STORYMIRROR

Sachidananda Kar

Others

2.5  

Sachidananda Kar

Others

ସେଲ୍ଫି : ଆଇ ଆମ୍ ଇନ୍ ଲଭ୍

ସେଲ୍ଫି : ଆଇ ଆମ୍ ଇନ୍ ଲଭ୍

2 mins
749


ସେଲ୍ଫି ।ଫେସବୁକରେ।ପରେଶର ଜଣେ ବାନ୍ଧବୀ ପୋଷ୍ଟ କରିଥିଲେ।ପ୍ରାୟ ପନ୍ଦରଟି।

ଉପରେ ଲେଖାଥିଲା - ଫିଲିଂ ହାପି ଇନ୍ ବାଥରୁମ୍।

ବାଃ ! କି ଚମତ୍କାର ଏଇ ଫଟୋ ସବୁ !

ପରେଶ୍ ମନକୁମନ କହିଲା ଓ କମେଣ୍ଟରେ ଲେଖିଦେଲା।ସ୍କ୍ରଲ୍ କଲା ପରେଶ୍।

ପୁଣି କିଛି ସେଲ୍ଫି।ଏଥର ଜଣେ ବନ୍ଧୁଙ୍କର।

ପ୍ରାୟ କୋଡ଼ିଏଟି।

ଉପରେ ଲେଖାଥିଲା - ଡ୍ୟାଡ୍ ଡେଡ୍।ଆଟ୍ ଦି କ୍ରିମେଟୋରିଅମ୍।ଫିଲିଂ ସାଡ୍।

ଆହା !କି ଦୁଃଖ।ବାପା ଥିଲେ ସବୁ ଥାଏ।ନ ଥିଲେ କିଛି ନାହିଁ।

ପରେଶ୍ ମନକୁମନ କହିଲା ଓ କମେଣ୍ଟରେ ତାହା ହିଁ ଲେଖିଦେଲା।ସ୍କ୍ରଲ୍ କଲା ପରେଶ୍।

ପୁଣି କିଛି ସେଲ୍ଫି।ପ୍ରାୟ ଦଶଟି।

ଉପରେ ଲେଖାଥିଲା - ଉଇଥ୍ ମାଇଁ ନିଉ କାର୍।ଫିଲିଂ ହାପି।

ବାଃ ! ସୁନ୍ଦର ଓ ଦାମୀ।ପସନ୍ଦ ଖୁବ୍ ଭଲ।

ପରେଶ୍ ମନକୁମନ କହିଲା ଓ କମେଣ୍ଟରେ ତାହା ହିଁ ଲେଖିଲା।

ନିଜର କିଛି ସେଲ୍ଫି ପୋଷ୍ଟ କଲେ କେମିତି ହୁଅନ୍ତା !

ହଠାତ ଏହି କଥାଟି ପରେଶର ମନରେ ଆସିଲା।

କିଛି ଦିନ ତଳେ ଟ୍ରେନରେ ଭୁବନେଶ୍ୱର ଆସୁଥିବା ବେଳେ ପାଖରେ ବସିଥିବା ଗୋଟେ ଝିଅ ସହିତ ବନ୍ଧୁତା ଜମିଥିଲା। ତା' ସହିତ କିଛିଟା ସେଲ୍ଫି ନେଇଥିଲା ପରେଶ୍।କଟକରେ କ୍ରିକେଟ କୋଚିଂ ନେବା ପାଇଁ ରାଉରକେଲାରୁ ଆସୁଥିଲା ସେଇ ଝିଅଟି।ଖେଳାଳି କମ୍,ସୁନ୍ଦରୀ ଆଉ ସଂଭ୍ରାନ୍ତ ଲାଗୁଥିଲା ବେଶୀ।

କଟକ ଷ୍ଟେସନରେ ଓହ୍ଲାଇ ଯାଇଥିଲା ଝିଅଟି।ଉଠିଲା ବେଳେ ଅଳ୍ପ ହସି ଆସୁଛି କହିବାକୁ ଭୁଲି ନ ଥିଲା।

ଏବେ ସେହି ସେଲ୍ଫି ଗୁଡିକ ପୋଷ୍ଟ କରିଦେବାକୁ ପରେଶ୍ ଭାବିଲା।

ଗ୍ଯାଲେରିକୁ ଗଲା । ଆଗ ସେଗୁଡ଼ିକ ଦେଖିଲା।

ବେଶ୍ ସୁନ୍ଦର ଦିଶୁଥିଲା ଝିଅଟି।ନିଜର ନିଜର ଲାଗୁଥିଲା ବି।

କେହି ନୁହେଁ, ଅଥଚ ନିଜର ଲାଗୁଛି ! ପରେଶ୍ ଭାବିଲା।

ପୋଷ୍ଟ କରିଦେଲା। ଲେଖିଲା - ସେଲ୍ଫି : ଆଇ ଆମ୍ ଇନ୍ ଲଭ୍।

ଜଣେ ବନ୍ଧୁ ସଙ୍ଗେସଙ୍ଗେ କମେଣ୍ଟରେ ଲେଖିଲେ - ସୁନ୍ଦରୀ ଝିଅ ଭାଗ୍ଯରେ ଥିଲେ ମିଳନ୍ତି।ଆପଣଙ୍କ ପ୍ରେମିକା ବହୁତ ସୁନ୍ଦର।ସୁଖମୟ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା।

ଏହାପରେ ଖାଲି କମେଣ୍ଟ୍ ଆଉ କମେଣ୍ଟ୍।ପରେଶ୍ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଲା।

ସେଦିନ ରାତିରେ ଶୋଇ ପାରିଲାନି ପରେଶ୍।ଝିଅଟିର ହସହସ ମୁହଁ ନାଚି ଯାଉଥିଲା ତା' ଆଖି ଆଗରେ।

ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ହୁଅନ୍ତା।ହେଲେ କ'ଣ ସେ ଝିଅଟିର ନାଁ ତ ! ସୁଇଟି ବୋଲି କହୁଥିଲା ନା କ'ଣ ସେ ! ଭାବୁଥିଲା ପରେଶ୍।

ସାରା ରାତି ଖାଲି ସ୍ବପ୍ନ ଆଉ ସ୍ବପ୍ନ।ସେହି ଝିଅଟିର ସ୍ବପ୍ନ।

ଛଟପଟ ଛଟପଟ ଅବସ୍ଥା।

ଆହା ! ପରେଶ୍ ବିଚରା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍