Amiya Bej

Others

4  

Amiya Bej

Others

✿✿✿ ପୁସ୍ତକ ମେଳା ✿✿✿

✿✿✿ ପୁସ୍ତକ ମେଳା ✿✿✿

2 mins
14.6K


 [ ୧ ] ବୋଉ ପଚାରିଲା - କୁଆଡ଼େ ଯିବୁ ?

- ପୁସ୍ତକ ମେଳା

- ରଥଯାତ୍ରା ଗଲାପରି ସଜ ହେଉଛୁ ଯେ ?

( ମୁଁ ହସିଲି। ଜାଣିଛି ମୋ ବୋଉ ଟା ଅପାଠୋଇ । ସେ କାହୁଁ ବୁଝିବ ବହି ର ମୂଲ ? )

[୨] ମେଳା ଭିତରେ - ସବୁ ଏଠି ନିଶାସକ୍ତ । ବହି ମହକ ରେ ସମ୍ମୋହିତ । ମେଳା ନୁହଁ ତ ଗୋଟିଏ ଘର । ମା' ବାପା ହେଲେ କବି , କଥାକାର । ( ମୁଁ ଖୁବ୍ ଖୁସି ହେଲି । ଗୋଟିଏ ଯାଗା ରେ ସବୁ ଙ୍କୁ ପାଇ ।)

[୩] କିଏ ଛୁଉଁ ଥିଲା ? ମୁଁ ବହିକୁ , ନା ବହି ମୋ' ହାତକୁ ? ( ଓଃ ! ନୂଆ ବହି ବାସ୍ନା ଏତେ ଗାଢ ? ଅଟକି ଯା'ନ୍ତାନି କ୍ଷଣିୟେ ଏ ନିଷ୍ଠୁର ସମୟ ! ଗଧ ହୋଇ ଗଣ୍ଠିଲି ରେ ବୋହିନିଅନ୍ତି ସବୁଯାକ )

[୪] ମୁଁ ପ୍ରତ୍ୟେହ ପୂଜୁଥିବା ମୋ' ପ୍ରିୟ କଥାକାର ଙ୍କୁ ନିକଟରେ ପାଇ, ସାନିଧ୍ୟ ଟିକେ ପାଇଁ ଲାଳ ଗଡାଇବାରୁ, ଆଡଆଡ ହୋଇ ସେ ଚାଲିଗଲେ ଏୟା କହି ଯେ - - କ୍ଷମା କରିବେ, ଟିକେ ବ୍ୟସ୍ତ ଅଛି । - କ'ଣ ସାର୍ ମେଳା ଭିତରୁ ଗପ ଖୋଜୁଛନ୍ତି କି? - ହଁ , ଭାବିନିଅନ୍ତୁ ସେୟା । (ମୁଁ ହସିଲି । ମୋତେ କିନ୍ତୁ କାହାଣୀ ମିଳିଗଲା ବୋଲି )

[୫] ଫେରୁଫେରୁ ଆଉଥରେ ମୁହଁ ବୁଲାଇଲି - ଲେଖକ -ଲେଖା-ପାଠକ ସବୁ ଏକାକାର । ଅପୂର୍ବ ସାରସ୍ବତ ସମନ୍ୱୟ । ବିରଳ। ଥରେ ହୁଡିଲେ, ପୁଣି ଯାଇ ଆରବର୍ଷକୁ । ଘଡିଏ ଆଉ ରହିଯିବି କି ? ଶୀତ ରେ ଥରଥର ଦେହ, ଗଧ ପିଠିରେ ବହି ଗଣ୍ଠିଲି । ବୋଉ ପଚାରିଲା - ଏଗୁଡା କ'ଣ ? - ବହି - କାମଧାମ କିଛିନାହିଁ । ଅଳସୁଆ କୋଉଠିକାର । ( ମୁଁ ହସିଲି । ଜାଣିଛି ମୋ ବୋଉ ଅପାଠୋଇ । ସେ କାହୁଁ ବୁଝିବ ବହି ର ମୂଲ ?)


Rate this content
Log in