STORYMIRROR

Akshayakumar Dash

Others

3  

Akshayakumar Dash

Others

ସାମାଜିକ ଦୂରତ୍ୱ

ସାମାଜିକ ଦୂରତ୍ୱ

1 min
31

ନିଶା ସପ୍ତମ ଶେଣୀର ଛାତ୍ରୀ। ତାର ସାଙ୍ଗ ଲିଜା। ଦୁହେଁ ବିଦ୍ୟାଳୟରେ ସାଙ୍ଗ ହୋଇ ବୁଲାଚଲା କରୁଥିଲେ। ଶିକ୍ଷକଙ୍କ ନଜରକୁ ଆସିଲା। ଶିକ୍ଷକ ଶ୍ରେଣୀରେ ପିଲାମାନଙ୍କୁ ସାମାଜିକ ଦୂରତ୍ୱ ବିଷୟରେ ବୁଝାଇଲେ।

ଶିକ୍ଷକ କହିଲେ ଦେଖ ପିଲାମାନେ, ବର୍ତ୍ତମାନ ପରିସ୍ଥିତି ରେ ଆମକୁ ଅତିକମରେ ଜଣଙ୍କଠାରୁ ଦୁଇମିଟର ଦୁରେଇ ରହି ଚାଲିବାକୁ ପଡିବ।ଲିଜା ପଚାରିଲା, ସାର କରୋନା ଭୂତାଣୁ ଯେକୌଣସି ବାଟରେ ଶରୀରକୁ ପ୍ରବେଶ କରିପାରେ। ଦୁରେଇ ରହିଲେ କଣ ହେବ ନାହିଁ? ଶିକ୍ଷକ ଉତ୍ତର ଦେଲେ ହଁ ଦୁରେଇ ରହିଲେ ଆଶଙ୍କା କମିଯିବ। ଶୁଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ବ୍ୟକ୍ତି ର କାଶ ଛିଙ୍କରୁ ନିର୍ଗତ ଖଙ୍କାର ବା କଫ ଦୁଇମିଟର ଭିତରେ ରହେ। ତେଣୁ ସୁସ୍ଥ ବ୍ୟକ୍ତିଟି ସେଇ ଫ୍ଲୁ ବା ଖଙ୍କାର ଛିଙ୍କରୁ ନିର୍ଗତ ଠାରୁ ଦୂରରେ ରହିବା ଉଚିତ। ଦୂତୀୟ କଥା ଜନଗହଳି, ମେଳା, ମହୋତ୍ସବ ଓ ସାମାଜିକ ପର୍ବ ପର୍ବାଣୀ ବିବାହ ବ୍ରତ ଆଦି ସ୍ଥାନକୁ ଯିବା ନିଷେଧ। ମୁଖରେ ସଦାବେଳେ ମାସ୍କ ଲଗେଇ ରଖିବା।ଫଳରେ ଭୂତାଣୁ ସଂକ୍ରମଣ ରୁ ରକ୍ଷା ପାଇବା।ସାଙ୍ଗ ସାଥି ହୋଇ ମିଳାମିଶା କରିବନାହିଁ। ନିଜକୁ ଅନ୍ୟଠାରୁ ଦୂରେଇ ରଖିବ।ସ୍କୁଲ ରୁ ଘର ଭିତରକୁ ଯିବା ପୂର୍ବରୁ ନିଜ ପୋଷାକ ଓ ପୁସ୍ତକ ବେଗ ଆଦି ଅଲଗା ସ୍ଥାନରେ ରଖିବ। ହାତକୁ ଭଲରୁପେ ସାବୁନରେ ଉତ୍ତମ ରୂପେ ମିନିଟିଏ ଧରି ସଫା କରିବ।ନିଜ ଚପଲ ଓ ଗୋଡ଼ହାତ ପାଣିରେ ସଫାକରିବ। ତେବେ ଯାଇ କରୋନା ସହିତ ଲଢ଼ିବ।


Rate this content
Log in