STORYMIRROR

Akshayakumar Dash

Others

3  

Akshayakumar Dash

Others

ରାକ୍ଷୀ ଭାଗ ସପ୍ତମ

ରାକ୍ଷୀ ଭାଗ ସପ୍ତମ

1 min
13

ଚନ୍ଦନ ଯାଇଥିଲା ବଜାର। ନିଜ ଭଉଣୀ ପାଇଁ କିଣିଆଣିଲା ଗରମ ଗରମ ଗରମ ବରା ଓ ଆଳୁକସା ।ଶ୍ରୀୟା କୁ ଡାକିଲା, ଶ୍ରୀୟା ଉଠି ଆସିଲା।ଏତେଗୁଡିଏ ବରା ଓ ଆଲୁକସା ଦେଖି ଖୁସି ହୋଇଗଲା। ପଚାରିଲା ,ଏତେଗୁଡିଏ କାହାଦୋକାନରୁ ଆଣିଲୁ। ଚନ୍ଦନ କହିଲା ,କାହାକୁ ତୁ ଚିନିଚୁ?ବଜାରରେ କେତୋଟି ଦୋକାନୀ ଛଣା ବିକୁଛନ୍ତି ଜାଣିଛୁ।

ଶ୍ରୀୟା କହିଲା, ତୋର ସିନା କିଛି କାମନାହିଁ ଦିନ ରାତି ବୁଲୁଛୁ। କହି ଶ୍ରୀୟା ବସିଗଲା ଡାଇନିଂଗ ଟେବୁଲ ଉପରେ। ଚନ୍ଦନ ପ୍ଲେଟ ଆଣି ଓଜଡିଦେଲା ବରା ଯାକ। ଗରମ ଗୋଟେ ବରା ନେଇ ଶ୍ରୀୟା ଖାଇବସିଲା।ଚନ୍ଦନ ପଚାରିଲା, କେମିତି ଲାଗୁଛି?ଶ୍ରୀୟା ଆଳୁଖଣ୍ଡେ ଚାମଚରେ ନେଇ ବରାସହିତ ଖାଉଥାଏ।କହିଲା ବହୁତ ଭଲ।

ପିଙ୍କୁ କେଉଁଠି ଥିଲା ଦୌଡ଼ି ଆସିଲା। ପଚାରିଲା ମାମା କଣ ଏଇଟା। ତାର ମା କହିଲା ବରା। କହି ଖଣ୍ଡେ ତାର ପାଟିରେ ଖୋଇଦେଲା ଶ୍ରୀୟା। ପିଙ୍କୁ କୁ ଚନ୍ଦନ ପଚାରିଲା କଣ ଖାଉଛୁ ପିଙ୍କୁ।କହିଲା ବଡା, ଚନ୍ଦନ ଆଉଥରେ ପଚାରିଲା କ'ଣ କୁହାନ୍ତି ଆଉଥରେ କହିଲୁ?ପିଙ୍କୁ କହିଲା ବଡା। ଚନ୍ଦନ ହସିଦେଲା କହିଲା ବଡା.. ପିଙ୍କୁ ତାର ମାମା ମୁହଁକୁ ଚାହଁଚାହୁଁ ଥିଲା ତାର ମାମା କହିଲା କହ ବରା।ପିଙ୍କୁ କହିଲା ବରା। କେମିତି ଲାଗିଲା, ଚନ୍ଦନ ପଚାରିଲା?ଭଲ । ହାଇଦ୍ରାବାଦରେ ବରା ମିଳେନି। ଶ୍ରୀୟା କହିଲା।ଚନ୍ଦନ କହିଲା ଖାଲି ବିରିଅନି ମିଳେ। ସବୁବରା ଯାକ ଖାଇଦେଇ ଶ୍ରୀୟା କହିଲା ,କାଲି ଆଣିବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍