥିବା ସୂଚନାକୁ ପଢିଲେ । ସୁନ୍ଦର ଛବି ଦେଖି ପସନ୍ଦ କରି ବୋର୍ଡକୁ ପଢି ଅଳ୍ପ ଲୋକ ନାଲି ଗୋଡି ଥୋଇଲେ ।ବହୁତ ଲୋକବୋର୍ଡରେ ଲେଖାହୋଇଥିବା ସୂଚନା ନପଡ଼ି କଳା ଗୋଡି ଥୋଇଦେଇ ଗଲେ ।


ଚିତ୍ରକାର ଆସି ଦେଖି ନିଜ ସାଧନାର ଅସମର୍ଥତା ବୋଲି ନିଜକୁ ଭାବି ମନଦୁଃଖ କଲେ ।ଜଣେ ସାଧୁ ସେଇବାଟ ଦେଇ ଯାଉଥିଲେ ।ସୁନ୍ଦର ଦୃଶ୍ୟକୁ ଦେଖି କଳାକାରଙ୍କୁ ତାରିଫ କଲେ ।ଚିତ୍ରକାର ମନଦୁଃଖରେ ସାଧୁଙ୍କୁ ସମସ୍ତ ବୃତାନ୍ତ କହିଲେ । ସାଧୁ ସମସ୍ତ ବୁଝି ଚିତ୍ରକାରକୁ କହିଲେ ଏପରି ନଲେଖି ଲେଖନ୍ତୁ ଚିତ୍ରଟି ଯଦି ସୁନ୍ଦର ନଲାଗୁଛି ତେବେ ସୁନ୍ଦରଭାବରେ ଆଙ୍କିଦେଇପାରି ମୋର ଦୋଷ ତ୍ରୁଟି ଦେଖେଇ ମତେ ସାହାଯ୍ୟ କରନ୍ତୁ । ଚିତ୍ରକାର ତାହା ଲେଖିଲେ ଓ ଲୋକଙ୍କ ପରାମର୍ଶ ଲୋଡିଲେ । ଲୋକମାନେ ଆସିଲେ ବୋର୍ଡ ପଢିଲେ ଚିତ୍ରକୁ ଦେଖି ଚିତ୍ରକାରଙ୍କୁ ପ୍ରଶଂସା କଲେ କୌଣସି ଦୋଷ ଦେଖିବାକୁ ନପାଇ ଧନ୍ୟବାଦ ଦେଇ ଚାଲିଲେ । କିଏ ଜଣେ ଦର୍ଶକ ସୁନ୍ଦର ଦୃଶ୍ୟକୁ ନଜର ନଲାଗିବାକୁ କଳାଟିପାଟିଏ ଦେଇଥିଲେ ।


ଏବେ ସାଧୁ ଚିତ୍ରକାରଙ୍କୁ କହିଲେ ତୁମଚିତ୍ର ଲୋକମନେ ପସନ୍ଦ କରୁଛନ୍ତି । ତୁମର ସନ୍ଦେହ ଦୂର ହୋଇଛି ।ଚିତ୍ରକାର କହିଲେ ମତେ ସନ୍ତୁଷ୍ଟ ଲାଗୁନାହିଁ । କାରଣ ମୁଁ ଜଣେ ନୂଆ ଚିତ୍ରକାର ।ଲାଗୁଛି ଚିତ୍ରଟିର କିଛି ବାକି ରହିଛି ।ଏବେ ସାଧୁ କହିଲେ ଭଲକଥା ତୁମେ ପ୍ରଥମେ ତୁମ ଚିତ୍ରକୁ ନେଇ ସନ୍ତୁଷ୍ଟ ରୁହ କାରଣ ଲୋକଙ୍କ ପ୍ରଶଂସା ଠାରୁ ନିଜ ଉପରେ ନିଜକାମରେ ଖୁସି ରହିବା ଉଚିତ । ହୁଏତ ତୁମର ନିଷ୍ଠାପର ଚିତ୍ର ଅଙ୍କିବାର କଳା ଜଣେ ପ୍ରତିଷ୍ଠିତ ଚିତ୍ରକାରର ସନମାନ ପାଇବ । ଚିତ୍ରକାର ସାଧୁଙ୍କ ବାଣୀର ମର୍ମ ବୁଝି ନିଜଉପରେ ବିଶ୍ୱାସରଖି ଚତ୍ର ଅଙ୍କିବା କର୍ମରେ ବ୍ରତୀ ରହିଲେ । ଭବିଷ୍ୟତରେ ସେ ଜଣେ ପ୍ରଖ୍ୟାତ ଚିତ୍ରକାର ହେଲେ ।



Rate this content
Log in