Akshayakumar Dash

Others

3  

Akshayakumar Dash

Others

ସୁଦାମାର ଗାଈ

ସୁଦାମାର ଗାଈ

2 mins
559


କିଛିଦିନ ତଳେ ସୁଦାମା ଘରକୁ ଯାଇଥିଲି । ଘରେ ପହଂଚି ଦେଖିଲି ବାଛୁରୀଟିଏ ମୋ ପାଖକୁ ଧାଇଁ ଆସୁଛି । ଘର ଭିତର ବାହାର ଦେଖେ ତ ଜଣେ କିଏ ଲୋକ ନାହାନ୍ତି । ବାଛୁରୀ ପଛେ ପଛେ ଗାଈଟିଏ । ବାଛୁରୀଟି ମୋତେ ଟିକେ ସୁଙ୍ଗିଦେଇ ମୋଦିହରେ ଘଷିହେଉଥାଏ । ଗାଈଟି ଆସି ମୋ ପାଖରେ ଠିଆହେଲା । ଗାଇବାଛୁରୀ ଦୁହେଁ ମୋ ପାଖେ ପାଖେ ଥିଲେ । ପାଖରେ ଖଟୁଲିଟିଏ ଥିଲା । ସେଠାରେ ବସିଗଲି । ବାଛୁରୀଟି ମୁଣ୍ଡ ହଲେଇ ତାର ମାଆକୁ କଣ କହୁଥିଲା, ଗାଈ ମୋଠାରୁ ଫେରିଗଲା । ବାଡ଼ିପଟକୁ ଗଲା, ଝରକାରେ ଟିକେ ଦିଶୁଥିଲା । କିଛି ସମୟ ପରେ ସୁଦାମାର ମାଆ ହାତଧୋଇ ପହଁଚିଲେ । ନଇଁ ନଇଁ ଧୀରେ ଧୀରେ ଚଳୁଥିଲେ । ମତେ ବୁଝିବାକୁ ଡେରି ହେଲାନାହିଁ । ଗାଈଟି ବୋଧେ ଡାକିଆଣିଲା । ଗାଈକି ବାଛୁରୀ କାର ବେକରେ ପଘା ନଥିଲା । ମାଆକୁ ପ୍ରଣାମ କଲି । ମୋ କଥା ପୂର୍ବରୁ ମାଆ କହି ଚାଲିଲେ । ସୁଦାମା ବଜାର ଯାଇଛି, ଫେରୁଥିବ । ତାର ଘରଣୀ ନଈକୁ ଗାଧେଇ ଯାଇଛି, ଆସୁଥିବା। ପୁଅଝିଅ ଇସୁକୁଲ ଯାଇଛନ୍ତି । ମୁଁ ବାରିରେ ଘଷିପାରୁଥିଲି, ନେତ ମତେ ଡାକିଲା । ନେତ ସୁଦାମର ଗାଈର ନା । ମୁଁ ପଚାରିଲି ବାଛୁରୀର ନାମ କଣ, ମାଆ କହିଲେ ବଳିଆ । ବଳିଆ ବୋଲି କହିବାରୁ ବାଛୁରୀଟି ପଦାରେ ଥିଲା ଧାଇଁ ଆସିଲା । ମାଆଙ୍କୁ କହିଲି ମୁଁ ସୁଦାମର ସାଙ୍ଗ । ତୁମ ଗାଈ ବାଛୁରୀ କଣ ତୁମ ଭାଷା ଶୁଣନ୍ତି । ମାଆ ଟିକେ ହସିଦେଇ କହିଲେ ନେତ ତ ସୁଦାମର ମାଆ ମୁଁ କିଏ । ମୁଁ ପଚାରିଲି ଏମାନେ କଣ ଘର ଭିତରେ ରୁହନ୍ତି ? ପୁଣି ମାଆ କହିଲେ ନେତ ଏଇଠି ଶୁଏ, ବଳିଆ ସୁଦାମା ପୁଅଝିଅଙ୍କ ପାଖରେ ଶୁଏ । ଝାଡା ପରିଶ୍ରା କହୁକହୁ ମାଆ କହିଲେ କବାଟ ଖୋଲାଥାଏ ବାହାରକୁ ଆସନ୍ତି । ସୁଦାମା ଆସିବାର ପାଟି ଶୁଣି ବାଛୁରୀଟି ଡେଇଁ ଡେଇଁ ପାଖକୁ ଗଲା, ସୁଦାମା ତା ପିଠି ଥାପୁଡ଼େଇ କିଣି ଆଣିଥିବା ବରା ଖାଇବାକୁ ଦେଲା । ନେତ ଚୁପହୋଇ ଠିଆହୋଇ ଦେଖୁଥାଏ । ସୁଦାମା ମତେ ଦେଖି ମାଆକୁ କହିଲା,ଗରମ କ୍ଷୀର ପିବାକୁ ଦେବାକୁ । ମାଆ ଗିଲାସ ନେଇ ବାଡ଼ିପଟ ଚୁଲିପାଖୁ ଗଲେ । ସୁଦାମକୁ କହିଲି, ପ୍ରକୃତରେ ମାଆ କାମଧେନୁ ତୁମ ପାଖରେ ଅଛନ୍ତି । 



Rate this content
Log in