Prasant Kumar Senapati

Others

2  

Prasant Kumar Senapati

Others

ପୁଅ ଓ ଝିଅ

ପୁଅ ଓ ଝିଅ

2 mins
7.1K


ପୁଅ ଓ ଝିଅ-:

 

ଅବିନାଶ ବାବୁଙ୍କ ହାତରେ ଝିଅ ଶ୍ୟାମଳିର ଚିଠି ଥିଲା । ଶ୍ୟାମଳି ଚିଠିରେ ଲେଖିଥିଲା ବାପା, ଆମେ ଏକ ନୂଆ ଘର କିଣୁଛୁ । ଆମ ପାଖରେ ଦୁଇ ଲକ୍ଷ ଟଙ୍କା କମ ପଡୁଛି, ଆପଣ ଆମକୁ କିଛି ସାହାଯ୍ୟ କରନ୍ତୁ । ଆମ ହାତରେ ପୈସା ହେବା ମାତ୍ରେ ଫେରାଇ ଦେବୁ । ଅବିନାଶ ବାବୁ ଚିନ୍ତାରେ ପଡିଗଲେ । ଝିଅକୁ ସାହାଯ୍ୟ କରିବା ତାଙ୍କର କର୍ତ୍ତବ୍ୟ । କିନ୍ତୁ ଝିଅ ଘରୁ ଟଙ୍କା ଫେରସ୍ତ ଆଣିବା ଠିକ୍ ନୁହଁ ଓ ଅସମ୍ଭବ ମଧ୍ୟ ।

 

କିଛି ଉପାୟ ନପାଇ ଅବିନାଶ ବାବୁ ଝିଅକୁ ଚିଠି ଲେଖିଲେ, ମା'ରେ ଏବେ ମୁଁ ବହୁତ ଅସୁବିଧାରେ ଅଛି । ତୋର ଆବଶ୍ୟକ ସମୟରେ ମୋ ହାତ ଖାଲି ଅଛି । ଦୁଃଖର ସହିତ କହୁଛି ମୁଁ ତୁମକୁ ଏବେ କିଛି ସାହାଯ୍ୟ କରିପାରୁନି । ଚିଠିକୁ ନେଇ ଡାକଘରେ ପୋଷ୍ଟ କରିଦେଲେ ।

 

ଚାରିଦିନ ପରେ ପୁଅ ଦିଲ୍ଲୀରୁ ଫୋନ କଲା, ବାପା ଏବେ ମୋ ଝିଅକୁ ମେଡିକାଲ କଲେଜ୍ ରେ ଭର୍ତ୍ତି କରିବି । ସେଥିପାଇଁ କଲେଜ କର୍ତ୍ତୁପକ୍ଷ ଦଶ ଲକ୍ଷ ଟଙ୍କା ଲାଞ୍ଚ ମାଗୁଛନ୍ତି । ତେଣୁ ମୋତେ ଚାରିଲକ୍ଷ ଟଙ୍କା ଆବଶ୍ୟକ ହେଉଛି । ସଙ୍ଗେ ସଙ୍ଗେ ଅବିନାଶ ବାବୁ ସ୍ତ୍ରୀ ସହିତ କଥା ହୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ପୁଅର ବ୍ୟାଙ୍କ ଖାତାରେ ଭରିଦେଲେ । 

 

ଦୁଇମାସ ପରେ ଅବିନାଶ ବାବୁଙ୍କ ଦେହ ହଠାତ୍ ଖରାପ ହୋଇଗଲା ଓ ସେ ଶଯ୍ୟାଶାୟୀ ହୋଇଗଲେ । ଶେଷ ସମୟରେ ପୁଅ ଓ ଝିଅ ଦୁହିଁକୁ ଦେଖିବା ପାଇଁ ଏକା ସାଙ୍ଗରେ ଫୋନ୍ କରି ଖବର କରିଦେଲେ । ଝିଅ ଶ୍ୟାମଳି ଚାରିଦିନ ହେଲା ଆସି ଘରେ ପହଞ୍ଚି ଅବିନାଶ ବାବୁଙ୍କ ସେବା ଶ୍ରୁଶୁଷା କରୁଛି । ହେଲେ ପୁଅର ଖୋଜ ଖବର କି ଫୋନଟେ ବି ନାହିଁ । ଶ୍ୟାମଳି ବାରମ୍ବାର ଜିଦ୍ଦି କରୁଛି ବାପା ଆପଣ ମୋ ସହିତ ସହରକୁ ଚାଲନ୍ତୁ । ସହରରେ ବଡ ବଡ ଡାକ୍ତରଙ୍କ ପାଖରେ ଆପଣଙ୍କ ଚିକିତ୍ସା ହେଲେ, ବହୁତ ଶିଘ୍ର ଆପଣ ସୁସ୍ଥ ହୋଇଯିବେ । ପୂର୍ବକଥା ଭାବି ଭାବି ଅବିନାଶ ବାବୁ ବେଡ୍ ରେ ଶୋଇ ରହି ଝିଅ ଶ୍ୟାମଳିର ହାତ ଧରି କାନ୍ଦୁଥିଲେ ।


Rate this content
Log in