STORYMIRROR

Abhiram Mandal

Others

4.0  

Abhiram Mandal

Others

ଟଙ୍କା ଗଛର ଫଳ

ଟଙ୍କା ଗଛର ଫଳ

1 min
262


କଲେଜ ପଢୁଆ ପୁଅ ବାପାଙ୍କୁ କହିଲା-“ବାପା ଟଙ୍କା ୨୦୦୦ ଦିଅ ମୋ କଲେଜ ପିକନିକ ଯିବି ।“

ବାପା ଚିଡି ଉଠି କହିଲେ-“ଟଙ୍କା କ'ଣ ଗଛର ଫଳ ? ତୋଳି ଆଣି ତତେ ଦେଇଦେବି ?”

ଅଗତ୍ୟା ପୁଅ ମୁହଁ ଶୁଖେଇ ସେଠାରୁ ଚାଲିଗଲା ।

ଏ ଘଟଣାର ଠିକ ୧୦ ବର୍ଷ ପରେ .....

ରୋଜଗାରିଆ ପୁଅକୁ ବାପା କହିଲେ-“ବାବାରେ କିଛି ଟଙ୍କା ଦିଅନ୍ତୁନି..... ତୀର୍ଥ ଭ୍ରମଣ କରିବାକୁ ଯାଆନ୍ତି ?”

ପୁଅ ମୁହଁ ଛିଞ୍ଚାଡି କହିଲା-“ଟଙ୍କା କଣ ଗଛରେ ଫଳୁଛି ଯେ ତୋଳି ଆଣି ଦେଇ ଦେବି ?”

ବୁଢା ବାପା ମନ ମାରି ବସି ଗଲେ । 



Rate this content
Log in