ମା
ମା
ଗାନ୍ଧିଜୀ କସ୍ତୁରବାଙ୍କୁ କହିଲେ “ତୁମେ ଖାଦ୍ୟରେ ଲୁଣ ମିଶାଇ ଖାଇବା ବନ୍ଦ କରିଦିଅ।”
“ଧେତୁ, ଲୁଣ ବିନା ଖାଦ୍ୟ ତ ସୁସ୍ୱାଦୁ ଲାଗେ ନାହିଁ। ଲୁଣ ବିନା କ’ଣ ଖାଦ୍ୟ ଖାଇ ହୁଏ ? ” କସ୍ତୁରବା ଅମଙ୍ଗ ହୋଇ କହିଲେ।
“ତୁମେ ଅବୁଝା ହେଉଛ କାହିଁକି ? ତୁମର ପରା ଦେହ ଖରାପ। କିଛି ଦିନ ଲୁଣ ଛାଡ଼ିଦେଲେ ହୁଏତ ଆରୋଗ୍ୟ ହୋଇପାରନ୍ତ।” ଗାନ୍ଧିଜୀ ଏପରି କହି କସ୍ତୁରବାଙ୍କୁ ବୁଝାଇଲେ।
କସ୍ତୁରବା ଟିକେ ମୁହଁ ଶୁଖାଇ କହିଲେ, “ ଯଦି ତୁମକୁ କିଏ ଲୁଣ ଛାଡ଼ିଦେବାକୁ କହେ, ତୁମେ କ’ଣ ଲୁଣ ଖାଇବା ବନ୍ଦ କରିପାରିବ ? ”
ଗାନ୍ଧିଜୀ ଭାବିଲେ ଏ ତ ଠିକ୍ କଥା ! ପରକୁ କହିବା ଯେତିକି ସହଜ, ନିଜେ କରି ଦେଖାଇବା ସେତିକି ସହଜ ନୁହେଁ । ଏହି କଥାକୁ ନେଇ ସେ ଚିନ୍ତା କରିବାକୁ ଲାଗିଲେ। ଆମେ ଯାହା ଅନ୍ୟକୁ କହୁ, ପ୍ରଥମେ ନିଜେ କରି ଦେଖାଇବା ଉଚିତ୍ । ତେବେ ଯାଇ ଏହା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ। ଏହି କଥାଟି ଗାନ୍ଧିଜୀ ମନେମନେ ବିଚାର କଲେ। କସ୍ତୁରବାଙ୍କୁ ଦେଇଥିବା ଉପଦେଶଟିକୁ ନିଜେ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ କଲେ।
Sanjay Prusty ✍️
