STORYMIRROR

Akshayakumar Dash

Others

2  

Akshayakumar Dash

Others

ରାକ୍ଷୀ ଭାଗ ୪

ରାକ୍ଷୀ ଭାଗ ୪

1 min
10

ଶ୍ରୀୟା କେତୋଟି ଦୋକାନ ବୁଲି ବୁଲି ସେଇ ରାକ୍ଷୀ ଟି କିଣିଲା ସତ ହେଲେ ଆଉଦୁଇ ରକ୍ଷୀର ଦାମ ଦେଲା। କାରଣ ସେ ଅନୁଭବ କଲା ପରିସ୍ଥିତି ରେ ପଡି ଭଉଣୀ ଜଣକ ରାକ୍ଷୀ ଚୋରୀ କରିବାକୁ ବାଧ୍ୟ ହେଲେ। ଦୋକାନୀର ମନ୍ଦ ବକ୍ତବ୍ୟ ତାକୁ ଦଂଶନ କଲା। ପବିତ୍ର ରାକ୍ଷୀ ପାଇଁ କେତୋଟି ଅଧିକ ମୁଦ୍ରା ଦେଇ ଶ୍ରୀୟା ଫେରୁଥିଲା। ବାଟରେ ସେଇ ଭଉଣୀ ଦ୍ୱୟ ଦେଖାହେଲେ। ତାଙ୍କୁ ଡାକି ଶ୍ରୀୟା କହିଲା, ତୁମେ ନିସଙ୍କୋଚରେ କୁହ ତୁମ ପାଖରେ କଣ ଅର୍ଥର ଅଭାବ ଥିଲା?ସେ ଦୁଇଜଣ ଭୟପାଇ ନୀରବରେ ଠିଆହେଲେ ଦୋଷୀଟି ପରି। ପୁଣି ଶ୍ରୀୟା କହିଲା ତୁମ ରାକ୍ଷୀର ଦାମ ମୁଁ ଦେଇଦେଇଛି। ଶୁଣି ସେମାନେ କହିଲେ ଆମ ପାଖରେ ଯେତିକି ଟଙ୍କା ଥିଲା ସେତିକିଟି ତାର ଦାମ ଠାରୁ କମ ଥିଲା। ତେଣୁ। କାହିଁକି? ଶ୍ରୀୟା କହିଲା ସେତିକିରେ କିଣିଥାନ୍ତ। କିନ୍ତୁ ଆମର ସେଇରାକ୍ଷୀ ପସନ୍ଦ ଥିଲା। ସେମାନେ କହିଲେ। ଶ୍ରୀୟା କହିଲା, କାହାପାଇଁ ନେଉଛ, ଭାଇ ନା ବଂଧୁ ନା ବୟ ଫ୍ରେଣ୍ଡ କହିଲେ ନା ସାନ ଭାଇ ପାଇଁ। ବଜାରକୁ ଆସିଲାବେଳେ ଭାଇ କହିଥିଲା ଭଲ ରାକ୍ଷୀ ଆଣିବୁ। ଭଲ ନଲାଗିଲେ ପିନ୍ଧିବି ନାହିଁ। ।ଶ୍ରୀୟା ବୁଝିଗଲା। ଜଣେ ନାରୀ ଆଉଜନେ ନାରୀର ହୃଦୟ ବୁଝିବା ଉଚିତ। ଏବେ ଶ୍ରୀୟା ସେମାନଙ୍କ ଠାରୁ ବିଦାୟ ନେଇ ନିଜ ଘର ଅଭିମୁଖେ ।


କ୍ରମଶଃ ...


Rate this content
Log in