ତୋ ଅପେକ୍ଷାରେ ସ୍ୱାଧୀନତା
ତୋ ଅପେକ୍ଷାରେ ସ୍ୱାଧୀନତା


ତୁ ନଥିଲୁ ପର ଲୋକେ ମୋ ଉପରେ ଅତ୍ୟାଚାର କରୁଥିଲେ।।ତୁ ଆସିଲୁ ଯେ ମୋ ନିଜ ଘର ଲୋକେ ମୋତେ ନିର୍ଧୁମ ମାରୁଛନ୍ତି!!!।।ପର ମାଇଲେ ପିଠି, ମନକୁ ଯେତେ କାଟେନି ନିଜର ମାଇଲେ ଭାରି ଆତ୍ମାକୁ ବାଧେ ଲୋ ସ୍ୱାଧୀନତା !! ଗୁମୁରି ଉଠେ ମନ!!
କେତେ ଲହୁ ,କେତେ ଲୁହ ପ୍ରତିବଦଳରେ ତୁ ସିନା ଆସିଲୁ।।ତୁ ଆସିବୁ ବୋଲି ମୋର ପ୍ରାଣର କେତେ ସନ୍ତାନ ପ୍ରାଣ ବି ଦେଲେ ସିନା ପଣ ଛାଡିଲେ ନାହିଁ।।ହେଇ ଦେଖୁନୁ ସ୍ୱାଧୀନତା ତୁ ଆସିଲା ପରେ କଣ ହୁଅନ୍ତି ମୋ ଘର ଲୋକ*****
* ସ୍ୱାଧୀନତା" ଯାଇଛି ଡାକ୍ତରୀ ମାଇଁନା ପାଇଁ।।ତା ଦେହରେ ଏବେବି ଅଛି କି ନାଇଁ ଦୁଷ୍କର୍ମର କ୍ୟାନ୍ସର ଜୀବାଣୁ।।*
*ହୁ ହୁ ଜଳୁଛି ଦେହ ସ୍ବାଧୀନତାର।ସେ ପ୍ରାଣ ବିକଳରେ ଦୌଡ଼ୁଛି ଲଙ୍ଗଳା ହୋଇ ରାଜ ରାସ୍ତାରେ।*
*ସ୍ୱାଧୀନତା ଜରି ଗୋଟାଉଛି,ବାସନ ମାଜୁଛି, ଛେଳି ଜଗୁଛି,ସ୍କୁଲ ବେଗକୁ ଘର କାନ୍ଥରେ ଟାଙ୍ଗି।ଯଦିଓବର୍ଣ୍ଣ ବୋଧ ବହି ପଢିବାକୁ ତାର ଭାରି ଇଚ୍ଛା।*।
*କଅଁଳ କୁନି ସ୍ୱାଧୀନତାକୁ କୁକୁର ଟାଣି ନେଉଛି ଡ଼ଷ୍ଟ ବିନରୁ ସକାଳିଆ ଟିଫିନ ପାଇଁ।*
*ଅପରେସନ ଥିଏଟର ବାଲ୍ଟିରେ ଥଲ ଥଲ ଗାଢ଼ ରକ୍ତ ସ୍ୱାଧୀନତା କନ୍ୟାଭ୍ରୁଣ ।।*
*ଦାରିଦ୍ର୍ୟ କୁ ଦେଖାଇ ମା ବିକିଦେଉଛି ସ୍ୱାଧୀନତାକୁ କେଇଟା ଟଙ୍କା ବଦଳରେ।।*
*ଯେତେ ପଢିଲେବି,ସ୍ୱାବଲମ୍ବୀ ହେଲେ ବି ସ୍ଵାଧୀନତାକୁ ରାତି ହେଲେ ବାହାରକୁ ଯିବା ମନା,ଇଛାମୁତବକ ଜୀବନ ଜିଇଁବାକୁ ସମାଜର ଲକ୍ଷ୍ମଣାରେଖା।।*
*ହାଣ୍ଡି କରଚୁଲି କାରଖାନାର ଧୂଆଁରେ ଆଖି ମଳି ପୁଙ୍କନଳୀରେ ଚୁଲି ଫୁଙ୍କୁଛି ସ୍ୱାଧୀନତା ଧୂଆଁ ସହ ଲୁହର ଲୁଣିଆ ସ୍ଵାଦକୁ ଚାଟି।।*
*ଆରକ୍ଷଣ ରାକ୍ଷସ ଗୋଟା ଗିଳୁଛି ସ୍ୱାଧୀନତାକୁ।।କାରଣ ସେ ଜେନେରାଲ କାଷ୍ଟ।।*
* ସ୍ୱାଧୀନତା ଗୋଟିଏ କ୍ୟାନ୍ସର ରୋଗୀ।ମଲା ପରେ କେହି କାନ୍ଧ ଦେଉ ନାହାନ୍ତି।।ସେ ଭାର ହୋଇ ପୁଅ କାନ୍ଧରେ ଯାଉଛି ମଶାଣୀ ଅଭିସମ୍ପାତ ଢ଼ାଳି।*।
*ସ୍ଵାଧୀନତା ବୃଦ୍ଧାଶ୍ରମରେ ଅପେକ୍ଷା ରଖିଛି ସେଇ ସହରରେ ତା ପରିବାର ଧରି ରହି ଥିବାପୁଅର ବାଟକୁ।।*
*ସ୍ୱାଧୀନତା ଉପରେ ଟ୍ରକ ମାଡି ଯାଉଛି,ଲିଭି ଯାଉଛି ଅଦିନେ ହୃଦୟ ତାଜା କଳି ଗୁଡିକ।ମା କିନ୍ତୁ ମାଛ ତରକାରୀ କରି ଅନେଇଛି ଅଫେରା ସ୍ବାଧୀନତାର ବାଟକୁ।।*
* ସ୍ୱାଧୀନତା ଲୋ ଦେଖ !ମଲା ଲୋକ ଭତ୍ତା ,ଜୀଅନ୍ତା ଲୋକ ପାଇଁ କିନ୍ତୁ ନାହିଁ *
*ସ୍ବାଧୀନତାର ପାଦ ବିଣ୍ଡି ହୋଇଗଲାଣି ନ୍ୟାୟ ପାଇଁ।।ତାରିଖ ପରେ ତାରିଖ ପାଇଁ , ଟଙ୍କା ଯୋଗାଡ କରି ନ ପାରି ଆଶା ଛାଡି ବସି ଗଲାଣି।।*
*ଅଠର ନପୁରୁଣୁ ସ୍ୱାଧୀନତା ଫେରାର କେଉଁ ଗୋଟିଏ ଅଚିହ୍ନା ଯୁବକ ସାଙ୍ଗରେ।।ସେ ଏବେ ଗର୍ଭବତୀ କିନ୍ତୁ ବାପା ଏବେ ପରିଚୟ ଦେବାକୁ କୁଣ୍ଠିତ।।
*ବମ୍ ପଡି ଧ୍ବଂସ ଗୋଟିଏ ସହର ଆତଙ୍କଙ୍କବାଦୀଙ୍କଦ୍ୱାରା।ସ୍ୱାଧୀନତା ଖଣ୍ଡିଆ ଖାବରା।ବଞ୍ଚିବାର ଆଶା କ୍ଷୀଣ*
*ହାଇଜାକ ଟ୍ରେନ, ଉଡାଯାହାଜ,ବିଖ୍ୟାତ ବ୍ୟକ୍ତି,ନେତା ପଣ ବନ୍ଦୀ।ସର୍ତ୍ତ ପୁରା ନଚେତ ଠୋ ଠା ରେ ସ୍ୱାଧୀନତା ଟଳି ପଡିବ*
*ଛକରେ ଭଗିଆ ଗଡୁଛି ପଲିଥିନ ପିଇ, ଭାଙ୍ଗ,ଗଞ୍ଜେଇ, ନିଶା ଟାବଲେଟ ଖାଇ।।ସବୁ ରୋଜଗାର ନିଶାରେ ଉଡୁଛି।ପୁଅଟି ମରୁଛି ଔଷଧ ଟିକେ ପଇସା ବିନା ନ ପାଇ ଲୋ ସ୍ୱାଧୀନତା*
ସ୍ୱାଧୀନତା ! ମୁଁ ତୋତେ ଆତ୍ମାରୁ ଭଲ ପାଏ ଲୋ।।ତୋ ବିନା ବଞ୍ଚିବା କଣ ଗୋଟେ ଜୀବନ!!ତୁ ମୋ ନିଦର,ସ୍ୱପ୍ନର,ସୃଷ୍ଟିର ଓ ସମ୍ଭାବନାର ଅଙ୍କୁରୋଦ୍ଗମ।।
ତୋତେ ମୁଁ ସବୁବେଳେ ମୋ ପାଖେ ପାଖେ ନିହାତି ଚାହେଁ ।।ତୋ ନିଃଶ୍ୱାସ ମୋ ଦେହରେ,ମନରେ
ହୃଦୟରେ ବାଜି ମୋତେ ତତାଉ ବୋଲି ଇଛାଟିଏ ରଖେ।। ତୁ ମୟ ମୋ ଜୀବନ।।ଖାଲି ଗୋଟିଏ ଦିନରେ ସ୍ଲୋଗାନରେ,ପତାକା ଉଡାରେ, ବଡ ବଡ ଭାଷଣ ବାଜିରେ ଆସିଲେ ମୋ ଘର କଣ ସଜାଡି ହେବ??ନା ଖୁସିରେ ଜୀଇଁ ପାରିବି??
ମୁଁ ହୃଦୟ ଖୋଲି ତୋ ବାଟ ଚାହିଁବସିଛି ସ୍ୱାଧୀନତା।।ତୁ ଆସିବୁମୋଭାଷାରେ,ଆଶାରେ,ସ୍ୱପ୍ନରେ
କଥାରେ,କାମରେ,ଚାହିଁବାରେ,ପାଇବାରେ,ଚାଲିବାରେ,
ଅଧିକାରରେ।।ମୋତେ ଦୁନିଆଁ ଆଗରେ ଗୋଟିଏ ନିଆରା ପରିଚୟ ଦେବୁ।। ତୋ ଅପେକ୍ଷାରେ ତୋ 'ଭାରତ'।। ଚାହିଁଛି ତୁ ଆସିବୁ ମୋତେ ଡୁବାଇ ଦେବୁ ତୋ ପ୍ରେମରେ!!!!!