Sunita Kumari Pradhan

Others

3  

Sunita Kumari Pradhan

Others

ସୂର୍ଯ୍ୟୋଦୟ ପରର ଆକାଶ(ଦୋ ଛକି)

ସୂର୍ଯ୍ୟୋଦୟ ପରର ଆକାଶ(ଦୋ ଛକି)

4 mins
139



ଜୀବନ ର ଦୋଛକି ରେ ଆଜି ଛିଡ଼ା ହୋଇଛି ମୀରା।ଅନେକ ଅସମାହିତ ପ୍ରଶ୍ନ ରେ ଛନ୍ଦି ହୋଇ ପଡ଼ୁଛି ସେ ବାରମ୍ବାର।ମନରେ ତାର ଆଜି ଏକ ଅଦ୍ଭୁତ ଜିଜ୍ଞାସା।କାହାକୁ ଆପଣେଇ ନେବ ସେ ?

କିଏ ତାର ଅତି ନିଜର ?


ଅନିରୁଦ୍ଧ ନା ସମିତ୍।


ଗୋଟିଏ ପଟେ ବେଦୀରେ ହାତ ଧରି ହୋମ ନିଆଁ ଦଶ ଦିଗପାଳକୁ ସାକ୍ଷୀ ରଖି ଯାହାର ହାତ ଧରିଥିଲା ସାତ ଜନ୍ମ ପାଇଁ !ସେ ଅନିରୁଦ୍ଧ।


ଆଉ ଅନ୍ୟପଟେ ସମିତ ଯିଏ କି ତା ଜୀବନ ରେ ପ୍ରେମ ର ପ୍ରଥମ ବୀଜ ଟି ରୋପଣ କରିଥିଲେ।ତା ମନ ଉପକୂଳରେ ଭଲପାଇବା ର ତରଙ୍ଗ ଟିଏ ସୃଷ୍ଟି କରିଥିଲେ।ନିଦାଘ ର ତାତି ରେ ଯିଏ ମନ ଆକାଶ ରେ ଜ୍ୟୋତ୍ସ୍ନା ର ଶୀତ ଳତା ଭରି ଦେଉଥିଲେ,ଯାହାକୁ ନିଜର କରିବା ପାଇଁ ଘର ଲୋକଙ୍କ ଆଗରେ ସାହସ କରି ମୁହଁ ଖୋଲି ପାରିନଥିଲା ସିଏ ସମୀତ ତା ପ୍ରଥମ ପ୍ରେମ।

ଆଉ ଥରେ ଦେଖି ନେଲା ଅନିରୁଦ୍ଧ ଓ ଆଦ୍ୟା ଙ୍କୁ ଗାଢ଼ ନିଦ୍ରାରେ ଆଚ୍ଛନ୍ନ ତିଳେ ହେଲେ ସୁରାକ୍ ପାଇ ନାହାଁନ୍ତି ତାର ଏ ଗୋପନ ଯୋଜନାର।ଚିଠିଟିଏ ଲେଖି ଛାଡ଼ି ଯିବ ଭାବି ଲେଖିବାକୁ ବସିଲା। କଣ୍ ଲେଖିବ?ପ୍ରିୟ ର ଅନିରୁଦ୍ଧ !

ନାଁ ପ୍ରିୟ ଲେଖିବନି।କେବଳ ଅନିରୁଦ୍ଧ।ପ୍ରିୟ ଶବ୍ଦ ଟି ସମୀତ୍ ଙ୍କ ଲାଗି ଉଦ୍ଦିଷ୍ଟ।

ଅନିରୁଦ୍ଧ,

ମୁଁ ଜାଣେନା ଏ ଚିଠି ପଢ଼ି ତୁମ ମନରେ କି ଭାବାନ୍ତର ସୃଷ୍ଟି ହେବ। ମୁଁ ସବୁଦିନ ପାଇଁ ଚାଲିଯାଉଛି ତୁମ ଜୀବନ ରୁ।କେତେ ଦିନ ଆଉ ଏମିତି ସନ୍ତୁଳି ହେଉଥିବି ତୁମ ଭଲ ପାଇବା ଟିକିଏ ପାଇଁ।ତୁମ ସହ ମୋର ବିବାହ ଏକ ବାଧ୍ୟତା ମୂଳକ ଚୁକ୍ତି ବୋଲି ଭାବି ନେଇ ପାରୋ।ଆଜି ହୁଏ ତ ଚୁକ୍ତିପତ୍ର ର ଚୁଡାନ୍ତ ତାରିଖ।ବିବାହ ସହ ପ୍ରେମ ର କୌଣସି ସମ୍ପର୍କ ଅଛି କି ନା ମୁଁ ଜାଣେନା।କିନ୍ତୁ ମୋ ମତ ରେ ବିବାହ ରୁ ' ପ୍ରେମ ' ର ପ୍ରକାଶ ହେବା କ୍ଵଚିତ ସମ୍ଭବ ହୋଇଥାଏ।ଏକ ଅବରୁଦ୍ଧ କକ୍ଷ ରେ ଦୁଇଟି ଦେହ ର ମିଳନ ଘଟିଲେ ମନର ମିଳନ ଯେ ସମ୍ଭବ ଏହାର କୌଣସି ନିଶ୍ଚିତ ତା ନାହିଁ।ଯେଉଁଠି ମନ ମିଶେନା ସେଇଠି ଏକାଠି ରହିବା ର ମାନେ କିଛି ନାହିଁ।ମୁଁ ମାନୁଛି ସ୍ବାମୀ ହିସାବରେ ତୁମେ ଜଣେ ଭଲ ସ୍ବାମୀ,ଜଣେ ଭଲ ବାପା ହେବାର କର୍ତ୍ତବ୍ୟ ତୁମେ ଆଜି ଯାଏଁ ସୁଚାରୁ ରୂପେ ତୁଲାଇ ଆସିଛ କିନ୍ତୁ ବିବାହ ର ଏଇ ପାଞ୍ଚ ବର୍ଷ ମଧ୍ୟ ରେ କେବେ ଗୋଟେ ପ୍ରେମିକ ଭଳି ଭଲ ପାଇଛ ?କେବେ ଆମେ ପ୍ରଗଳ୍ଭ ହୋଇ ମନ ଖୋଲି ଗପିଚେ ନା ପରସ୍ପର ର ମନ ର କଥା ଖୋଲି କହିପାରିଚେ ?ତୁମେ ଅଫିସ୍ ଗଲା ପରେ ଏକ ଦମ୍ ନିଃସଙ୍ଗ ହୋଇପଡେ ମୁଁ କଥା ବାର୍ତା ହେବା ପାଇଁ ସାଥି ଟିଏ ଖୋଜେ ଖୁବ୍ ବିକଳରେ


 ସେଦିନ ମନ୍ଦିର ରୁ ଫେରିବା ବେଳେ ହଠାତ୍ ଦେଖା ହୋଇଗଲା ଶମିତ ସହ!।ଯାହା ହାତ ଧରି ସାରା ଜୀବନ କାଟିବା ର ସ୍ବପ୍ନ ଦେଖିଥିଲି ।ପୁଣି ଥରେ ପୁନଃ ଜୀବିତ ହୋଇଗଲା ମୋ ସ୍ବପ୍ନ ସବୁ.

ତମେ ଅଫିସ୍ ଗଲା ପରେ ଖୁବ୍ ଉତ୍କଣ୍ଠା ର ସହ ଅପେକ୍ଷା କରେ ତାଙ୍କ ଫୋନ କୁ।

 ମୁଁ ଘଣ୍ଟା ଘଂଟା କଥା ହୋଇ ଆଜିକାଲି ମୋ ସମୟ ବିତେଇ ଦିଏ।ତାଙ୍କ ସହ କଥା ହେବାରେ ଯେଉଁ ଆନନ୍ଦ ମିଳେ ତାହା ହୁଏ ତ ମୁଁ ଭାଷା ରେ ବର୍ଣ୍ଣନା କରିପାରିବି ନାହିଁ।

ତେଣୁ ମୁଁ ଆଜି ନିଷ୍ପତ୍ତି ନେଇଛି ଏକ ବାଧ୍ୟ ବାଧକ ତା ଜୀବନ ରୁ ମୁକ୍ତ ହୋଇ ମୁଁ ଜିଁ ବି ମୋ ଇଛା ର ଜୀବନ।ଯେଉଁଠି ନଥିବ କିଛି ବାଧା ବିଘ୍ନ।ଠିକ୍ ଏକ ମୁକ୍ତ ଗଗନର ବିହଙ୍ଗ ଭଳି ଉଡି ବୁଲିବି ମୁଁ ନୀଳ ଆକାଶ ରେ।

ସମୀର ସହ ଉଡି ଚାଲିଯିବି ମୁଁ ବହୁ ଦୂରକୁ।କେବେ ଖୋଜିବ ର ଅଯଥା କଷ୍ଟ କରିବ ନାହିଁ ହୁଏ ତ ଆମ ପୁନଃ ସାକ୍ଷାତ ଅସମ୍ଭବ।

ଆଦ୍ୟା କଥା ତୁମକୁ ଲାଗିଲା।ତା ଭବିଷ୍ୟତ ପାଇଁ ମୁଁ ଚିନ୍ତିତ।ତଥାପି ମୁଁ ଜାଣେ ମୋ ଅପେକ୍ଷା ତୁମେ ତାର ଭଲ ଯତ୍ନ ନେଇପାରିବ।ବାପା ଓ ମା ଉଭୟ ଙ୍କ ସ୍ନେହ ଦେଇ ପାରିବ ତାକୁ।


ଇତି

ମୀରା


ଚିଠି ଟିକୁ ଥୋଇଦେଲା ଟେବୁଲ୍ ଉପରେ।

ବାରବାର ଫୋନଟି ଭାଇବ୍ରେଟ୍ ହେଉଛି।ସମୀର କଲ୍ କରୁଛନ୍ତି।ସେବୋଧ ହୁଏ କେତେବେଳେ ଆସି ନିର୍ଧାରିତ ସ୍ଥାନ ରେ ଅପେକ୍ଷା କରିଛନ୍ତି।

ତେଣୁ ଆଉ ବିଳମ୍ବ କରିବା ଉଚିତ୍ ହେବନି ଭାବି ସେ ଉଠିଲା।ଯିବା ପୁର୍ବରୁ ଶେଷ ଥର ପାଇଁ ଦେଖି ନେବ ଆଦ୍ୟା ଓ ଅନିରୁଦ୍ଧ ଙ୍କୁ।ସମସ୍ତ କୁଟ କପଟତା ଠାରୁ ଦୂର ରେ ନିରୀହ ନିଶ୍ପାପ୍ ଶିଶୁ ଭଳି ସୋଇଛନ୍ତି ବାପା ଝିଅ ଉଭୟେ।

ଆଦ୍ୟା କୁ ଶେଷ ଥର ପାଇଁ ମନ ଭରି ଦେଖି ନେବ ଏଇୟା ଭାବି ଦେଖି ନେଲା ତାକୁ ଅତି ପାଖରୁ।ଆଙ୍କି ଦେଲା ତା ଗାଲରେ ଏକ ଚୁମା।

ଏ କଣ ! ଖଇ ଭଳି ଫୁଟିଛି ଆଦ୍ୟାର ଦେହ।

ତା ହାତକୁ ଜୋର୍ ରେ ଭିଡ଼ି ଧରିବିଲି ବ ବିଳାଉଛି ଆଦ୍ୟା "ମାମା""ମାମା"। ଜୋର୍ ରେ ହାତ ଟିକୁ ତାର ଭିଡ଼ି ଧରି ବାଉଳି ହୋଇ କହୁଛି "ମାମା ମୋତେ ଛାଡ଼ି କୁଆଡେ ଯାଆନା".।


ଆଦ୍ୟା ର ନିରୀହ ମୁହଁ ଟିକୁ ଦେଖିବା ମାତ୍ରେ ତା ମନ ରେ ଭାବାନ୍ତର ସୃଷ୍ଟି ହେଲା।ମନକୁ ବୁଝେଇଲା ଏମିତି ସମୟ ରେ ମନକୁ ଆଦୌ ଦୁର୍ବଳ କରିବା ଉଚିତ୍ ନୁହେଁ।ଜୀବନ ରେ ସୁଯୋଗ ବାରବାର ଆସେ ନାହିଁ।ମନ କୁ ଦୃଢ଼ କଲା।


ତା ହାତରୁ ନିଜ ହାତ କୁ ମୁକ୍ତ କଲା।ଫୋନ୍ ଟିକୁ ଆଣି ଦେଖିଲା ଗୁଡାଏ ମିସ୍ କଲ୍ ଓ ମେସେଜ ସମିତ ଙ୍କ ର।ଗୋଟିଏ ପଟେ ଆଦ୍ୟା ର ନିରୀହ ଝାଉଁଳି ପଡ଼ିଥିବା ଜରୁଆ ମୁହଁ ଅନ୍ୟ ପଟେ ସମୀତ ଙ୍କ ବ୍ୟସ୍ତ ବିବ୍ରତ ମୁହଁ।ନା ଆଉ ଡେରି କରିବା ଉଚିତ୍ ହେବନି।ବ୍ୟସ୍ତ ହୋଇ ଉଠି ଚାଲିଲା ସେ।


କିଛି ସମୟ ପରେ ପାଣି ପଟି ନେଇ ଦେଉଥିଲା ଆଦ୍ୟା ର ମଥାରେ ବାରମ୍ବାର।ଫୋନ୍ ଟିକୁ ସ୍ୱିଚ୍ ଅଫ୍ କରିବା ପୂର୍ବରୁ ମେସେଜ ଟିଏ କରିଲା ସମୀତଙ୍କ ଉଦ୍ଧେଶ୍ୟରେ।ମୋତେ କ୍ଷମା କରିଦେବ ସମିତ।କଥା ଦେଇ କଥା ରଖିପାରି ଲି ନାହିଁ।

ବର୍ତମାନ ମୋ ଦୁନିଆ କେବଳ ଆଦ୍ୟା ଓ ଅନିରୁଦ୍ଧ।ଏ ଜନ୍ମ ପାଇଁ ମୁଁ କେବେ ବି ତୁମର

ହୋଇ ପାରିବି ନାହିଁ। ଗୁଡ ବାଇ ଫର୍ ଏଭର୍।


ମେସେଜ ଟିକୁ ସେଣ୍ଡ୍ କରି ସ୍ୱୀଚ୍ ଅଫ୍ କରିଦେଲା ମୋବାଇଲ୍ ଟି।ଆଦ୍ୟାର ତାତି ଟିକେ କମି ସାରିଥିଲା।ଆଦ୍ୟା କୁ ଭିଡୀ ଧରି ତା ପାଖରେ ଶୋଇ ପଡ଼ିଥିଲା ମୀରା।ଆଉ ଅପେକ୍ଷା କରିଥିଲା ଏକ ନୂତନ ସୁର୍ଯ୍ୟଦୋୟର ।


Rate this content
Log in