STORYMIRROR

Rasmi Rekha Tripathy

Others

3  

Rasmi Rekha Tripathy

Others

ତର୍କ

ତର୍କ

1 min
494


       ସେ ଦିନ ଫେସବୁକରେ କୌଣସି ଗୋଟିଏ ପେଜ୍ ଖୋଜୁ ଖୋଜୁ ଦେଖିଲି, କେହି ଜଣେ ଝିଅ ଗୋଟିଏ ପୋଷ୍ଟକୁ ସେଆର୍ କରିଛି, ଯାହାର ଓଡିଆରେ ଅର୍ଥ ହେଲା, ‘ଭାରତୀୟ ନିକର୍ଷ ହେଉଛି, ଗୋଟିଏ ବିବାହିତ ପୁରୁଷକୁ ତା’ର ବାପା ମାଆଙ୍କ ଠାରୁ ଅଲଗା କରିବା ଅମାନୁଷିକତା ଅଟେ, କିନ୍ତୁ ଗୋଟିଏ ବିବାହିତ ନାରୀକୁ ତା’ର ବାପା ମାଆଙ୍କ ଠାରୁ ଅଲଗା କରିବା ଆମର ପ୍ରଥା ଅଟେ l’

       ମୋର କେବଳ ଗୋଟିଏ ପ୍ରଶ୍ନ ସେହି ମହିଳାଙ୍କ ପ୍ରତି, ‘ଆପଣ ତେବେ ବିବାହ କରୁଥିଲେ କାହିଁକି ? ବିବାହ ନ କରି ତ ଆପଣ ବାପା ମାଆଙ୍କ ପାଖରେ ରହିପାରିଥାନ୍ତେ l ଅଲଗା ହେବାର ପ୍ରଶ୍ନ ହିଁ ଉଠି ନ ଥାନ୍ତା l’

       କିନ୍ତୁ ମୁଁ କିଛି କମେଣ୍ଟ୍ ଦେଲି ନାହିଁ l ନିଜ ମର୍ଯ୍ୟାଦାକୁ ଜଗି ସମୟ ହାତରେ ସବୁ ଛାଡି ଦେବାକୁ ଉଚିତ ମନେ କଲି l



Rate this content
Log in