Dr. Jagatabandhu Mohapatra

Others

4.9  

Dr. Jagatabandhu Mohapatra

Others

ସାଥୀ

ସାଥୀ

1 min
402


   ଡାକ୍ତର ଜଗତବଂଧୁ ମହାପାତ୍ର 

ସେଦିନ ଦ୍ଵିପ୍ରହର ପ୍ରାୟ ୧:୩୦ଟା ସମୟରେ ମୋର ନିଦ ଭାଙ୍ଗିଲା I ରାତିସାରାର ସବୁ ନିଶା ସେତେବେଳକୁ ପ୍ରାୟ ଛାଡିଯାଇଥିଲା I ଖଟ ସାମନାରେ କାନ୍ଥରେ ଟଙ୍ଗା ହୋଇଥିବା ମିକିର ଫଟୋକୁ ଦେଖି ମୋତେ ବହୁତ ଦୁଃଖ ଲାଗିଲା I ଆଖିର ଲୁହ ଓଠକୁ ପହଞ୍ଚିବା ପରେ ମୋ ନଜର ମିକିର ଫଟୋରୁ ଚାଲିଯାଇ ଟେବୁଲ ଉପରେ ଥିବା ବିଅର ବୋତଲ ଉପରେ ପଡିଲା I ଏହି ସମୟରେ ମିକିର ଫଟୋ ଓ ବିଅର ବୋତଲକୁ ନେଇ ମୋ ମନରେ ଗୋଟିଏ ଦ୍ଵନ୍ଦ ସୃଷ୍ଟି ହେଲା I ମୋର ନିଜର କିଏ ???

ମୋ ଠାରୁ ଅଧିକ ଧନୀ ସୁଶୀଲକୁ ପାଇ ରୁବି ଯେଉଁଦିନ ମୋ ସହ ବ୍ରେକ ଅପ କଲା, ସେଦିନ ବାହାନା କରି କହିଥିଲା, ଏଇ ବିଅର ବୋତଲ କୁଆଡେ ଥିଲା, ବ୍ରେକ ଅପର କାରଣ I ରୁବି ଚାଲିଗଲା ପରେ ସେହି ଦୁଃଖ ସମୟର ସାଥୀ ତ ଏଇ ବିଅର ବୋତଲ ଥିଲା I

ଆହୁରି ଅଧିକ ଆଶା କରି ମିକି, ରୁବି ଜଣେ ପରେ ଜଣେ ମୋତେ ଛାଡି ପଳେଇଗଲେ ; କିନ୍ତୁ ଏବେ ବି ମୋ ପାଖରେ ଏଇ ବୋତଲ ଛିଡା ହୋଇଛି I କେବଳ ଛିଡା ହୋଇ ରହିନି, ବରଂ ମୋତେ ବି ଛିଡା କରି ରଖିଛି I ସେମାନେ ସୁଖ ସମୟର ସାଥୀ ଥିଲେ, କିନ୍ତୁ ଏଇ ବୋତଲ ମୋର ଦୁଃଖ ସମୟର ସାଥୀ I ସେମାନେ କହିଲେ, ବୋତଲକୁ ଛାଡିଦେ, କିନ୍ତୁ ନିଜେ ଛାଡିକି ପଳେଇଗଲେ; କିନ୍ତୁ ଏଇ ବୋତଲ, କିଏ ଛାଡିକି ଯାଆନ୍ତୁ କି ନ ଯାଆନ୍ତୁ ; ଇଏ କେବେ ବି ମୋତେ ଛାଡିକି ଯାଇନି I  

                                                                                


Rate this content
Log in