Akshayakumar Dash

Others

2  

Akshayakumar Dash

Others

ସିନ୍ଦୁର- ଭାଗ୨

ସିନ୍ଦୁର- ଭାଗ୨

1 min
394


ଶୋଭାଦେବୀ ମନ୍ଦିର ବାହାରିଲେ । ଜଗନ୍ନାଥ ମନ୍ଦିର ।ଆଜି ଦେଵସ୍ନାନ ପୂର୍ଣ୍ଣିମା । ପବିତ୍ର ଦିନ ।ବଡ଼ଠାକୁରଙ୍କୁ ଭକ୍ତମାନେ ସ୍ନାନ କରାଇବେ । ଏମିତି ସେମିତି ସ୍ନାନ ନୁହେଁ । ମହାପ୍ରଭୁଙ୍କ ସ୍ନାନ । ମଣିଷ ଦେବତା ଭିତରେ ତଫାତ ଅନେକ ଅଛି । ସେଥିରୁ ଗୋଟିଏ ଦେବତାଙ୍କ ଆଖିର ପଲକ ପଡେନାହିଁ । ସେଥିପାଣି ଚକାଆଖି ସବୁଦେଖନ୍ତି । ମଣିଷ ମାନଙ୍କ ମଙ୍ଗଳ କରନ୍ତି । କିନ୍ତୁ ମଣିଷର ଗର୍ବ କେବେ ସହନ୍ତିନାହିଁ ।କାରଣ ମଣିଷ ଗର୍ବରେ ସଂସାରର କ୍ଷତି କଲେ ସ୍ୱୟଂ ଅବତାର ନେଇଆସନ୍ତି । ପାପୀକୁ ବିନାଶ କରି ଧର୍ମ ସ୍ଥାପନ କରନ୍ତି ।


ଶୋଭାଦେବୀ ମା ସୁଭଦ୍ରା ଦେବୀଙ୍କ ମନ୍ଦିରରେ ଭକ୍ତିପୁତ ପ୍ରଣତି ଢାଳିଲେ । ଶକ୍ତି ପ୍ରଦାୟିନୀ ମାଙ୍କ ସିନ୍ଦୁର ମୁଣ୍ଡରେ ଲଗାଇ ହାତରେ ଥିବା ଶଙ୍ଖ।ରେ ଲଗାଇଲେ । ମନ୍ଦିରର ପଣ୍ଡା ମାଙ୍କ ଧଣ୍ଡା ଦେଲେ । ଶୋଭାଦେବୀ ମନ୍ଦିର ବେଢାରେ ବସିଗଲେ । ମହକୁଥିଲା ପ୍ରସାଦପିଠା । ଖଜା ,ଲଡୁ, ଗୋପାଳବଲହବ । ମା ସୁଭଦ୍ରା ବଡ଼ଠାକୁରଙ୍କ ଭଉଣୀ । ମନ୍ଦିରରୁ ବାହାରି ବେଢା ପରିକ୍ରମା କଲେ । ବଟଗଣେଶ ଦେଇ ମୁକ୍ତିମଣ୍ଡପ ବିମଳାଙ୍କ ମନ୍ଦିରରେ ପ୍ରଣତି କଲେ ।ମା ଲକ୍ଷ୍ମୀଙ୍କ ମନ୍ଦିରରେ ମାଙ୍କୁ ଶ୍ରଦ୍ଧାରେ ସ୍ତୁତି କଲେ । ମାଙ୍କ ସିନ୍ଦୁର ଧାରଣକରି ମନ୍ଦିରରେ ବସିଲେ । ଦେଖାହେଲା ପିଲାଦିନର ସାଙ୍ଗ କୁହୁ ସହ ।କୁହୁ ଡାକିଲେ କିରେ ଶୋଭା ତୋର ଖବର କଣ ?ତୁଳନା କରି କହିଲେ ତୁତ ପତଳା ଦିସୁଛୁ । ଦୁଇସାଙ୍ଗ ପାଖାପାଖି ବସିଲେ ଆରମ୍ଭ ହେଲା ମନଖୋଲ କଥା ପିଲାଛୁଆଙ୍କ ଠାରୁ ପାରିବାରିକଜୀବନ । ଗପୁଗପୁ ଦିନ ସରିବନାହିଁ ଦୁଇ ସାଙ୍ଗଙ୍କ କାହାଣୀ ।ତଥାପି ସମୟ ଦେଖି ବହୁଡ଼ିଲେ ।



Rate this content
Log in