Akshayakumar Dash

Others

3  

Akshayakumar Dash

Others

ତୋର ମୋର ଭାବ

ତୋର ମୋର ଭାବ

2 mins
392


ସେଦିନ ଥାଏ ଚନ୍ଦନ ପୂର୍ଣ୍ଣିମା । ପବିତ୍ର ଦିନ । ଜଗନାଥଙ୍କ ଭୋଗରାଗ ,ପର୍ବପର୍ବାଣୀ, ବେଶଭୁସା ,ସମସ୍ତ କର୍ମ ସମ୍ପଦନ ଆମେ ଓଡ଼ିଆ ମାନେ କରୁ । ଏପରିକି ଆମ ଠାକୁରଙ୍କ ଖାଦ୍ୟ ପେୟରୁ ଆମ ଭାଷାବି ଠାକୁରଙ୍କ ପ୍ରସାଦ । କାଳିଆ ଆମର ପରିଚୟ ତ ସୁଖ,ଦୁଃଖ,ଭଲମନ୍ଦ ,ହାନିଲାଭ ସବୁକୁଛି । ଯେତେବିପଦ ଆସୁ କାଳିଆକୁ ହାତଟେକିଦେଲେ ମନରେ ଦମ୍ଭ ଓ ସାହସ ଆସେ । ସୁଖରେ କି ଦୁଖରେ କାଳିଆ ଭରଷା । ଆମ ସଂସ୍କୃତିକୁ ଜଗନ୍ନାଥ ସଂସ୍କୃତିର ରାଜ୍ୟ ଓଡିଶା ବୋଲି ବାହାରେ ପରିଚୟ ।


ଓଡିଶା କହିଲେ ଜଗନ୍ନାଥ ଓ ଜଗନ୍ନାଥ କହିଲେ ଓଡିଶାକୁ ବୁଝାଏ । ବନ୍ଧୁଙ୍କ ସହିତ ନିକଟରେ ଥିବା ଅଭିରାମ ପରମହଂସଙ୍କ ମନ୍ଦିରକୁ ଗଲୁ । ସୋମ୍ୟ କାନ୍ତି ରୂପକୁ ଦର୍ଶନ କଲୁ । ସାଷ୍ଟାଙ୍ଗ ପ୍ରଣିପାତ କଲୁ । ଜଣେ ପୌଢା ପ୍ରାୟ ଅଶୀବର୍ଷ ହେବ ମା ଆସି ମୁଣ୍ଡରେ ଚନ୍ଦନ ଲେପ ଦେଲେ । ତୁଳସୀ ପତ୍ର ସହ ପାଦୁକା ଦେଲେ ପାଇଲୁ । ଭୋଗ ଥାଳିରୁ ଭୋଗ ମଧ୍ୟ ଦେଲେ । ସ୍ଥାନଟି ଶାନ୍ତିଲାଗୁଥାଏ ବସିଗଲୁ । ଉଛୁକତା ସହ ମାକୁ ପଚାରିଲି , ପରମହଂସ ବିଷୟରେ କହିବେକି? ମା ପ୍ରସାଦ ରାନ୍ଧୁଥିଲେ କହିଲେ, ତୁମେ ମାନେ ଠାକୁରଙ୍କ ପ୍ରସାଦ ପାଇକରି ଯିବ,ମୁଁ ଆସେ କହିବି । ଆମେ ପାଖରେ ଥିବା ଠାକୁରଙ୍କ କେତୋଟି ବହିଆଣି ଦୃଷ୍ଟି ଦେଲୁ । କଳିଭାଗବତ, ଓ କେତେକ ଭଜନ ପୁସ୍ତକ ,ଭଜନ ପୁସ୍ତକରେ ଗୋଟିଏ ପଦ ମନକୁ ଭେଦିଲା,ତାହା ତୋର ମୋର ଭାବ ନଜାଣେ କେହି, ତୁନାଥ ଜାଣିଚୁ ଜାଣିଛି ମୁହିଁ । ଭକ୍ତ ଓ ଭଗବାନ ଭାବରେ ବନ୍ଧା । ତାକୁ ଅନ୍ୟ କେଇ କେବେବି ଯେତେ ଚେଷ୍ଟାକଲେ ବୁଝି ପରିବନାହିଁ । ଏହି ଦର୍ଶନ ଅଟେ ଅଭିରାମଙ୍କର । ଠାକୁରଙ୍କୁ ଭାବରେ ବାନ୍ଧିରଖିବାକୁ ତାଙ୍କର ଭକ୍ତମାନଙ୍କୁ ପ୍ରେରଣ । ଦେଇଛନ୍ତି । ଭାରତରେ ଅନେକ ସାଧୁ ସନ୍ଥ ଭିର୍ଣଭିର୍ଣ ଦିଗରେ ତାଙ୍କ ଅନୁଭୂତି ଜ୍ଞାନ ପ୍ରଚାର କରିଛନ୍ତି ।


ରାମକୃଷ୍ଟ,ବିବେକାନନ୍ଦ, ଅରବିନ୍ଦ,ବା କବିର,ନାନକ, ତୁଳସୀଦାସ, ବୁଦ୍ଧ , ଶଙ୍କରାଚାର୍ଯ୍ୟ ମହାତ୍ମା କୁହନ୍ତୁ ସମସ୍ତେ ନିଜନିଜ ଲବ୍ଧ ତଥ୍ୟ ପ୍ରଦାନକରି ଆଧ୍ୟାତ୍ମିକ ଜୀବନ କୁ ଗ୍ରହଣକରିବାର ପଥ ଦେଖେଇଛନ୍ତି । କିନ୍ତୁ ଅଭିରାମ ଭାବରେ ନିଜକୁ ଠାକୁର କରି କର୍ମସୃଖଳିତ ରଖି ବାର ବାଟବତେଇଦେଇଛନ୍ତି । ମାଆ ଠାକୁରଙ୍କୁ ନୀତିଲଗେଇ ଦୁଇଟି କଦଳୀ ପତ୍ରବିଛେଇ ଆମପତ୍ରରେ ପରସିଦେଲେ । ଅରୁଆ ଅର୍ଣ୍ଣ ମୁଗଡାଲି ଓ ପୋଟଳଭଜା,ସାଙ୍ଗକୁ ଭୂଇଁପିତା କିଛି । ଚଳୁ ଦେଇ ପ୍ରସାଦ ପାଇଲୁ । କି ଅମୃତ ସ୍ଵାଦୁ । ଯେତେ ଖାଇଲେବି ଆଉରି ଖାଇବାକୁ ମନ ଚାହୁଁଛି ।

ମା ତାଙ୍କର ଉତର ଦେବା ଭୂଲିନଥିଲେ । କହିଲେ ପରମହଂସ କହିଲେ ପ୍ରାଣବାୟୁ ସାଧନା,ତାହା ଦ୍ୱାର ଜୀଵ ପରମ ସହିତ ମିଳନହୁଏ । ଅର୍ଥାତ ଜୀଵ ବା ମନୁଷ୍ୟ ପରମ ଈଶ୍ୱରର ଙ୍କ ସହ ମିଳନହେବା ଉପାୟ ଶିଖି ଭାବରେ ରହେ । ମା ବିଶ୍ରାମ ନେବାକୁ ଗଲେ ।

ଓଡ଼ିଶାର ସାଧୁ ସଂଥ ଙ୍କ ଆରାଧ୍ୟ ଜଗନ୍ନାଥ । ଜଗନ୍ନାଥ ଓଡ଼ିଶାର ପରମ ଓ ଓଡ଼ିଶାବାସୀ ଜୀବନ ସାରା ଆନନ୍ଦ ପାଇଁ ଭାବରେ ବାନ୍ଧିହୋଇ ବାରମାସରେ ତେରପର୍ବପାଳନକରାଯାଇଛି ।



Rate this content
Log in