ତୁମ ବିନା ସବୁ ଶୁନ୍ୟ ଶୋଇବାକୁ ନିଦ, ଆସିବ କେଉଁଠୁ, ତୁ
ତୁମ ବିନା ସବୁ ଶୁନ୍ୟ ଶୋଇବାକୁ ନିଦ, ଆସିବ କେଉଁଠୁ, ତୁ
1 min
5
ତୁମ ବିନା ସବୁ ଶୁନ୍ୟ ଶୋଇବାକୁ ନିଦ, ଆସିବ କେଉଁଠୁ, ତୁମ ପଛେ ପଛେ, ନିଦ ସବୁ ଚାଲି ଗଲେ, ସପନ ସବୁ ମୋ, ଉଜୁଡା ଉଜୁଡା, ନିଦ ନଆସିଲେ, ସପନ କି ଆସେ ଭଲେ । ଖୋଲା ଆଖୂରେ ମୁଁ, ସପନ ବୁଣଇ, ଭାବନାରେ ମୋର, ତୁମ ଛବି ଭାବି ଭାବି, ଦିନ ସପନ ମୋ, ତୁଟି ଯାଏ ପ୍ରିୟେ, ମନେ ମନେ ମୋର, ଆଙ୍କୁଛି ତୁମର ଛବି । ସବୁ କିଛି ଅଛି, ଏଇ ଠାରେ ହେଲେ, ତୁମେ ନାହଁ ପାଖେ, ଘର ଲାଗେ ଖାଲି ଖାଲି, ନିରିଜନ ଲାଗେ, ତୁମ ଡାକ ବିନା, ଟିକିଏ ଶବଦେ, ଚମକଇ ଆଖୂ ମେଲି
