ଉପଢୌକନ
ଉପଢୌକନ
ସାହିତ୍ୟ ବଂଧୁ ଢିପା ମାଷ୍ଟ୍ରେ ତରତର ଚାଲୁଛନ୍ତି । ବସଷ୍ଟାଣ୍ଡ ରୁ ବସ ଧରି ଭୁବନଶ୍ୱର ଯିବେ । ଭୁବନେଶ୍ୱରରେ କେତେକ ବନ୍ଧୁଙ୍କୁ ନିମନ୍ତ୍ରିତ କରିବେ । ଢ଼ିପାମାଷ୍ଟ୍ରେ ଯେଉଁମାନଙ୍କୁ ନିମନ୍ତ୍ରଣ କରିବେ ସେମାନଙ୍କୁ ନିଜେ ଗଢିଥିବା କାର୍ମଶାଳା ସାହିତ୍ୟ ସମାଜର ପାର୍ବଣ ଉତ୍ସବରେ ସମ୍ମାନିତ କରିବେ ।
ଦୂରଦୃଷ୍ଟିରେ ଦେଖିବାକୁ ଗଲେ ମାଷ୍ଟ୍ରେ ଏବେ ପ୍ରସ୍ତୁତରେ ଅଛନ୍ତି ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ । ସେଥିପାଇଁ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଲାଗିପଡିଲେ । କହିବା ଯଥାର୍ଥ ନିଜକୁ ପ୍ରସ୍ତୁତ କରିବା ପୂର୍ବରୁ କ୍ଷେତ୍ର ପ୍ରସ୍ତୁତି ପ୍ରଣାଳୀ । ସାହିତ୍ୟ ଏକାଡେମୀର ନିର୍ବାଚନ କମିଟିରେ ଥିବା ସଭ୍ୟ ଯାହାକୁ ଜୁଡି ବୋଲି କୁହନ୍ତି ସେଇ ସଭ୍ୟସଭ୍ୟା ମାନକୁ ଧରି କାକୁତି ମିନତୀ ହୋଇ ଏକାଡେମୀ ପୁରସ୍କାର ପାଇଁ ନାମସୁପାରିସ କରିବା । ପ୍ରକୃତ ପକ୍ଷେ ଜଣେ ସୁସାହିତ୍ୟିକର ପାଠକ ହିଁ ତାଙ୍କର ପୁରସ୍କାର କିନ୍ତୁ କେତେକ ସ୍ଥାନରେ ପ୍ରକୃତ ସାହିତ୍ୟିକ ପୁରସ୍କାରରୁ ବଂଚିତ,କାରଣ ଏହି ଗଳିରେ ପଶିବାକୁ ତାଙ୍କ ସ୍ୱାଭିମାନ ବାଧା ଦିଏ । ଢିପା ମାଷ୍ଟର ବଡ ହୁସିଆର ଲୋକ । ବହୁତ ଯତ୍ନର ସହ ଏ କ୍ଷେତ୍ରରେ ଆଗକୁ ମାଡନ୍ତି ।
