Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ranjita Das

Others

4.9  

Ranjita Das

Others

ପୁରୁଷ ଏବଂ ରୋଷେଇ

ପୁରୁଷ ଏବଂ ରୋଷେଇ

1 min
192


କିଛି ପୁରୁଷ କହନ୍ତି 'ମତେ ରୋଷେଇ ଶିଖିବା କଣ ଦରକାର ଯେ ଆଉ ମତେ ଆଜି ଯାଏଁ ସେ ସଵୁର ଆବଶ୍ୟକତା ପଡିନି । ହଉ ହେଲା ସେ କଥା ଏ ମୁଣ୍ଡରେ ପଶିଗଲା, କିନ୍ତୁ କଣ ପୁରୁଷ ହେଇଛ ବୋଲି ଉପାସ ତ' ରହୁନ, ହେଲେ ଶିଖିବାରେ ଅସୁବିଧାଟା କଣ ? ଏପରି କେଉଁଠି ଲେଖାହେଇଛି ଯେ କେବଳ ନାରୀ ହିଁ ରୋଷେଇ କରିବେ ଆଉ ପୁରୁଷ କେବଳ ଖାଇବେ? କଥା କଣ କି , ମୁଁ ଏମିତି ଶୁଣିଛି କିଛି ପୁରୁଷଙ୍କ ମୁହଁରୁ ସେଥିପାଇଁ ଏଠି ବଖାଣି ଚାଲିଛି । ଆଉ ହଁ ଏମିତି କିଛି ପୁରୁଷ ମଧ୍ୟ ଅଛନ୍ତି ଯେ ରୋଷେଇ କରିବାରେ ଏକ ଦମ ମାହିର ଏବଂ ରୋଷେଇ କରିବାକୁ ମଧ୍ୟ ଭଲ ପାଆନ୍ତି , ସେତେବେଳେ ଖୁସି ଲାଗେ ଯେବେ ଜଣେ ପୁରୁଷ କୁହେ ଯେ 'ରୋଷେଇ କରିବାକୁ ମତେ ଭାରି ପସନ୍ଦ' ।


ଜଣେ ପୁରୁଷର ମନ ମଧ୍ୟ ସୁଆଦିଆ ଖାଦ୍ୟ ଖୋଜେ ଆଉ ସେତେବେଳେ କାହା ହାତ ରନ୍ଧାକୁ ନ ଚାହିଁ ନିଜେ କିଛି ସୁଆଦିଆ ବନେଇ ଖାଇଲେ କଥାଟି କେଡେ ସୁନ୍ଦର ହୁଅନ୍ତା? ଯେତେବେଳେ ମନ ସୁଆଦିଆ ଖାଦ୍ୟକୁ ଖୋଜେ ତେବେ ସୁଆଦିଆ ହାତ ରନ୍ଧା ଶିଖିବା ପ୍ରତି ଧ୍ୟାନ ଦେବା ମଧ୍ୟ ଉଚିତ । ରୋଷେଇ ଶିଖିଗଲେ କାହାର ମାନହାନି ହେବନାହିଁ ବରଂ ଆଉ ଏକ ଦକ୍ଷତା ସାଥିରେ ଯୋଡି ହେଇଯିବ । ମୁଁ ଏଠି କାହାକୁ ଆକ୍ଷେପ କରି କହୁନାହିଁ କି କାହାକୁ ନିନ୍ଦା କରିବାର ମୋର ଲକ୍ଷ୍ୟ ନୁହେଁ , ଯାହା ସତ ତାହା କେବଳ ଏଇ କଲମ ଲେଖିଚାଲିଛି । 


ଧନ୍ୟବାଦ |


Rate this content
Log in