STORYMIRROR

Madhabi Patel

Others

3  

Madhabi Patel

Others

ସାଵତମାଆ

ସାଵତମାଆ

3 mins
247


ନୈନୀର ଏକ୍ସିଡେଣ୍ଟରେ ଗୋଟିଏ ଗୋଡ ଭାଙ୍ଗିଯାଇଥିଲା । ଭୁବନେଶ୍ୱରର ଏକ ବଡ ହସପିଟାଲରେ ସେ ଚିକିତ୍ସିତ ହେଉଥିଲା । ସେ ଜଣେ ଇଞ୍ଜିନିୟର ଭାବେ ଏକ କମ୍ପାନିରେ କାମକରେ । ଘରପାଖରେ ଅଫିସ ଥିବାରୁ ସ୍କୁଟିରେ ଯିବା ଆସିବା କରେ । ଦୁର୍ଭାଗ୍ୟକୁ ସେଦିନ ଆଗପଟୁ ଆସୁଥିବା ଗାଡିସହ ତାର ଆଘାତ ଲାଗିଥିଲା । ଯାରି ଫଳରେ ଗୋଡ ଭାଙ୍ଗିଯିବା ସହ ଡାହାଣ ହାତରେ ବି କିଛି ଆଘାତ ହେଇଥିଲା । ସେ ଆଘାତ ପ୍ରାପ୍ତହେଇ ରାସ୍ତା କଡରେ ଛିଟିକି ପଡିଥିବାବେଳେ ପାଖରେ ଥିବା ଦୋକାନୀମାନେ ତା ସ୍ୱାମୀକୁ ଫୋନ କରି ଡାକିଥିଲେ ଓ ତା ପାଇଁ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ପହଞ୍ଚାଇଥିଲେ । 

ସେ ଏବେ ଡାକ୍ତରଖାନାରେ ପଡିପଡି ଯନ୍ତ୍ରଣାକୁ ସାଥି କରି କାଳ କାଟୁଛି । 

ଗୋଡରେ ତାର ଏକ ଷ୍ଟିଲରଡ ଲାଗିଛି । ହାତରେ ବେଣ୍ଡେଜ ହେଇଛି । ଉଠାବସା କରିପାରୁନି । ତାର ଏକ୍ସିଡେଣ୍ଟର ଖବର ପାଇ ମାଆ ଡ୍ରାଇଭରକୁ ଧରି ଗାଡିନେଇ ଭୂବନେଶ୍ୱର ଆସିଗଲେ । ମାଆ ଆସିବା ପରେ ସେ ଟିକିଏ ନିଶ୍ଚିନ୍ତ ହେଇଯାଇଛି । ସ୍ୱାମୀଙ୍କୁ ତ ଅଫିସ ଯିବାକୁ ପଡୁଛି କାରଣ ସେ ମେନେଜର ପରି ଦାୟିତ୍ୱ ପୋଷ୍ଟରେ ବାନ୍ଧିହେଇ ଯାଇଛନ୍ତି । ବେଶିଦିନ ଛୁଟିରେ ରହି ପାରିବେନି । ବାପା ବି ଜଣେ ଡାକ୍ତର ହେତୁ ନିଜ କର୍ତ୍ତବ୍ୟରେ ବନ୍ଧା । କେବଳ ମାଆ ଜଣେ ଲୋକ ଯିଏ ଝିଅର କିଛି ସମସ୍ୟା ହେଲେ ଦଉଡି ଆସେ ସବୁ କାମଦାମ ଛାଡି । ସନ୍ତାନର ଦୁଃଖ ପାଖରେ ସବୁ ପଛ ହେଇଯାଏ । ସେ ଆସିଲା ପରେ ପୁଅ ଝିଅଙ୍କୁ ସକାଳୁ ପ୍ରସ୍ତୁତ କରି ସ୍କୁଲ ବସରେ ଛାଡି ଯୋଇଁଙ୍କ ଟିଫିନ ପିଲାଙ୍କ ଟିଫିନ ସବୁ ଯୋଗାଡ କରି ହସ୍ପିଟାଲ ଚାଲିଆସେ । ତା ସ୍ୱାମୀ ବିନୋଦ ଅଫିସ ଆସିବା ବାଟରେ ଏଠି ଛାଡି ଦିଅନ୍ତି ମାଆକୁ । ସେ ଆସିଲାପରେ ନୈନସିକୁ ଶୌଚ ପୋଛାପୋଛି ଓ ବ୍ରସ କରାଇଦିଅନ୍ତି କାରଣ ଏବେ ସେ ଏସବୁ କାମ କରିବାକୁ ଅସମର୍ଥ ହେଇପଡିଛି । ସେ ଏକାନ୍ତରେ ଥିଲାବେଳେ ଭାବେ ଯଦି ମାଆ ନଥାନ୍ତେ ତେବେ ତାର ଅବସ୍ଥା କଣ ଯେ ହୁଅନ୍ତା । ତାର ସବୁ ବିପଦ ସମୟରେ ମାଆ ହିଁ ଆସି ତାକୁ ସାହାଯ୍ୟ କରନ୍ତି । ତାର ଝିଅ ପୁଅ ଜନ୍ମ ହେଲାବେଳେ ବି ମାଆ ଆସି ଛଅ ଛଅ ମାସ ରହିସବୁ କାମ ତୁଲାଇ ଯାଇଥିଲେ । ତାର ଶାଶୁ ଶଶୁର ଏମିତି ସମୟରେ ଧରା ଛୁଆଁ ଦିଅନ୍ତିନି । ବାକି ସମୟରେ ଆସି ବୋହୂ ସେବା ପାଇବାର ଆଶା ରଖନ୍ତି । ସେତ କର୍ମଜୀବୀ ତଦାପି ପାରୁପର୍ଯ୍ୟନ୍ତ ନିଜ ଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରେ । ସେ ବେଳେବେଳେ ଭାବେ ମାଆ ସୁକାନ୍ତି ଯଦି ନଥାନ୍ତେ ସେ ଆଗପରି ଅନାଥଟେ ହେଇ ରହି ଯାଇଥାନ୍ତା । ସେ ଯେବେଠୁ ହୋସ୍ ସମ୍ଭାଳିଛି ସୁକାନ୍ତିଙ୍କୁ ମାଆ ରୂପରେ ପାଇଛି । ବାପା କହନ୍ତି ଭାଗ୍ୟର ବିଡମ୍ବନା ଦେଖ ସେ ଦଶମାସର ଥିବା ବେଳେ ତା ଜନ୍ମ କଲା ମାଆ ଆରପାରିକୁ ଚାଲିଗଲେ । ବାପା ବହୁ କଷ୍ଟରେ ଜେଜମାଆଙ୍କ ସହାୟତାରେ ତାକୁ ପାଳୁଥିଲେ । ବାପାଙ୍କୁ ଚାକିରି ବି ଦେଖିବାର ଥିଲା । ତାଙ୍କରି ଆୟରେ ହିଁ ତ ଛୋଟ ସଂସାରଟା ଚଲୁଥିଲା । ତାର ଦୁଧଡବା ଫଳମୂଳ ଔଷଧ ରାସନ ପତ୍ର ସବୁ ଆସୁଥିଲା ତାଙ୍କ ଦରମାରେ । ବାପାଙ୍କୁ ସ୍ତ୍ରୀ ବିୟୋଗର ଦୁଃଖବି ଅସ୍ଥିର କରି ରଖିଥିଲା ତଥାପି ସେ ଆଖି ଲୁହ ଆଖିରେମାରି ନିଜ କର୍ତ୍ତବ୍ୟ କରି ଯାଉଥିଲେ । ରାତିରେ ସେ ନଶୋଇଲେ ତାକୁ ଝୁଲାଇ ଝୁଲାଇ ନିଜ ମନବ୍ୟଥାକୁ ଗୀତ ଆକାରରେ ଗାଇ ଶୁଣାଉଥିଲେ । ଯେଉଁ ଗୀତଟି ସେ ସବୁବେଳେ ଶୁଣାଉଥିଲେ ସେ ଗିତଟି ହେଲା । ଏକ୍ ପ୍ୟାର୍ କା ନଗମା ହୈ, ମୋଜୋଁ କି ରଓ୍ୱାନୀ ହେ । ଜୀନ୍ଦେଗି ଔର କୁଛ ବି ନେହିଁ ତେରି ମେରି କହାନୀ ହେ । ତୁ ଧାର୍ ହେ ନଦିୟା କି ମୈ ତେରା କିନାରା ହୁଁ । ତୁ ମେରା ସହାରା ହେ । ମୈ ତେରା ସହାରା ହୁଁ । ଏପରି ଭାବରେ ଦୁଃଖର ଦିନ କଟୁଥିଲା । ପରେ ଘରର ମୁଖିଆ ଲୋକ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ କଲେ ଓ ସେ ବିବାହ କଲେ ସୁକାନ୍ତିକୁ । ନୈନସୀ ସାବତ ମାଆ ଭିତରେ ନିଜ ମାଆର ଅଭାବକୁ ଭୁଲି ଯାଇଥିଲା । ମମତାତ ସବୁ ନାରୀ ଭିତରେ ଲୁଚିକି ଥାଏ । ମାଆ ପାଖରେ ସବୁ ସନ୍ତାନ ନିଜର । ତାର ଭଲ ପାଇବାରେ ଭେଜାଲ୍ ନଥାଏ । ତାର ସବୁ ପ୍ରକାର ଯତ୍ନ ନେଇ ଭଲ ସଂସ୍କାର ଦେଇ ପାଠ ପଢାଇବାରେ ସବୁ ପ୍ରକାର ସୁବିଧା ଯୋଗାଇ ଉଚ୍ଚ ଶିକ୍ଷିତା ଝିଅ କରି ତାକୁ ସ୍ୱାବଲମ୍ବୀ କରି ଠିଆ କରି ଦେଇଛନ୍ତି । 

ଯେବେ ବି ତା ଆଖିରେ ଲୁହ ଆସିଛି ମାଆଙ୍କ ଚେହେରା ତା ନଜରକୁ ଆସିଛି ତା ପାଟିରୁ ମାଆ ଶବ୍ଦଟେ ବାହାରି ଆସିଛି । 

ସାବତ ମାଆ ବି ମାଆ ପରି ପ୍ରେମ ଦେଇପାରେ ଏ କଥା ସେ ଅଙ୍ଗେ ନିଭେଇଛି । 

କୈକେୟୀ ବି ତ ଶ୍ରୀରାମଙ୍କ ଭଲପାଇଁ ବଣକୁ ପଠାଇଥିଲେ । କାରଣ ସେ ପକ୍ଷୀ ମାନଙ୍କ କଥାଭାଷାରୁ ବୁଝି ଯାଇଥିଲେଯେ ଚଉଦବର୍ଷ ଅଯୋଧ୍ୟା ରାଜସିଂହାସନରେ ଯିଏ ବସିବ ତାର ମରଣ ଯୋଗ ଅଛି । ସେଥିପାଇଁ ସେ ରାମଙ୍କୁ ବଞ୍ଚାଇବାକୁ ନିଜେ ନିନ୍ଦନୀୟ ହେଇ ପୁତ୍ର ଜୀବନ ବଞ୍ଚାଇଥିଲେ । ସାବତ ମାଆ ବି ଜଣେ ସ୍ତ୍ରୀ । ତାରି ଭିତରେ ବି ମମତା ଥାଏ । ତାକୁ ଖାଲି ଠିକ୍ ବୁଝିବା କଥା ତାକୁ ଠିକ୍ ସମ୍ମାନ ଦେଲେ ସେବି ସନ୍ତାନକୁ ନିଜର ପରି ପାଳିଥାଏ । 



Rate this content
Log in