Samar Bhoi

Children Stories

4.1  

Samar Bhoi

Children Stories

ସୁରେନ୍ଦ୍ର ର ଅନଲାଇନ୍ ଶିକ୍ଷା

ସୁରେନ୍ଦ୍ର ର ଅନଲାଇନ୍ ଶିକ୍ଷା

4 mins
588


କରୋନା ମହାମାରୀର ପ୍ରଳୟଙ୍କାରୀ ସଂକ୍ରମଣରେ ସାରା ବିଶ୍ୱ ବିଚଳିତ ଓ ଥରହର । ମହାମାରୀର ସଂକ୍ରମଣରେ ସମସ୍ତେ ଛଟପଟ । ମଣିଷର ଜୀବନ ଜୀବିକା ବି ସଙ୍କଟରେ । ଗତ ୫ ମାସରୁ ଉର୍ଦ୍ଧ ହେବ ସମସ୍ତେ ଲକ୍ଡାଉନ ସଟ୍ଡାଉନରେ ଅସ୍ତ ବ୍ୟସ୍ତ । ସବୁ ସ୍କୁଲ କଲେଜରେ ପାଠପଢା ଠପ୍ ହୋଇଯାଇଛି । ସଂକ୍ରମଣ ଭୟରେ ଛାତ୍ର ଛାତ୍ରୀ ସ୍କୁଲ ନଯାଇ ଅନଲାଇନ୍ ଶିକ୍ଷାରେ ଶିକ୍ଷା ଗ୍ରହଣ କରୁଛନ୍ତି । ସୁରେନ୍ଦ୍ର (୧୨ ବର୍ଷର ପିଲା) ୭ମ କ୍ଲାସରେ ପାଠ ପଡେ । ସେଦିନ ଶୁଣିବାକୁ ପାଇଲା ଯେ ଆମ ସ୍କୁଲରେ ଅନଲାଇନ୍ କ୍ଲାସ ଆରମ୍ଭ ହେବ । ଗାଁଟି ସହର ଠାରୁ ଅନେକ ଦୂର । ତା ବାପା ଜଣେ ମଧ୍ୟମ ଧରଣର କୃଷକଟିଏ । କିନ୍ତୁ ସରକାର କହିଛନ୍ତି ଯେ ସ୍କୁଲ କଲେଜରେ ଅନଲାଇନରେ ପାଠ ପଢା ଜାରି ରହିବ । ସୁରେନ୍ଦ୍ର ବାପାଙ୍କ ( ଖଗେଶ୍ୱର) ପାଖରେ ସ୍ମାର୍ଟ ଫୋନ ତ ନାହିଁ । ସ୍ମାର୍ଟ୍ ଫୋନ କିଣିବାକୁ ଅତି କମରେ ୮-୧୦ ହଜାର ଟଙ୍କା ଦରକାର । ସୁରେନ୍ଦ୍ର ଏକା ଜିଦ୍ ଯେ ସ୍ମାର୍ଟ ଫୋନ କିଣି ପାଠ ପଢ଼ିବ । କାହିଁକି ନା ତାର, କିଛି ସାଙ୍ଗମାନଙ୍କ ଠାରେ ସ୍ମାର୍ଟ ଫୋନ ଅଛି ବୋଲି ସେ ଦେଖିଛି । ସେମାନେ ପ୍ରାୟ ସ୍ମାର୍ଟ ମୋବାଇଲ ଫୋନ ବ୍ୟବହାର କରନ୍ତି । ବଡ଼ ବିଚିତ୍ର ସମସ୍ୟା ଆସି ପହଁଚିଲା, ଏଣେ ମହାମାରୀ କରୋନା ପାଇଁ ୩-୪ ମାସ ହେଲା ପାଖରେ ଚଳିବା ପାଇଁ ଟଙ୍କା ପଇସା ନାହିଁ । ସେପଟେ ସରକାରଙ୍କ ଶିକ୍ଷା ନୀତିରେ ଅଜବ ପରିସ୍ଥିତି । ସୁରେନ୍ଦ୍ର ବାପା ଖଗେଶ୍ୱରଙ୍କର ପୁଅର ଜିଦ୍ ଆଗରେ ସେ ସମ୍ପୂର୍ଣ୍ଣ ଅସହାୟ । କ'ଣ କରିବେ କିଛି ଚିନ୍ତା କରିପାରୁନଥିଲେ । କାହିଁକି ନା ସୁରେନ୍ଦ୍ର ସ୍କୁଲରେ ଭଲ ପାଠ ପଡେ । ଏପଟେ ସ୍କୁଲର ସାର୍ ମାନେ ବାରମ୍ବାର ଫୋନ କରି ପଚାରୁଛନ୍ତି ସୁରେନ୍ଦ୍ର ଅନଲାଇନ୍ କ୍ଲାସ କରୁନାହିଁ କାହିଁକି? କ'ଣ ମୁଁ (ଖଗେଶ୍ୱର) ଉତ୍ତର ଫେରାଇ ବି ଚିନ୍ତା କରିପାରୁନଥିଲି । ପିଲା(ସୁରେନ୍ଦ୍ର)ର ବିଶ୍ୱାସକୁ ଆଡ ନଜରରେ ବି ଦେଖିହେବନି । ପିଲାଙ୍କ ବିଶ୍ୱାସ ଥରେ ଭାଙ୍ଗି ଗଲେ ଜୀବନ ଯାତ୍ରା ବ୍ୟାହତ ‌ହୋଇପାରେ । ଖଗେଶ୍ୱରଙ୍କ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଆଉ ପୁଅ ଝିଅଟିଏ । ଝିଅଟି ୩ୟ କ୍ଲାସରେ ପଢ଼େ । ମା'ର ମମତା ସବୁବେଳେ ପିଲାଙ୍କ ଭିତରେ ବାଣ୍ଟି ହୋଇ ରହିଥାଏ । ଖଗେଶ୍ୱର ତାଙ୍କ ସ୍ତ୍ରୀ ପାଖରେ ଏକଥା ଯେତେବେଳେ କହିବାକୁ ଚାହିଁଲେ , ସେତେବେଳେ ସ୍ତ୍ରୀ (ସୁଚିତ୍ରା) କହିଲେ ହଁ ଠିକ୍ ଅଛି ଆମେ ଚେଷ୍ଟା କରିବା ସ୍ମାର୍ଟ ଫୋନ ମୋବାଇଲ ଗୋଟିଏ ଆଣିବାକୁ । ସୁଚିତ୍ରା ସ୍ୱାମୀ ଖଗେଶ୍ୱରଙ୍କ ସହ କଥାବାର୍ତ୍ତା କରି ମୋବାଇଲ ଗୋଟେ ଯୋଗାଡ଼ କରିବାକୁ ମନସ୍ଥ କଲେ । ବାପା ମାଆଙ୍କ ମନୋବଳ ଦେଖି ସୁରେନ୍ଦ୍ର ବହୁତ ଖୁସି ହୋଇଗଲା । ସେ ପର୍ଯ୍ୟନ୍ତ ମନ ଊଣା କରି ନିଜକୁ ନିଜେ ଦୁରେଇ ରହୁଥିଲା, ସତରେ ବାପା ମୋ ପାଇଁ ସ୍ମାର୍ଟ ମୋବାଇଲ ଆଣିବେ ! ମୁଁ ପାଠ ପଢିପାରିବି ! ତା ସାନ ଭଉଣୀ ଆସି ଖୁସିରେ କହିଲା ଭାଇ ତୋ ପାଇଁ ମୋବାଇଲ ଆସିଲେ ମୁଁ ବି ଆମର ଅନଲାଇନରେ ପାଠ ପଢ଼ିବି । ଆମେ ଦୁହେଁ ମୋବାଇଲ ଫୋନରେ ପାଠ ପଢ଼ିବା । ଆମେ ଆଉ ଏବେ ସ୍କୁଲ ଯିବା ନାହିଁ, ଘରେ ରହି ପାଠ ପଢ଼ିବା, ଆଉ ସେ କରୋନା ଆମକୁ ଛୁଇଁ ପାରିବନାହିଁ । ଦୁଇ ପିଲାଙ୍କ କଥାଶୁଣି ବାପା ମନେ ମନେ ଭାବୁଥିଲେ ସତରେ ମୋବାଇଲ ଆଣିବା ଖୁସିରେ ଏମାନେ କେତେ ଖୁସି ହେଉଛନ୍ତି । ସେମାନେ ଛୋଟ ପିଲା , ଘରକୁ କିଛି ନୁଆ ଜିନିଷ ଆଣିବା କଥା ଶୁଣି ଲେ ବହୁତ ଖୁସି ହୋଇପଡନ୍ତି । ଶୁଣିକି ସେମାନେ ଏତେ ଖୁସି କହିଲେ ନ ସରେ । କିନ୍ତୁ ଯଦି ମୋବାଇଲ କିଣି ନପାରେ ତେବେ ମୋ ପିଲାମାନଙ୍କର ଆତ୍ମବିଶ୍ୱାସ ଭାଙ୍ଗି ପଡ଼ିବ । ଆଚ୍ଛା ସୁଚିତ୍ରା ! ମୋବାଇଲ ଫୋନ କେମିତି କ'ଣ କିଣିବାକୁ ହେବ ମୁଁ ବୁଝି ପାରୁନି । ଏତେ ଟଙ୍କା ଯୋଗାଡ କରିବା କ'ଣ ସହଜ ହେବ? ଏପଟେ ସମୟ ଗଢି ଚାଲିଛି । ହଠାତ୍ ଜଣେ ବନ୍ଧୁଙ୍କ ଦେଖା ସାକ୍ଷାତ ମିଳିଲା । ଖଗେଶ୍ୱର ବନ୍ଧୁଙ୍କୁ ଦେଖି କିଛି ଭାବିବା ପୁର୍ବରୁ ବନ୍ଧୁ ଭାଇ କହିଲେ , ବୁଝିଲ ଖଗା ଭାଇ ଆଜି କାଲି ଏମିତି ସମୟ ସବୁ କିଛି ଅନଲାଇନରେ ସମ୍ଭବ । ପାଠପଢା ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସବୁ କିଛି ଅନଲାଇନରେ କରାଯାଉଛି । ଖଗେଶ୍ୱର ବନ୍ଧୁଙ୍କ କଥାବାର୍ତ୍ତାରୁ ଯାହା ବୁଝିଲେ ଯେ ସେ ବି ସେହି ସମସ୍ୟାର ସମ୍ମୁଖୀନ । ଆଛା ବନ୍ଧୁ ତମେ ବି କଣ ସେହି ସମସ୍ୟାରେ ସମ୍ମୁଖୀନ । ବନ୍ଧୁ ଜଣକ ଉପାୟଶୂନ୍ୟ ହୋଇ ଖଗେଶ୍ୱର ପାଖକୁ ଆସି ଥିଲେ । ‌ହେ ସୁଚିତ୍ରା ଶୁଣୁଛ! ବନ୍ଧୁ ସୁଧାକର ବାବୁ ଆସିଛନ୍ତି । ଏପଟେ ଶୀଘ୍ର ଆସ । ସେହି ସମୟରେ ପୁଅ ଝିଅ ଆସିଗଲେ । ବାପା ହାତ ଠାରି କରି କହିଲେ ସୁରେନ୍ଦ୍ର , ସେ ଅଙ୍କଲକୁ ନମସ୍କାର କର! ବାପା ଅଙ୍କଲ ଆମ ପାଇଁ ସ୍ମାର୍ଟ ମୋବାଇଲ ଫୋନ ଆଣିବେ କି? ବାପା କହିଲେ ତମେ ଦୁହେଁ ଭିତରକୁ ଯାଅ । ବଡ଼ ଲୋକ କଥା ହେଲା ବେଳେ ଛୋଟ ପିଲା ମାନଙ୍କୁ ଦୂରେଇବାକୁ ପଡେ । ଏକଥା ଶୁଣି ସେ ଦୁହେଁ ସେଠାରୁ ଚାଲିଗଲେ । ବଂଧୁ ସୁଧାକର କହିଲେ ଦେଖ ପିଲାଙ୍କ ପାଇଁ ମୋବାଇଲ ଦରକାର ମାନେ କିଣିବାକୁ ପଡ଼ିବ । କାହିଁକି ନା ଏସମୟରେ ଆଉକିଛି ଉପାୟ ହିଁ ନାହିଁ, ନା କ'ଣ କହୁଚୁ ଭାଉଜ (ସୁଚିତ୍ରା)? ହଁ ସେହି କାମ କରିବାକୁ ପଡ଼ିବ । ଯେମିତି ସମୟ ସେମିତି ସମୟ ସହିତ ତାଳ ଦେଇ ଚାଲିବାକୁ ପଡିବ । ବଂଧୁ ସୁଧାକର କହିଲେ ଭାଉଜ (ସୁଚିତ୍ରା) ଆମେ ଅନଲାଇନ୍ ମୋବାଇଲ ମଗାଇ ଦେବା । ସେଥିପାଇଁ ଆମକୁ ଏକାଥରେ ଟଙ୍କା ଦେବାକୁ ପଡିବ ନାହିଁ । ଏହା ହିଁ ସବୁଠାରୁ ସହଜ ରାସ୍ତା । ଖଗେଶ୍ୱର ତମେ ଏଥିରେ ରାଜି ତ? ଏଥିରେ ସଂଦେହ କରିବାର କିଛି ନାହିଁ । ପିଲାଙ୍କ ପାଇଁ ମୋବାଇଲ ମିଳିଯିବ ଆଉ ଏକା ଥରେ ଟଙ୍କା ଦେବାକୁ ପଡିବ ନାହିଁ । ଭଲ ହେଲା । ମୁଁ (ଖଗେଶ୍ୱର) ଭାରି ଟେନସନରେ ଥିଲି । ଯାହା ହେଉ ବନ୍ଧୁ ତୁମେ ବଢିଆ ବାଟଟି ଏ ଦେଖାଇ ଦେଲ । ଅନେକ ଅନେକ ଧନ୍ୟବାଦ । ଆଉ ବିଳମ୍ବ ନକରି ମୋବାଇଲ ଅଡର୍ କରିଦେବା । ପ୍ରକୃତରେ ବନ୍ଧୁ ହିଁ ଜୀବନ ରାସ୍ତାରେ ଉଚିତ ସାହାଯ୍ୟ କରିଥାଏ । ଏପରି ଘଡିସନ୍ଧି ମୁହୁର୍ତ୍ତରେ ଆମ ପାଖରେ ସବୁ କିଛି ଅନ୍ଧାର ଥିଲା । ପିଲାଙ୍କ ମନରେ ଆଘାତ ଲାଗିଲେ ସେମାନେ ସାରା ଜୀବନ ଆମକୁ ହିଁ ଦୋଷୀ ବୋଲି ଭାବିବେ । ସ୍ମାର୍ଟ ମୋବାଇଲ ଫୋନ ଘରକୁ ଆସିଗଲା ଏବେ ସୁରେନ୍ଦ୍ର ମନରେ ଅନେକ ଖୁସି । ଅନଲାଇନ୍ କ୍ଲାସରେ ପାଠ ପଢ଼ିବ ଓ ନୂଆ ନୂଆ ଅନୁଭୂତି ଉପଲବ୍ଧ କରିବ।


రచనకు రేటింగ్ ఇవ్వండి
లాగిన్