ତୁଚ୍ଛା ମାଠିଆ ମିଶ୍ର
ତୁଚ୍ଛା ମାଠିଆ ମିଶ୍ର


ଉତ୍କଳର ଗଙ୍ଗବଂଶ ରାଜା ମଦନମାହାଦେବ ଓ ତାହାଙ୍କ ରାଣୀଙ୍କ ମଧ୍ଯରେ ଦିନେ ବ୍ରାହ୍ମଣ ବଡ଼ ନା ବୌଦ୍ଧ ବଡ଼ ବୋଲି ତର୍କ ହେଲା । ରାଣୀ ବୌଦ୍ଧଙ୍କ ପକ୍ଷ ଏବଂ ରାଜା ବ୍ରାହ୍ମଣଙ୍କ ପକ୍ଷ ସମର୍ଥନ କଲେ ।
ତେଣୁ ଏ ବିଷୟ ପରୀକ୍ଷା ହେବାର ସ୍ଥିର ହେଲା ।
ଉଭୟ ପକ୍ଷର ଅଜ୍ଞାତରେ ଗୋଟିଏ ମାଠିଆରେ ସାପଟିଏ ରଖାଯାଇ ମାଠିଆର ମୁହଁ ବନ୍ଦ କରାଗଲା ଏବଂ ମାଠିଆରେ କଅଣ ଅଛି ବୋଲି ଉଭୟ ପକ୍ଷଙ୍କୁ ପଚରା ଗଲା ।
ବୌଦ୍ଧମାନେ କହିଲେ "ସର୍ପ ଅଛି" ମାତ୍ର ବ୍ରାହ୍ମଣ ମାନେ କହିଲେ "ଭସ୍ମ ଅଛି" !
ମାଠିଆ ଖୋଲିଲାବେଳକୁ ଦେଖାଗଲା
ସତକୁ ସତ ତହିଁ ରେ ଭସ୍ମ ଅଛି ।
ଏଥିରେ ବୌଦ୍ଧମାନେ ପରାସ୍ତ ହୋଇ ପଳାୟନ କଲେ । ଯେଉଁ ବ୍ରାହ୍ମଣମାନଙ୍କ ବିଦ୍ୟାବଳରେ
ସର୍ପପୂର୍ଣ୍ଣ ମାଠିଆ ତୁଚ୍ଛା ମାଠିଆ ହେଲା ସେମାନେ ଏହି ତୁଚ୍ଛା ମାଠିଆ ମିଶ୍ର ପଦ ପାଇଲେ ।।