STORYMIRROR

sushama Parija

Children Stories Inspirational

4  

sushama Parija

Children Stories Inspirational

ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ

1 min
258


 ତୁମ ପରି ଛୋଟ ପିଲାଟିଏ 

ଷୋଳ ବର୍ଷ ର ହୀରା ସିଏ 

ନାଆଁ ଟି ତାହାର ଗ୍ରେଟା ଥନବର୍ଗ 

ଭାରି ବୁଦ୍ଧି ମତୀ ଝିଅ ସିଏ ।। 

ସୁଇଡେନ୍ ଦେଶେ ଘର ତା’ର 

ବାପା ମାଆ ତା’ର କଳାକାର

 ପିଲାଟି ଦିନରୁ ଗଛ ଲତା ଭୂମି 

ପ୍ରକୃତି କୁ କରେ ସେ ଆଦର ।। 

ଦେଖେ ଯେବେ ଭୂମି ଅବକ୍ଷୟ 

ଅଥବା ପ୍ରାକୃତିକ ବିପର୍ଯ୍ୟୟ

 ଦୂରବସ୍ଥା ଦେଖି ପ୍ରକୃତି ମାଆର 

ହୋଇ ପାରେ ନାହିଁ ମୋଟେ ଥୟ।। 

ବିମାନ ଯାତ୍ରା ରେ ଯିବାବେଳେ

 କିମ୍ବା କଳ କାରଖାନା ଯେବେ ଚାଲେ

 ସିଏ କଳାଧୂଆଁ ଦେଖି ମନେ ଭାଳେ 

ବଡ ବିପଦ ଆସୁଛି ଅବହେଳେ ।। 

ବାୟୁ ରେ ଅଙ୍ଗାରକାମ୍ଳ ଛାଡି 

ସବୁଜ ଘରରେ ଚାଷ କରି 

ଯେତେ ବିଷ ସବୁ ଭରି ପୃଥିବୀ ରେ

 ଦେଉଛନ୍ତି ଲୋକେ ସବୁ ସାରି ।।

 ମନରେ ଭରିଲା ତା’ର କ୍ରୋଧ 

ମାଆଙ୍କୁ କଲା ସେ ଅନୁରୋଧ 

ତୁମେ ଉଡାଜାହାଜ ରେ ଯାଅନାହିଁ ଆଉ 

କରନା ଏ ପୃଥିବୀ କୁ ବରବାଦ ।। 

କହିଲା ବାପା ଙ୍କୁ ସେ ବୁଝାଇ

 କୋଇଲା ଜାଳ କୁ ବନ୍ଦ କର 

ଆମିଷ ଭୋଜନ ପରିତ୍ୟାଗ କର 

ମନେ ମାନବୀୟ ଭାବ ବହି ।। 

ସ୍କୁଲ୍ ରେ ଗଢିଲା ସାଙ୍ଗଦଳ 

ବୁଝାଇଲା ଅଙ୍ଗାରକାମ୍ଳ ର ଖଳ

 “ପରିବେଶ ସୁରକ୍ଷା କର” କହି 

 ସ୍କୁଲ୍ ରେ କରିଲା ହରତାଳ ।।   

ପ୍ଲାକାର୍ଡ୍ ଲେଖିଲା ମାଳ ମାଳ  

“ ବିଶ୍ୱ ତାପନ ନିୟନ୍ତ୍ରଣ କର ”   

ସୁଇଡେନ୍ ଦେଶ ର ସଂସଦ ବାହାରେ 

ଛାତ୍ରଛାତ୍ରୀ ମେଳେ କଲା ହଟ୍ଟଗୋଳ ।। 

ସଂଯୁକ୍ତ ରାଷ୍ଟ୍ର ଆମେରିକା ରେ

 ସବୁ ଦେଶ ମନ୍ତ୍ରୀ ବୈଠକରେ

 ନିଜ ମନ କଥା କହିବା ପାଇଁକି 

ଗ୍ରେଟା ଙ୍କୁ ସେ ଆମନ୍ତ୍ରଣ କଲେ ।। 

ସେଠାରେ କହିଲା ନିଜର ମନକଥା

 “ବିଶ୍ବ ତାପନ” ରୁ ଉଦ୍ଧାର ବ୍ୟବସ୍ଥା 

“ପରିବେଶ ସୁରକ୍ଷା” ରାଷ୍ଟ୍ରଦୂତ ଭାବେ 

ହୋଇଲା ସେ ଗ୍ରେଟା ସମ୍ମାନିତା ।।

 ପିଲାମାନେ ମନ ଦେଇ ଶୁଣ

ଗ୍ରେଟା ର କଥା କୁ କର ଧ୍ୟାନ 

କର ତୁମେ ଗଛ ଲତା ରୋପଣ

 ସଭିଏଁ ମିଳି ଏକତାର ସ୍ୱରେ 

ଗଛ ନ କାଟିବା କର ପଣ ।। 

ଗାଆଁ ଆବର୍ଜନା ନିର୍ମଳ କରିଣ 

ତୁମେ ରୋକ ପରିବେଶ ପ୍ରଦୂଷଣ

 ପ୍ରକୃତି ମାଆ କୁ ସମ୍ମାନ ଦେଇ

 ନିଜେ ସ୍ଵଚ୍ଛତାର ବ୍ରତ କର ଧାରଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍