ରଜ
ରଜ
ହରି ଭାଇ ତରତର ହୋଇ କାଏମ ହାଟକୁ ବାହାରିଲା। ସାଇକଲ ରେ ତିନିଟି ବେଗ ହେଣ୍ଡଳ ରେ ଝୁଲାଇ ଦେଲା।ବାଡ଼ିରେ ଫଳିଥିବା ବଡ ପଣସ ଟିକୁ କେରିଅର ରେ ବାନ୍ଧିଲା।କରନା ପାଇଁ ସକାଳୁ ହାଟ ବସେ। ଦିନ ବାରଟାରେ ହାଟ ଭାଙ୍ଗେ।ସକାଳୁ ଚାହା ଟିକେ ପିଦେଇ ବାହାରିଲା। କିଛିବାଟ ଯାଇଛି ଅରଖପଡା ଗାଁ ର କେତେକ ଲୋକ ହାଟକୁ ଯାଉଥିଲେ ସାଙ୍ଗ ହୋଇ ବାହାରିଲେ।ସନିଆ ପଚାରିଲା, ହରି ଭାଇ ଆଜି ହାଟ କୁ କିଣିନେବୁ। ଟିନଟି ବେଗ ରେ ସଉଦା ପନିପରିବା ଓ ଆଉଗୋଟକରେ ତୋ ଭାଉଜ ର ଶାଢ଼ୀ, ଟୁନି ପାଇଁ ଫରକ ଓ ନୋକ ପାଇଁ ପେଣ୍ଟସାଟ ଆଣିବି। ସନିଆ କହିଲା ତୋ ପାଇଁ, ବିଦେଶୀ ଥିଲା କହିଲା ଲୁଙ୍ଗି ନେବନା।ହରି ଭାଇନା ଯାଇତାଇ ଲୋକ ନୁହେଁ ।ସମସ୍ତଙ୍କୁ ରଜ କରେଇବ ନିଜେ ହେବନାହିଁ ।ହରିଭାଇ ହସିଲା, କହିଲା ତୁମେମାନେ କଣ ହାଟରୁ ନେବ କୁହ। ସନିଆ କହିଲା ହଁ କାମ ଚଳେଇ ଦେବା, ତୁମେତ ଜାଣିଛ, କରନା ଆସିଲାଯେ ଆମ ଜୀବିକା ମାରିଲା।ଲକ ଡାଉନ ରେ ବ୍ୟବସାୟ ମାନ୍ଦା। ବିଦେଶୀ କହିଲା ,ଆଗରୁ ଯେଉଁ ଲାଭ କରିଥିଲୁ ଏବେ ତ ବସି ଖାଇଲେ ସରିବ ନାହିଁ।ହରିଭାଇ କହିଲା ଛାଡ଼ ସେ କଥା ,ଏବେ ବି ସରକାର କହୁଛନ୍ତି ଆଉମସେ ବଢ଼ା ହେବ।ହଁ କାଲି ଟିଭି ରୁ ଶୁଣିଛି। ହରି ଭାଇନା କହିଲେ କାର କଣ
ହେବ ଆଗେ ଚାଷ ପଛେଇବ। ସରକାର ଯାହା କରୁଛନ୍ତି ତାହା ଲୋକଙ୍କ ଭଲ ପାଇଁ।ହେଲେ ଆମେ ସବୁ ମାନୁନାହିଁ। ସନିଆ କହିଲା, ଆଗକୁ ରଜ, ଆମର ପର୍ବ, ସରକାର ଶନିବାର ଓ ରବିବାର ବନ୍ଦ ଘୋଷଣା କରିଛନ୍ତି। ଆଜି ଗୁରୁବାର କାଏମ ହାଟ ,ରଜ ପର୍ବ ପାଇଁ ଲୋକେ ସଉଦା କିଣିବେ ।ନଚେତ ହାଟ ବଜାର ବନ୍ଦ। ଭିଡ଼ ତ ରହିବ। ଏଥିରେ କରନା ବଢିବ ନାହିଁକି?ହରି ଭାଇନା କହିଲେ, ଦେଖ ଆମେ ସତର୍କ ରହି ସବୁ କାମ କରିବା। ଦୁରେଇ ରହିବା, ମୁଖ ରେ ତୁଣ୍ଡି ଲାଗେଇବା, ହାତ ଧୋଇବା। ଆଉ ବିକିବା କିଣିବା ବେଳେ ଯେତେ ଛୁଆଁ ଛୁଇଁ କୁ ଜଗିବା।ସନିଆ କହିଲା, ଭାଇ'ତୁ ଯେଉଁ ଲୁଗା କପଡା କିଣିବୁ ତାକୁ ଘରେ ଧୋଇବୁ। ହରି ଭାଇ କହିଲା, ନା'କିନ୍ତୁ ସବୁ ନେଇ ଆମ ଆଗ ବାରଣ୍ଡାରେ ଥିବା ଘରେ ଦିନତମାନ ଓ ରାତିକ ରଖିଦିଏ। ଦଶବ।ର ଘଣ୍ଟା ପରେ ଛୁଇଁଲେ ଚଳିବ।ବିଦେଶୀ କହିଲା ଠିକ କଥା।ହରି ଭାଇନାକୁ ମୁରୁଖ ଭାବିଛୁ।ସେ ପରା ଚାହିଁଲେ ଦେଶ ସମ୍ଭାଳିବ। ହରି ଭାଇନା କହିଲେ, ଆଗରୁ ମହାମାରୀ ବହୁତ କ୍ଷତି କରୁଥିଲା, ବହୁତ ଲୋକ ମରୁଥିଲି,ଏବେ ତାହା ହେବନି, କାରଣ ସଚେତନତା ଦ୍ୱାରା ରୋଗକୁ ଦୂର କରିବାକୁ ପଡିବ।ସମସ୍ତେ ହାଟରେ ପହଂଚି ଗଲେ।ହରିଭାଇ ତାର ପଣସକୁ ଦୁରେଇ ରଖି ବିକ୍ରୀ କରିବାକୁ ଗଲା ।