STORYMIRROR

Lopamudra Parida

Children Stories Drama Inspirational

4.6  

Lopamudra Parida

Children Stories Drama Inspirational

ଉପହାର

ଉପହାର

3 mins
418



ମା 'କୁ ରିମା ଆଣ୍ଟି ବରଷକେ ଦିନେ ଅଧେ ଗୋଟେ ଦିନ ପକ୍କା ପଚାରିବେ, କ'ଣ ଆଜି ଆଉ ସ୍ପେସାଲ୍ ଭେଟି ମିଳିଲା, ହମ୍ ।ଆଜିର ଉପହାରଟି ଆଦାୟ କରିବାକୁ ନ ଭୁଲ ଯେମିତି ।ପୁରା ହକ୍ ସେ ।ତମେ ଟିକେ ବୋକି ନା ।ଆଜ୍ ୱେଲ୍ ୱିସର୍ ବତେଇବାକୁ ପଡେ ।


ଏଁ, ମୋ ମା କାଇଁ ବୋକି ହବ ମ ! ନିଜେ ଫୁଲେଇ ।କହିଦେବି ଭାବେ, ହେଲେ ମା'ର ନାଲି ଆଖି ଡରରେ କିଛି କହେନି।


ଆଉ ଦିନେ ଦିନେ ନିଜେ ହି କହି ହଉଥିବେ ,ସି ଦିସ୍ ।ଅନକଟ୍ ଡାଇମଣ୍ଡ ।ଟ୍ବେନ୍ଟି ଫୋର୍ କ୍ଯାରେଟ୍ ପେନ୍ଣ୍ଡାନ୍ଟ ।ଆମ ଆନିଭର୍ସାରୀ ତ ।


ଆଉ ଦିନେ ମଣି ବନ୍ଧ କୁ ନଚେଇ ତଳ ଉପର କରି ବଖାଣି ବସିବେ ,ସି ଦିସ୍ ।ପିୱର୍ ପ୍ଲାଟିନମ୍ ବ୍ରେସ୍ଲେଟ୍ ।ସେ ଦେଇଛନ୍ତି ।ଫର୍ ମାଇ ବର୍ଥ ଡେ ।


ଲାଜାନ୍ତି କି ଅଭିନୟ କରନ୍ତି ସେ ନିଜେ ଦ୍ବିବିଧା ରେ ।ଚେହେରା ରେ ରଙ୍ଗ ପୋତିଲେ କଣ ମନରେ ରଙ୍ଗ ଲାଗିଯାଏ କି ।ତାଙ୍କ ଆଖି ର ରଙ୍ଗ କିନ୍ତୁ ରକ୍ତିମ ଦିଶେ ଚିବୁକ ସହ ।


ବର୍ଷକୁ ଚାରିଥର ତାଙ୍କର ଜନ୍ମ ଦିନ ପଡୁଥାଏ ।ଥରେ ତାରିଖ, ଥରେ ନକ୍ଷତ୍ର ଆଉ ଦି ଥର ବୋନସ୍ ।


ଗହ୍ମା ପୁନେଇଁ କୁ ସଖୀ ମାନେ ପଚାରିବେ, କ'ଣ ଆଜି କେତେ ରୋଜଗାର ହେଲା ।ଭାଇ ଠୁ କେତେ ଝଡେଇଲ ସବୁ ??


ଅଦ୍ଭୁତ ପ୍ରଶ୍ନ ସବୁ ।ଆ ଲୋ ,ନିଜ ଭାଇ ଠୁ କାଇଁ କିଏ ଝଡାଏ ।ବାପା, ଭାଇଙ୍କ ପକେଟ ସେମିତି ସବୁବେଳେ ଭରାପୁରା ଥାଉ ,ସେମିତି ରେ ତ ମୋ ଭାଇ ମୋ ଠୁ ଢେ.....ର୍ ଛୋଟ ।


ବାପା ଆମ ସାଙ୍ଗରେ ସାଙ୍ଗ ପରି ମିଶନ୍ତି ତ ତାଙ୍କୁ ସେଦିନ କହିଲି ,ଆଛ୍ଛା ବାପା ତମେ ମା କୁ କଣ ଗୋଟେ ଉପହାର ଦଉନ ?ବାପା ସର୍ବଜ୍ଞାତା ପରି କହିଲେ, କାଇଁ ଦେଇନି କି ? ପଚାରୁନୁ ତୋ ମା କୁ ? 


ମୁଁ ମା ମୁହଁ କୁ ଚାହିଁଲାରୁ ମା ଖାଲି ବାପା ଙ୍କୁ ଅନେଇ ହସିଦେଇ ଗଲା ତା' ଅସରା କାମ ସାରିବାକୁ ।ବାପା ମତେ କୋଳେଇକି କହିଲେ, ମୋ ମା ଯୋଉଦିନ ବଡମଣିଷ ହବ,ଭଲ ମଣିଷ ହବ,ପାଞ୍ଚ ଜଣରେ ଜଣେ ହେଇ ଠିଆ ହବ,ଦେଶ ଜାତି ର ନାଁ ରଖିବ ,ଯୋଉଦିନ ମୁଁ ଦାଣ୍ଡ ରେ ଗଲାବେଳେ ଲୋକେ କହିବେ ହେଇଦେଖ ସେ ମହାଶୟ ଅମୁକ ଆଜ୍ଞା ଙ୍କର ବାପା ,ଯୋଉଦିନ ତୋ ନାଁ ରେ ମୁଁ ଆଉ ତୋ ବୋଉ ଜଶସ୍ବୀ ହବୁ ସେଇ ହବ ଆମ ଉପହାର । ପରୋପକାରୀ ହ,ସମସ୍ତଙ୍କର ମଙ୍ଗଳ ହଉ ତୋ ହାତରେ ।ଅହଂ ତତେ ନ ଛୁଁ ।ନମ୍ର ହ ଫଳନ୍ତି ଗଛ ପରି ।


ମତେ ଭାରି ଭଲ ଲାଗେ ବା

ପା ମୋ ମୁଣ୍ଡ ଆଉଁସି ଦେଲେ ।ଏଇଟା ମୋର ମହାର୍ଘ୍ଯ ମୁହୂର୍ତ୍ତ ।ହାତଛଡା କରେନି କେବେ ।ଏଇଟା ମୋର ଡେଲିକିଆ ଉପହାର ।ଖାଲିଖାଲିଆ ଲାଗେ ୟା ବିନା ଦିନ ଟେ ବି ।


ବାପା ମତେ ଆଉ ବାପା ଙ୍କୁ ଖୋଇ ବି ଦଉ ।ଏକାଠି ନ ଖାଇଲେ ବାପା ଙ୍କ ସାଙ୍ଗରେ ପେଟ କୋଉ ପୁରେ କି ।ମୁଁ ବାପା ଙ୍କୁ ଖୋଇଦେଲେ ବାପା ମତେ ଛଳଛଳ ଆଖିରେ ଚାହାନ୍ତି ।କହନ୍ତି ତୁ ମୋ ମା' ।ମତେ ଭାରି ଭଲ ଲାଗେ ।


******


ଆସିରା ବି ବହୁତ ଉପହାର ପାଏ । ତା' ମମୀ ଡାଡି ରଖିଥାନ୍ତି ତା'ପାଇଁ ।ଭଳିକି ଭଳି ନୂଆ ଜାମା, ଜୋତା,ଖେଳନା,ହେଡ୍ କ୍ଲିପ୍ ।


ଆସିରା ସେଦିନ ସ୍କୁଲ ଆନୁଆଲ୍ ଫନ୍କସନ୍ ରେ ସବୁଠୁ ବେଶୀ ପୁରଷ୍କାର ପାଇଲା ।ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍ ।କପ୍, ସିଲ୍ଡ, ପ୍ରଶଂସା ପତ୍ର ଧରିବାକୁ ତା' ହାତରେ ଯାଗା ନ ଥିଲା ।ଥର ଥର କି ମଞ୍ଚ କୁ ଯାଉଥାଏ ଆସୁଥାଏ ।ଅଲ୍ ରାଉଣ୍ଡର୍ ଆସିରା ।ହେଡ୍ ସାର୍ ତା ମୁଣ୍ଡ ରେ ହାତ ରଖି ଜଶସ୍ବୀ ଭବ କହୁଥାନ୍ତି ।ସିଏ ଆମର ସଂସ୍କୃତ ସାର୍ ନା ସେଥିପାଇଁ ।


ମୋର ଚିତ୍ର ଆଉ ଡ୍ରାମା ,ଆଉ ଗୀତ ରେ ପୁରସ୍କୃତ ହବାର ଥାଏ ।


ବାର୍ଷିକ ଉତ୍ସବ ପରେ ଆମେ ଏକାଠି ହେଲୁ ।ଆସିରା ମୋ ଭଲ ସାଙ୍ଗ ବୋଲି ବାପା ବୋଉ ତାକୁ ବି ସ୍ନେହ ଆର୍ଶିବାଦ କଲେ । ବାପା ମୋ ହାତରୁ କପ୍ ଟି ନେଇ ବୋଉ କୁ ଦେଇ କହିଲେ ତୋ ବୋଉ ର ଏଇ ହେଲା ଉପହାର ।


ସେ ମତେ କାଇଁ ହଠାତ୍ କହିଲା, ତୁ ଭାରି ଲକି ଟେ ଲୋ ।


ମୁଁ କାବା ହେଲି, ସବୁ ପ୍ରାଇଜ୍ ପାଇଲା ସିଏ ମତେ କଣ ଏମିତି କହୁଛି ।ଏତେ ପୁରଷ୍କାର ତ ତା ମାମୀ ........ଆମ ରିମା ଆଣ୍ଟି ମ , ଆଉ ନିତିନ ଅଙ୍କଲ୍ .......ତା ' ଡାଡିଙ୍କ ପାଇଁ ସବୁଠୁ ବଡ ଉପହାର ହବ ।ସେମାନେ ଢେର୍ ଖୁସି ହେବେ, ହେଲେ ଏ ଯାଏ ଆସିଲେନି କାଇଁ ।ଫନ୍କସନ୍ ବି ସରିଗଲା ।


ଆସ୍ତେ କି କହିଲା, ମୋ ମାମୀ, ଡାଡି ଆଜି ବି ତାଙ୍କ ପାର୍ଟିରେ ବିଜି ।ମୋ ପାଇଁ ଟିକେ ସମୟ ......ମୋ ପାଇଁ ବଡ ଉପହାର ହନ୍ତା ।


ମୋ ବୋକା ବୋକା ଚାହାଁଣୀ ଦେଖି କହିଲା ,

ତୁ ବୁଝିପାରିବୁନି, ଛାଡ୍ ।


ତାଙ୍କ ଡ୍ରାଇଭର୍ ଡାକିଲା, ସାନ ମା ,ଆସ ।ଏପଟେ ଗାଡି ଅଛି ।


ତଳ ମୁହାଁ ଲୁହ ସବୁ ।


ଆମେ ରିକ୍ସା ପାଇଁ ଠିଆ ହେଲୁ ।



Rate this content
Log in