Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Others

2  

Lalita Mohan Mishra

Others

ସମଦଶାପନ୍ନ ବନ୍ଧୁ

ସମଦଶାପନ୍ନ ବନ୍ଧୁ

2 mins
426



   ଜୀବନର ଗତିପଥରେ ବିଭିନ୍ନ ପ୍ରକାର ବନ୍ଧୁଙ୍କ ସହିତ ବନ୍ଧୁତା ସୃଷ୍ଟି ହୋଇଛି । ପାଣି ବହିଯିବା ନ୍ୟାୟରେ ବନ୍ଧୁ ଆସିଛନ୍ତି ଏବଂ ଚାଲିଯାଇଛନ୍ତି ଯାହାକି ମାନସପଟଳରେ ନାହାଁନ୍ତି କିନ୍ତୁ ହାତ ଗଣତି ଅଳ୍ପ କେତେକ ବନ୍ଧୁ ଏବେ ସୁଦ୍ଧା ସେହି ବନ୍ଧୁତା ସୂତ୍ରରେ ବାନ୍ଧି ହୋଇ ଯାଇଛନ୍ତି ।


- ମୋର ସୁଖ ଦୁଃଖକୁ ଯିଏ ଅନୁଭବ କରିଛନ୍ତି। ବିପଦରେ ଧର୍ଯ୍ୟର ଆଶ୍ବାସନା ବାଣୀ ଏବଂ ସମ୍ପଦରେ ଆନନ୍ଦର ଲହରୀ ପ୍ରଦାନ କରିଛନ୍ତି ସେମାନେ ପ୍ରକୃତ ବନ୍ଧୁ । ଅଭାବ ଅସୁବିଧାରେ ସାହାର୍ଯ୍ଯ କରିବା ଏବଂ ମୋବାଇଲ ମାଧ୍ୟମରେ ଦେଖା ସାକ୍ଷାତରେ ଭଲ ମନ୍ଦ ବୁଝିବା , ସମୟ ଅସମୟରେ ଦୁଆରେ ଉପସ୍ଥିତ ହେବା ଏଭଳି ଜଣେ ଦୁଇଜଣ ବନ୍ଧୁଙ୍କୁ ମୁଁ ମୋ ଜୀବନରେ ବନ୍ଧୁ ଭାବରେ ପାଇଛି ।


- ଶାସ୍ତ୍ର କହେ - - ଉତ୍ସବେ ବ୍ୟସନେଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ, ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠନ୍ତି ସଃ ବାନ୍ଧବଃ । ଏହି ସବୁ ସମୟ ଗୁଡ଼ିକରେ ଯେ ଉପସ୍ଥିତ ହୁଏ ସେ ହିଁ ପ୍ରକୃତ ବନ୍ଧୁ । ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଅନେକ ବନ୍ଧୁଙ୍କ ସୌହାର୍ଦ୍ଦ୍ୟ ଲାଭ କରିଛି କିନ୍ତୁ ବନ୍ଧୁତା ସେହି ସମୟ ପାଇଁ ବା ସେ ସମୟର ଆଉ କିଛି ଦିନପାଇଁ । ପରେ ସେମାନଙ୍କ ସହିତ ବନ୍ଧୁତା ରହିନାହିଁ । 


- ବନ୍ଧୁମାନଙ୍କୁ କଷଟି ପଥରରେ ପରଖିଛି ତେଣୁ ସେମାନେ ଚିରସ୍ଥାୟୀ ହୋଇ ପାରିନାହାଁନ୍ତି ।


- ପ୍ରକୃତ ବନ୍ଧୁ କାହାକୁ କହିବା - ଯେ ବନ୍ଧୁଙ୍କୁ ପାପରୁ ନିବୃତ୍ତି କରାନ୍ତି, ବନ୍ଧୁଙ୍କର ହିତସାଧନରେ ରତ ରୁହନ୍ତି, ବନ୍ଧୁଙ୍କର ଗୋପନୀୟ ବିଷୟମାନ ଗୋପନ ରଖନ୍ତି, ବନ୍ଧୁଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି, ବନ୍ଧୁଙ୍କର ସମ୍ପଦ ସମୟରେ ପାଖରେ ରହିବାକୁ ଆଗ୍ରହୀ ହୁଅନ୍ତି ନାହିଁ କିନ୍ତୁ ବିପଦ ପଡିଲେ ସଙ୍ଗେ ସଙ୍ଗେ ଆସି ସାହାର୍ଯ୍ୟ କରନ୍ତି ସେ ହିଁ ପ୍ରକୃତ ବନ୍ଧୁ ।


- ଏହି ଭଳି ଲକ୍ଷଣମାନ ଥିବା ବନ୍ଧୁ... ଜୀବନରେ ବହୁତ କମ୍ ପାଇଛି ଆଉ ସେମାନଙ୍କ ସହିତ ବନ୍ଧୁତା ଏବେ ମଧ୍ୟ ଅଛି । ନଚେତ୍ ଅନ୍ୟ ସବୁ ବନ୍ଧୁ - କାମର ପ୍ୟାରା,ନାମର ପ୍ୟାରା , ଦାମର ପ୍ୟାରା । ଦେଖା ସୁନ୍ଦର କଖାରୁ ବଡି ।


- ଜୀବନରେ ଏହି ଭଳି କିଛି ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇଛି । ଯେଉଁ ମାନଙ୍କୁ ନିଜର ଆଗ ପଛ ସବୁକଥା କହିଦେଇଛି । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ସହିତ ବନ୍ଧୁତା ଚିରସ୍ଥାୟୀ ହୋଇ ପାରି ନାହିଁ । ଚିରସ୍ଥାୟୀ ନ ହୋଇ ପାରିବାର ଫାଇଦା ପାଇ ମୋର ଶତ୍ରୁ ମାନଙ୍କ ସହିତ ହାତ ମେଳାଇ ମୋତେ ଅକୁଆଡରେ ପକାଇଛନ୍ତି ।


- ବନ୍ଧୁତ୍ୱ କେବେ ଗୋଟାଏ ପଟରୁ ଆରମ୍ଭ ହୋଇ ନ ଥାଏ ? ? ବନ୍ଧୁତ୍ବର ତ୍ୟାଗ, ପ୍ରେମ,ବଳିଦାନ,ପାରିବାରିକ ସମ୍ପର୍କ ଦ୍ବାରା ବନ୍ଧୁତ୍ୱ ସୂଦୃଢ ହୋଇଥାଏ ।


- ଯେଉଁମାନେ ବନ୍ଧୁଙ୍କର ଦୁଃଖକୁ ଅସୁବିଧାକୁ ନିଜର ଭାବି ସାହାର୍ଯ୍ଯ ଓ ସହାନୁଭୂତି ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ସମଦଶାପନ୍ନ ବନ୍ଧୁ କହିବା କାରଣ ସେମାନେ ପରର ଦୁଃଖକୁ ନିଜର ଭାବି ସହଯୋଗର ହାତ ବଢାଇଛନ୍ତି ।


- ସମସ୍ତଙ୍କ ଜୀବନରେ ବନ୍ଧୁ ଆସନ୍ତି କିନ୍ତୁ କେତେ ବନ୍ଧୁ ନିଜର ହୋଇ ପାରନ୍ତି ? 


- ମୋ ମତରେ ଫଳ କାମନା ବିରହିତ , ନିଃସ୍ବାର୍ଥପର ସେବା । ରକ୍ତ ସମ୍ପର୍କ ନ ଥାଇ ସୁଦ୍ଧା ଏହି ଭଳି ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବା ପ୍ରକୃତ ବନ୍ଧୁର ଲକ୍ଷଣ । 


Rate this content
Log in