STORYMIRROR

Akshayakumar Dash

Others

3  

Akshayakumar Dash

Others

ସୁନନ୍ଦାର ରୁଚି

ସୁନନ୍ଦାର ରୁଚି

1 min
490

ସୁନନ୍ଦା ସେଦିନର ରେବତୀ ନୁହେଁ । ଇନଫରମେସନ ଟେକ୍ନୋଲୋଜି ରେ ପିଜି କରିଛି । ତାପାଖେ ପୃଥିବୀର ସମସ୍ତ ଖବର ଅଛି । ଖାଇବା ଶୋଇବାକୁ ଛାଡିଦେଲେ ପ୍ରାୟତଃ ଲାପଟପ ଦେଖି ସମୟ ଯାଉଛି । ବୁଢ଼ୀମା ସୁନନ୍ଦାକୁ ସଦାବେଳେ ଲ୍ୟାପଟ ଧରି ବସିବାର ଦେଖି ମିଠା ଖଟା ଟାହୁଲି କରନ୍ତି । "ସେଇଟାକୁ ବାହାହୋଇଜା " ପରି କଥାଶୁଣି ସୁନନ୍ଦା ଭାବିନେଇଛି ବୁଢ଼ୀମାର ଏସବୁ ପୁରୁଣା କଥା । ଝିଅ ଘିଅ ପରି ବା ପରଘରେ ବସା ଏମିତି କେତେକଥା । ବୁଡିମାକୁ ସେଦିନ ଦେଖେଇଥିଲା ତାର ବୟପ୍ରେଣ୍ଡକୁ ଲପଟପରେ । ଟୋକାଟା ସାଙ୍ଗରେ କଥାହେବାର ଦେଖି ବୁଢ଼ୀ ମାର ବିପି ବଢିଗଲା ।


ନାତୁଣୀ କି ଶୀଘ୍ର ବିବାହ କରିବାକୁ କେତେଥର ପ୍ରକାଶ କଲେଣି । ସୁନନ୍ଦା ଲ୍ୟାପଟପ ଦେଖିଲାବେଳେ ବୁଢ଼ୀମ। କେତେଥର ଉଣ୍ଡି ଦେଖନ୍ତି । ସୁନନ୍ଦା ବୁଡିମାର ଏପରି ଆଚରଣକୁ ଦେଖି ଦିନେ ବୁଢ଼ୀମାକୁ ଆମେରିକାର ଜଣେ ଭଦ୍ର ବ୍ୟକ୍ତି ସହିତ ସାକ୍ଷାତ କରାଇ ଦେଲେ ।

ସମୟ ସହିତ ତାଳଦେଇ ଚାଳିବାକ ପଡେ । ସୁନନ୍ଦାର ଲାପଟପ ସବୁକିଛି । ସାଙ୍ଗ ପ୍ରେମିକ ଶିକ୍ଷକଙ୍କ ଠାରୁ

ପୃଥିବୀର ସମସ୍ତ ଖବର ଦେଉଛି । ଅବିଳମ୍ବେ ଖବର ପହଞ୍ଚିପାରୁଛି । ବୁଢ଼ୀମ। ନାତୁଣୀର ଲାପଟପକୁ ଆଉ ସନ୍ଦେହ ନଜରରେ ଦେଖି ଲଘୁ ମନ୍ତବ୍ୟ ଦେଉନାହାନ୍ତି ।


Rate this content
Log in