କେତେ କଥା ଆଜି ମନେ ପଡେ
କେତେ କଥା ଆଜି ମନେ ପଡେ
1 min
5
କେତେ କଥା ଆଜି,
ମନେ ପଡେ ହେଲେ,
ମନେ ପଡେ ନାହିଁ,
ପ୍ରଥମ ମିଳନ କଥା ।
କଥା ତ ନ ଥୂଲା,
ଦେଖା ହେବ ବୋଲି,
କେମିତି କେଜାଣି,
ଅଚାନକ ହେଲା ଦେଖା ।
ପ୍ରଥମ ଦେଖାରେ,
ମିଳି ଗଲା ଯେବେ,
ତୃଷାରେ ଆତୁର,
ପ୍ରଣୟର ଚାରି ଆଖୁ,
ଯୌବନର ସେଇ,
ପହିଲି ବୟସେ,
ମଳୟ ପରଶେ,
ବେପଥୁ ରହିଲା ସାକ୍ଷୀ ।
ଶବଦ ନ ଥୂଲା,
ନିରବ ନିଶବ୍ଦ,
ତୁମ ଦୁଇ ଆଖି,
କେତେ କଥା କହି ଗଲା
ସବୁ କଥା ଆଜି,
ମନେ ପଡେ ହେଲେ,
ମନେ ପଡେ ନାହିଁ,
ପ୍ରଥମ ମିଳନ ବେଳା ।।
