KAMALKUMAR DASH

Others

2  

KAMALKUMAR DASH

Others

ଟିଚର୍ସ ଡେ

ଟିଚର୍ସ ଡେ

2 mins
106


ଶନିବାର ସକାଳୁ ମିଶ୍ରବାବୁଙ୍କ ଫୋନରେ ରିଂ ଆସିଲା, ସେ ଉଠିନଥିଲେ | ମାଡାମ ଫୋନ ଉଠାଇଲେ ସେପଟୁ ଗୋଟେ ଝିଅରକଣ୍ଠ ଶୁଣାଗଲା | ସେ ଟିକେ ଚିଡ଼ିଗଲେ ଓ ପଚାରିଲେ କିଏ କହୁଚ ? ସେ ଝିଅ ଟି କହିଲା ମୁଁ ସାରଙ୍କ ସେକ୍ରେଟାରୀ କହୁଛି, ସାରଙ୍କ ଆଜି ୧୦ଟାରେ ମିଟିଂ ଅଛି | ଦିନ ୮ଟା ହେଲାଣି, ଶ୍ରୀମତୀ ପାଟି କଲେ ଏଇ ଦେଖ ତୁମର ସେ ଲେଡି ସେକ୍ରେଟାରୀ ଫୋନ କରିଥିଲା ଅଫିସ୍ରେ କଣ ମିଟିଂ ଅଛି ଦିନ ୧୦ ଟାରେ | ମିଶ୍ର ବାବୁ ଧଡ଼ ପଡ ହୋଇ ଉଠିଲେ ଓ ସେକ୍ରେଟାରୀ କୁ ଫୋନ କଲେ | ସେ କହିଲା ସାର ନମସ୍କାର ହାପି ଟିଚର୍ସ ଡେ, ଜିଏମଙ୍କ ସେକ୍ରେଟାରୀ ମତେ ମିଟିଂ କଥା ଆଜି ସକାଳୁ କହିଲେ ,ସେଥିପାଇଁ ଫୋନ କରିଥିଲି | ଓକେ କହି ମିଶ୍ର ବାବୁ ବାହାରିଲେ ଦାନ୍ତ ଘଷିବା ପାଇଁ | ଶ୍ରୀମତୀ କହିଲେ ଶନିବାର ବି ମିଟିଂ, ସତ ନା ଲେଡି ସେକ୍ରେଟାରୀ ସଂଗେ କୁଆଡେ ଯିବାର ପ୍ରୋଗ୍ରାମ ଅଛି ? ମିଶ୍ର ବାବୁ ଟିକେ ହସିଲେ ଓ କହିଲେ, ହାପି ଟିଚର୍ସ ଡେ ମାଡାମ | ମୁଁ ଆପଣଙ୍କ ଷ୍ଟୁଡେଣ୍ଟ, ଆପଣଙ୍କ ଠୁ ବହୁତ କିଛି ଶିଖିଛି | ଏବେ ସେମିତି କିଛି ପ୍ରୋଗ୍ରାମ ନାହିଁ ,ହେଲେ ମୁଁ ଆପଣଙ୍କ ପରିମିସନ ନେଇ ପ୍ରୋଗ୍ରାମ କରିବି | ଘଣ୍ଟାଏ ଭିତରେ ରେଡି ହୋଇ ମିଶ୍ରବାବୁ ଅଫିସ ବାହାରିଲେ ପ୍ରାୟ ୯.୩୦ରେ | 

    ଅଫିସରେ ପହଁଚି ପ୍ରୋଗ୍ରାମ କଣ ବୋଲି ସେକ୍ରେଟାରୀଙ୍କୁ ପଚାରିଲେ, ତା ପରେ ଡିଟେଲ ନେଇ ମିଟିଂ ରୁମ କୁ ଗଲେ | ମିଟିଂ ଚାଲିଲା ପ୍ରାୟ 2ଟା ଯାଏଁ | ଠିକ ସେତିକି ବେଳେ ମାଡାମ ଙ୍କର ଫୋନ ଆସିଲା କଣ ଲଞ୍ଚ ସେଠି ଖାଉଛ ନା ଘରକୁ ଆସିବ | ସେ କହିଲେ କଣ କରିବି କୁହ ଏଠି ଲଞ୍ଚର ବ୍ୟବସ୍ତା ଅଛି ଓ ତl ପରେ ବି ମିଟିଂ ଅଛି | ଶ୍ରୀମତୀ ଟିକେ ଚିଡି କହିଲେ ସେକ୍ରେଟାରୀ ସାଥିରେ ଡିନର ବି କରି କି ଆସ ଓ ଫୋନ କାଟିଦେଲେ | 

    ମିଟିଂ ସରିଲା ପରେ ସେ ସେକ୍ରେଟାରୀଙ୍କୁ କହିଲେ ମାଡାମ ବହୁତ ରାଗିଛନ୍ତି କଣ କରିବା, ସେ କହିଲେ ସାର ଗୋଟେ ଭଲ ଶାଢ଼ୀ ନେଇ ଯାଆନ୍ତୁ |  ମିଶ୍ର ସାର କହିଲେ ମତେ ସେ ଶାଢ଼ୀ କିଣି ଆସେନି ତୁମେ କିଣି ଆଣ | ସେ କହିଲେ ମୁଁ ଆସିଲା ବେଳେ ଉବରରେ ଆସିଥିଲି ଚାଲନ୍ତୁ ମତେ ଟିକେ ଆଗରେ ଛାଡ଼ିଦେବେ ଓ ଶାଢ଼ୀ ଦୋକାନରୁ ଶାଢ଼ୀ ବି କିଣି ନେବେ | ଟିକେ ଚିନ୍ତା କରି ମିଶ୍ର ସାର ଉଠିଲେ ଗାଡ଼ିରେ ଓ ସାଥିରେ ସେକ୍ରେଟାରୀ ବି ଗଲେ | ଗୋଟେ ଭଲ ସମ୍ବଲପୁରୀ ଶାଢ଼ୀ ସେକ୍ରେଟାରୀ ବାଛିଲେ ଓ ତାକୁ ପ୍ୟାକ କରି ସାର ଧରିଲେ |

  ସାର ଘରେ ପହଁଚିଲା ବେଳକୁ ଦେଖିଲେ ମାଡାମ ପୁରା ରାଗରେ | ସେ ପଚାରିଲେ କଣ ହେଲା ? ମାଡାମ ରାଗରେ କହିଲେ ସେକ୍ରେଟାରୀକୁ ନେଇ କୁଆଡେ ଯାଇଥିଲ, ତମର କଣ ଶାଢ଼ୀ ଦୋକାନରେ ମିଟିଂ ଥିଲା କି ? ଆରେ ତମେ କେମିତି ଜାଣିଲ ? ସେ କହିଲେ ପୁରା ସହର ଟି.ଭି.ରେ ଦେଖିଛି ତୁମେ କେମିତି ସେକ୍ରେଟାରୀ ସାଙ୍ଗରେ ମିଶି ତା ପାଇଁ ଶାଢ଼ୀ କିଣୁଥିଲ ?

  ଏବେ ମିଶ୍ର ବାବୁ କିଛି ବୁଝି ପାରିଲେ, ସେ ଦୋକାନରେ କିଛି ସୁଟିଂ ଚାଲିଥିଲା | ସେ ମାଡାମଙ୍କୁ ସବୁ ବୁଝାଇ କହିଲେ ଓ ଆଣିଥିବା ସମ୍ବଲପୁରୀ ଶାଢ଼ୀଟା ତାଙ୍କ ହାତ କୁ ଦେଇ ସୋଫା 

ଉପରେ ବସି ବଡ଼ ଦୁଃଖରେ ପାଣି ଟିକେ ମାଗିଲେ| ମାଡାମ ତାଙ୍କୁ କହିଲେ ମୋ ମୁଣ୍ଡ ଛୁଇଁ ସତ କୁହ, ଖାଲି ମୋ ପାଇଁ ଶାଢ଼ୀ କିଣିଛ ସେକ୍ରେଟାରୀ ପାଇଁ ନୁହେଁ | ମିଶ୍ର ବାବୁ ତାହା ହିଁ କଲେ, ତାପରେ ମାଡାମ ଟିକେ ଶାନ୍ତ ହଲେ ଓ ଥାଙ୍କ ୟୁ କହି ,ପାଣି ଆଣି ଦେଲେ |



Rate this content
Log in