STORYMIRROR

ଶିଶିର ସାହୁ ମନୋଜ

Children Stories Comedy

3  

ଶିଶିର ସାହୁ ମନୋଜ

Children Stories Comedy

ରସଗୋଲା

ରସଗୋଲା

1 min
183

ଡିବିରି ଆଲୁଅ ଯୁଗର କଥା । ଏକ ଦମ୍ପତ୍ତିଙ୍କ ଘରକୁ ଥରେ ରାଢ଼ଦେଶରୁ ଜଣେ ଅତିଥି ଆସିଲେ । ତାଙ୍କ ପାଇଁ ଛ’ ତୁଣ ନ’ ଭଜାର ଆୟୋଜନ ହୋଇଥାଏ ପୁଣି ତାଙ୍କର ସବୁଠାରୁ ପ୍ରିୟ ରସଗୋଲା ବି ପ୍ରସ୍ତୁତ ହୋଇ ରଖାଯାଇଥିଲା । 

ଅତିଥିକୁ ସବୁ ଖାଦ୍ୟ ଦରଵ ପରସା ଯାଇଥିଲା କିନ୍ତୁ ନୂଆଵୋହୂ ରସଗୋଲା ଦେଵାକୁ ଭୂଲିଯାଇଥାନ୍ତି । 

ଅତିଥି ଜଣଙ୍କ ଲାଜରେ କିଛି କହିପାରୁନାହାନ୍ତି । ଶେଷକୁ ଗୋଟାଏ ଉପାୟ ପାଞ୍ଚି ବୋଇଲେ

“ଜାଣିଛ ! କାଲି ମୁଁ ମରୁ ମରୁ ଅଳ୍ପକେ ବଞ୍ଚିଗଲି”

ଘରର ମୁରବୀ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ପଚାରିଲେ 

“କାହିଁକି ଵା କିୟଣ ହେଲା କି ?”

 ଅତିଥି— ଆରେ ଗୋଟାଏ ଲମ୍ବା କଳା ନାଗକୁ ବାଟରେ ହାବୁଡ଼ି ଯାଇଥେଲି ମ 

ଜାଣିଚ କେତିକି ଲମ୍ବା 

ହେଇ ଯୋଉ ସେଇଠି ହାଣ୍ଡିଟା ରଖା ହେଇଛି ଦେଖୁଚ 

ହାଁ ! ସେତିକି ଲମ୍ବା 

ସେ ହାଣ୍ଡିରେ ତ ରସଗୋଲା ରଖାଯାଇଥିଲା

ଯେମିତି ଅତିଥି ହାଣ୍ଡି କଥା କହିଛନ୍ତି ଗିରସ୍ତ ଭାରିଜା ଦିହେଁ ଏକା ଵେଳକେ କହି ଉଠିଲେ “ଆଲୋ ଆଲୋ ରସଗୋଲା ତ ଦିଆ ହେଇନି ”

ଅତିଥି ମିଛଟାରେ ଅନିଚ୍ଛା ପ୍ରକାଶ କରି କହିଲେ

“ନାଇଁ ହୋ ! ଏତେ ଦରଵ ଖାଇ ପେଟ ଫାଟିଗଲାଣି ପା ଆଉ କିସ ପେଟରେ ଯାଗା ବଳିଛି ଯେ ଏତକ ଫିଣି ଭୁଞ୍ଜିଵାକୁ ହେଵ 

ଗିରସ୍ତ ଭାରିଜା ଦିହେଁ କୋଉ ଛାଡୁଛନ୍ତି ଅନେକ ଅନୁନୟ ଵିନୟ କରି ଡକାହକା କଲେ ସେଇଠୁ ଅତିଥି ବୋଇଲେ ହେଲା ହେଲା ତୁମ୍ଭ କଥା ରହିଲା ଆଉ

ତାପରେ ଅତିଥି ମହା ଆନନ୍ଦରେ ରସଗୋଲା ଗେମ୍ପିଵାରେ ମଜ୍ଜିଗଲେ । ତାଙ୍କୁ ରସଗୋଲାଟା ଏତେ ଭଲ ଲାଗିଲା ଯେ ଗଲାଵେଳେ ନୂଆଵୋହୂଙ୍କଠୁଁ ତାହାର ରନ୍ଧଣା ଵିଧି ଖଣ୍ଡିଏ ଭୋଜପତ୍ରରେ ଲେଖିନେଇ ଗଲେ । କୁହାଯାଏ ସେଇଦିନଠୁ କ୍ରମେ ରସଗୋଲା ଟା ରାଢ଼ଦେଶ ଓ ଗୌଡ଼ ଦେଶରେ ଲୋକପ୍ରିୟ ହେଵାକୁ ଲାଗିଲା ଆଉ ଆଜି ସାରା ଵିଶ୍ଵରେ ମିଠା ଭିତରେ ରଜା ରସଗୋଲା ବୋଲି ସୁନାମ ହୋଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍