STORYMIRROR

Akshayakumar Dash

Others

1  

Akshayakumar Dash

Others

ରାକ୍ଷୀ ଭାଗ ଅନ୍ତିମ

ରାକ୍ଷୀ ଭାଗ ଅନ୍ତିମ

1 min
114

ଶ୍ରୀୟା ଏବର୍ଷ ରାକ୍ଷୀ ପଠେଇଛି ଚନ୍ଦନ ପାଖୁ। ଚନ୍ଦନ ଏକ କମ୍ପାନୀରେ ବାଙ୍ଗାଲୋର ରେ ଦୁଇମାସ ହେବ ଜଏନ କରିଛି। ଶ୍ରୀୟା ବହୁତ ଖୁସି। ଭାଇଟା ଚାକିରୀ ଏତେଦିନ ପରେ କରିଛି।ଶ୍ରୀୟା ସୁନ୍ଦର ରାକ୍ଷୀ ଟିଏ ପାଞ୍ଚଶହ ଟଙ୍କାରେ କିଣି କୋରିଆର କରିଦେଇଛି ଚନ୍ଦନ ପାଖୁ।ଚନ୍ଦନ ରାକ୍ଷୀ ପାଇଛି। ସୁନ୍ଦର ଦିଶୁଛି ରକ୍ଷୀଟି।

ଆଜି ରକ୍ଷାବନ୍ଧନ। ପବିତ୍ର ଦିନ। ବଳଭଦ୍ର ଜନ୍ମ। ସକାଳୁ ସକାଳୁ ଚନ୍ଦନ ଗାଧୋଇପଡି ରାକ୍ଷୀ ପିନ୍ଧିଛି।ବହୁତ ଭଲ ହୋଇଛି ତାର ହାତକୁ। ନାନୀ କୁ ଫୋନ କରିଛି। କଣ ନେବୁ କହ?ଶ୍ରୀୟା କହିଛି ମୋର ଗୋଟିଏ ସୁନାମୁଦି ଦରକାର। ଚନ୍ଦନ କହିଛି କେତେ ଟଙ୍କା ପଠେଇବି?ଶ୍ରୀୟା କହିଛି ତୁ ଦସହଜାରପଠା ଆଉଜାହା ଲାଗିବ ମୁଁ ମିଶେଇ କରିବି। ଚନ୍ଦନ କହିଛି ଠିକ ଅଛି।

ଭାଇଭଉଣୀର ସମ୍ପର୍କ କ୍ଷୀର ନିର ପରି। ଦରକାର ପଡ଼ିଲେ ଭଉଣୀ ପାଇଁ ଭାଇ ଜୀବନ ଦେଇଦେବ।ଆମ ସମାଜ ର ପରିବାର ମଧୁରତାର ପୁଷ୍କରିଣୀ।କଥାରେ ଅଛି ଆ କିସୁନ୍ଦର ମୟ ଆମ ପରିବାର, ପରଷ୍ପର ସେନେହରେ ଥାଏ ନିରନ୍ତର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍