ଶିକ୍ଷା ଏକ ସଂସ୍କାର
ଶିକ୍ଷା ଏକ ସଂସ୍କାର
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦୃଷ୍ଟିରେ " ଶିକ୍ଷା ଏକ ସଂସ୍କାର" । " ଯେଉଁ ଶିକ୍ଷା ମନୁଷ୍ୟକୁ ସ୍ଵାଧୀନ ଭାବେ ପ୍ରଣୋଦିତ କରି ନପାରେ ତାହା ଯଥାର୍ଥରେ ଶିକ୍ଷାପଦବାଚ୍ଯ ନୁହେଁ ।" ଜାତିରପିତା ମହାତ୍ମାମାନ୍ଧୀ
ମଧ୍ଯ ଅନୁତାପ କରିଛନ୍ତି । " By education I mean the allround drowning art of the best in Child & man, body, mind & Spirit. " ମହାପୁରୁଷ ମାନଙ୍କ ଭକ୍ତି ବା ବାଣୀ , ମୋ ଭଳି ପ୍ରତ୍ୟେକଙ୍କ ହୃଦୟକୁ ଛୁଇଁ ଥାଏ । ତେଣୁ ପଣ୍ଡିତ ଗୋପବନ୍ଧୁ ଓ ମହାତ୍ମାଗାନ୍ଧୀଙ୍କ ଉପରୋକ୍ତ ଭକ୍ତି ଗୁଡିକ ମତେ ମର୍ମେ ମର୍ମେ ଭେଦ କରିଥିଲେ ।
୧୯୯୧ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରଗଡ଼ ଉପଖଣ୍ଡ ପାଠାଗାରରେ ଗ୍ରନ୍ଥାଗାରିକ ଭାବେ ସ୍ଥାନୀୟ ଯୁବକ , ଛାତ୍ର, ଶିକ୍ଷକ ଆଦି ପାଠକ ମାନଙ୍କ ପାଖରେ ବେଶ୍ ପରିଚିତ ହୋଇପାରିଥାଏ ।
ସେତେବେଳେ ବରଗଡ଼ରେ ଗୋଟିଏ ହିନ୍ଦୀ ମାଧ୍ୟମ ଓ ଅନ୍ୟ ଗୋଟିଏ ଓଡ଼ିଆ ମାଧ୍ୟମ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖୁବ୍ ପ୍ରତିଷ୍ଠା ଲାଭ କରିଥାଏ ।
ଥରେ ଶିଶୁ ମନ୍ଦିରର ଗୁରୁଜୀ ପ୍ରଦୀପ ବିଶ୍ଵାଳ ଏବଂ ଅନ୍ୟ ଜଣେ ଗୁରୁଜୀ ଶିଶୁ ମନ୍ଦିରରେ ପ୍ରତି ଗୁରୁବାର ଦିନ ଅନୁଷ୍ଠିତ ହେଉଥିବା " ଶିଶୁ ସଭା" କୁ ମତେ ଅତିଥି କରି ଡ଼ାକି ନେଲେ । ସେହି ଦିନ ସେହି ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନଙ୍କ ନୃତ୍ୟ, ଗୀତ, ଚିତ୍ର ଓ ଭାଷଣ ମତେ ସ୍ଥମ୍ବିତ କରିଦେଇଥିଲା । ସେମାନଙ୍କର ଶୃଙ୍ଗଳା ଓ ଦେଶ ପ୍ରେମର ବାର୍ତ୍ତା ମତେ ବିମୋହିତ କରିଦେଇଥିଲା । ତା'ପରେ ଅବଶ୍ୟ ମୁଁ ସେଇ ଶିଶୁ ମନ୍ଦିର କୁ କେତେ ଥର ଯାଇଛି କିନ୍ତୁ ସେଇ ପ୍ରଥମ ଦିନର ଆନନ୍ଦ ଓ ପ୍ରେରଣା ଆଜି ବି ମୋର ମନେ ପଡ଼ିଯାଏ । ଜଣେ ଅବିବାହିତ ଯୁବକ ହୋଇ ବି ମୁଁ ସେଦିନ ମନେ ମନେ ସ୍ଥିର କରିଥିଲି ଭବିଷ୍ୟତରେ ନିଜର ଯଦି କେବେ ପିଲା ହେବ ତେବେ ଏହିଭଳି ଶିଶୁ ମନ୍ଦିରରେ ହିଁ ତା'କୁ ଶିକ୍ଷା ଦେବି ।
ବରଗଡ଼ ଶିଶୁ ମନ୍ଦିର ବା ସାକ୍ଷୀଗୋପାଳ ଶିଶୁ ମନ୍ଦିର ଅବା ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ହେଉଁ ମୁଁ ସେଇ ଅନୁଷ୍ଠାନ ମାନଙ୍କରେ ଶିଶୁମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଉଦ୍ୟମ ଦେଖିଛି । ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ ନିଷ୍ଠା ଓ କର୍ତ୍ତବ୍ଯପରାୟଣତା ଅନୁଭବ କରିଛି । ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଗୁରୁଜୀ ଓ ଗୁରୁମା ମାନ ଙ୍କ ର ନିଷ୍ଠାପର ଉଦ୍ୟମ ଫଳରେ ପ୍ରତିବର୍ଷ ଶତ ପ୍ରତିଶତ ସଫଳତା ସମ୍ଭବ ହୋଇପାରୁଛି । ଏହି ବିଦ୍ୟା ମନ୍ଦିର ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଆସୁଥିବାରୁ ଖୁବ୍ ଆନନ୍ଦ ଲାଗୁଛି ।
