STORYMIRROR

kamal kumar dash

Others

3  

kamal kumar dash

Others

ଶ୍ରୀଦେବୀ ମାଡାମ

ଶ୍ରୀଦେବୀ ମାଡାମ

2 mins
205

ସୁନୀଲ ବାବୁ ନୂଆ ନୂଆ ଗୋଟେ ବଡ଼ ଫ୍ଲାଟକୁ ସିଫ୍ଟ କରି ଥାନ୍ତି | କୋଭିଡ଼ ଯୋଗୁ ଫ୍ଲାଟରେ ଇଣ୍ଟେରିଅର କାମ କରିବା ମନl ଥାଏ | ସୁନୀଲ ବାବୁଙ୍କ ଘର ଆଗରେ ଶ୍ରୀଦେବୀ ମାଡାମଙ୍କ ଫ୍ଲାଟ | ସେ ତାଙ୍କ ଘରେ ଇଂଟେରିଅର କାମ କରିବା ପାଇଁ ଲୋକ ପଠାଇଲେ | ସୁନୀଲ ବାବୁ ଓ ଆଉ ଦୁଇଜଣ (ନିର୍ମଳ ବାବୁ ଓ ସାମଲ ବାବୁ) ସେ ଲୋକଙ୍କୁ କାମ କରିବାକୁ ମନl କଲେ ଓ କହିଲେ କୋଭିଡ଼ ପରେ କାମ କରନ୍ତୁ | ସେମlନେ ମାଡାମଙ୍କୁ ଫୋନରେ ସବୁ କହିଲେ | ମାଡାମ ସୁନୀଲ ବାବୁଙ୍କୁ ଫୋନ କଲେ ଓ କହିଲେ ମୁଁ ଏକେଲା ସ୍ତ୍ରୀ ଲୋକଟେ, ମୋ ଫ୍ଲାଟରେ କାମ କରି ଜଲ୍ଦି ରହିବାକୁ ଚାହୁଁଚି ପ୍ଲିଜ ମତେ ଟିକେ କାମ କରିବାକୁ ଦିୟନ୍ତୁ | ସୁନୀଲ ବାବୁ କିଛି କହିବା ଆଗରୁ ନିର୍ମଳ ବାବୁ କହିଲେ ମାଡାମ କିଛି ଦିନ ରହି ଯାଆନ୍ତୁ ମlସେ ପରେ କୋକୋବିଦ ଟିକେ କମିଗଲେ କାମ ଷ୍ଟାର୍ଟ କରିବେ | ଏବେ କାମ କରିବାକୁ ଚାହିଁଲେ କାମ କରୁଥିବ କରୁଥିବା ଲୋକମାନଙ୍କ କୋଭିଡ ଟେଷ୍ଟ କରି ରିପୋର୍ଟ ନେଇ ଆସନ୍ତୁ | ସେ କହିଲେ ଆପଣ କିଏ ମୁଁ ଜାଣିନି ଓ ଆପଣ ସାଙ୍ଗେ କଥାହେବାକୁ ଚାହୁଁନି | ଆପଣ ଫୋନ ସୁନୀଲ ବାବୁଙ୍କୁ ଦିଅନ୍ତୁ | ନିର୍ମଳ ବାବୁ ଟିକେ ରାଗିଗଲେ ଓ କହିଲେ ମାଡାମ ଆପଣ କହl ସାଥିରେ କଥା ହେବେ ହୁଅନ୍ତୁ ,କାମ କିନ୍ତୁ ହେବନି | ମାଡାମ ସୁନୀଲ ବାବୁଙ୍କୁ କହିଲେ ମୁଁ ଆଇ ଆଇ ଟି ରେ ପାଠ ପଢିଛି ଓ ପ୍ରଫେସର ଅଛି ହେଲେ ଆପଣ ମତେ ହଇରାଣ କରୁଛନ୍ତି | ସୁନୀଲ ବାବୁ କହିଲେ ମାଡାମ ମୁଁ ବି ଆଇ ଆଇ ଟି ରେ ପାଠ ପଢିଛି ଓ ବଡ଼ କମ୍ପାନୀରେ କାମ କରୁଛି ,ହେଲେ ବର୍ତ୍ତମାନ ର ପରିସ୍ଥିତି ଓ ଏଠାରେ ରହୁଥିବା ଲୋକମାନଙ୍କ ସେଫଟି ପାଇଁ ଆପଣଙ୍କୁ ଆନୁରୋଧ କରୁଚୁ | ସେ ବହୁତ ରାଗିଗଲେ ଓ କହିଲେ ଆପଣ ନିଜେ ରହି ଯାଇଥିବାରୁ ମତେ ହଇରାଣ କରୁଛନ୍ତି ଓ କାମ କରିବାକୁ ଦେଉ ନାହାନ୍ତି | ପଛରୁ ସାମଲ ବାବୁ କହିଲେ ଦେଖନ୍ତୁ ମାଡାମ ଏବେ ଏଠାର କୋଭିଡ ପରିସ୍ଥିତି ବହୁତ ଖରାପ ଅଛି | ମାଡାମ ଜୋରରେ କହିଲେ ଦେଖନ୍ତୁ ମୁଁ ସୁନୀଲ ବାବୁଙ୍କ ସାଙ୍ଗରେ ହିଁ କଥା ହେବି ଆଉ କାହା ସାଥିରେ ନୁହେଁ | ସୁନୀଲ ବାବୁ ଧୀର ସ୍ୱରରେ କହିଲେ ମାଡାମ ଆପଣ ଓଡିଶା ସରକାରଙ୍କ ଗାଇଡ଼ ଲାଇନ ମାନି କାମ କରନ୍ତୁ ଆମର ଆଉ କିଛି କହିବାର ନାହିଁ | ମାଡାମ କହିଲେ ସେଥିପାଇଁ କଣ ଗାଇଡ଼ ଲାଇନ ଅଛି ? ସୁନୀଲ ବାବୁ କହିଲେ ଏବେ ପଠାଇ ଦେଉଛି | ତା ପରେ ମାଡାମ ରାଗରେ ଫୋନ କାଟିଦେଲେ ଓ ତା ପରଦିନ ତାଙ୍କ କାମ ବନ୍ଦ କରିଦେଲେ | 

         



Rate this content
Log in