STORYMIRROR

kamal kumar dash

Others

3  

kamal kumar dash

Others

ସ୍ଵଛ ଭାରତ

ସ୍ଵଛ ଭାରତ

1 min
508


  ଫନି ପରେ ମଙ୍ଗଳାବାଗ ତ୍ରିପାଠୀ ଲେନର ଡ୍ରେନ ରେ ଡାଳ ପତ୍ର ପଡି  ପାଣି ଯିବା ବନ୍ଦ ହୋଇଗଲା । ପାଣି ରାସ୍ତା ଉପରେ ଚାଲିଲା ଓ ଘର କୁ ପଶିବାର ସଂଭାବନା ଦେଖାଦେଲା । ବାତ୍ୟା ପରେ ସମସ୍ତେ ନିଜ କାମରେ ବ୍ୟସ୍ତ, ସାହି କଥା ବୁଝୁଛି କିଏ ? ଏସବୁ ଦେଖି ଜାପାନୀ କକେଇ  ଆଉ ସହି ପାରିଲେନି । ନିଜେ ଫାଉଡ଼ା ଧରି ବାହାରି ପଡିଲେ ଡ୍ରେନରୁ ଡାଳ ପତ୍ର କାଢ଼ିବାକୁ । ସେ ଭୁଲି ଯାଇଥିଲେ ଯେ 4 ମାସ ଆଗରୁ ସେ ଆଇ .ସି .ୟୁ.ରେ 1 ମାସ ଥିଲେ ଓ ତାଙ୍କର ହାର୍ଟ ଅପରେସନ ହୋଇଥିଲା ବୋଲି । ଘରେ କିଏ ଜାଣିବା ଆଗରୁ ସେ  ଘଂଟାଏ ପରିଶ୍ରମ କରି ଡ୍ରେନ କୁ ସଫା କରିଦେଇ ଥିଲେ । ଧୀରେ ଧୀରେ ଡ୍ରେନରେ ପାଣି ଯିବା ଆରମ୍ଭ ହୋଇଗଲା ଓ ରାସ୍ତାରୁ ପାଣି କମିଗଲା । ତାଙ୍କ ସ୍ୱଚ୍ଛ ଭାରତ ମିଶନ ସଫଳ ହେଲା ମାତ୍ର ଘରେ ତାଙ୍କ ସ୍ୱାଗତ ଭଲରେ ହେଲାନି । ସମସ୍ତେ କକେଇଙ୍କୁ ନିଜ ଦେହ କୁ ନଦେଖି ଏମିତି ପରିଶ୍ରମ କରିଥିବାରୁ ଦୁଃଖ କରୁଥିଲେ । କିଛି ତ ଭଗବାନଙ୍କୁ ଡାକୁଥିଲେ କି ତାଙ୍କର ଆଉ କିଛି ନ ହେଉ ବୋଲି ।


    ଜାପାନୀ କକେଇ ସାହିର ମୁଖିଆ ଓ ଜାପାନୀ ନନା ହିସାବରେ ବେଶ ଜଣା ଶୁଣା ,ସାହିର ଭଲ ମନ୍ଦ ରେ ,ପୂଜା ପାର୍ବଣରେ ସବୁଥିରେ ଆଗରେ ।   ଏ ଝଡ଼ ବାତ୍ୟାର ସେ ଚୁପ ଚାପ ବସି ରହନ୍ତେ କେମିତି ? ବୟଷ ଓ ଶରୀର ଯାହାବି ହେଉ ପଛକେ ମନ କିନ୍ତୁ ତାଙ୍କର ଖୁବ ଦୃଢ଼ । ସମସ୍ତଙ୍କୁ କହିଲେ ଆରେ କିଛି ହବନି ମୋର ,ଏତେ ଡରନି । ଟିକେ ଚାହା କରି କି ଆଣ ,ଚାହା ପିଇ ବାଡ଼ି ପଟ ଦେଖିବା ,ଗଛ ଗୁଡା ଠିକ ଅଛି ନା ଭାଙ୍ଗିଛି ।ମନର ରାଗକୁ ଶାନ୍ତ କରି ଖୁଡି ଉଠୁଥିଲେ ଚାହା କରି ବାକୁ ଓ କହିଲେ ଦେଖ , ବାଡ଼ି ଆଡେ ସବୁ ଠିକ ଅଛି ସେଠିକି ଯିବା ଦରକାର ନାହିଁ ,ପିଲା ମାନେ ଦେଖି ଆସିଛନ୍ତି ।


Rate this content
Log in