ପ୍ରତିଯୋଗିତା
ପ୍ରତିଯୋଗିତା


ଏକଦା ରତ୍ନାଚାରୀ ନାମକ ଜଣେ ବଣିକ ବାସ କରୁଥିଲେ । ଜାନୁପାଲି ଗାଁରେ ତାଙ୍କର ଗୋଟିଏ ମିଠାଇ ଦୋକାନ ଥିଲା । ପୁରୁଷ ପୁରୁଷ ଧରି ତାଙ୍କର ପରିବାର ଲୋକେ ମିଠାଇ ବିକି ଆସୁଥିଲେ । ତାଙ୍କ ଦୋକାନର ମିଠାଇ ଆଖପାଖ ଗାଁରେ ମଧ୍ୟ ବେଶ୍ ଲୋକପ୍ରିୟ ଥିଲା , ସେମାନଙ୍କର ବ୍ୟବସାୟ ଦିନକୁ ଦିନ ବଢି ଚାଲିଥିଲା , କାରଣ ଯଥାର୍ଥ ସେମାନେ ଭଲ ମିଠାଇ ତିଆରି କରୁଥିଲେ ।
କିନ୍ତୁ କେତେକ କଥା ରତ୍ନାଚାରୀଙ୍କର ହଜମ ହେଉ ନ ଥିଲା । ସେ ଅଧିକ ଲାଭ ପାଇବା ପାଇଁ ଲୋଭ କଲେ । ସେ ଜାଣିଥିଲେ ଯେ ଯଦି ସେ ମିଠାଇର ମୂଲ୍ୟ ବୃଦ୍ଧି କରିବେ ତେବେ ଲୋକେ ପସନ୍ଦ କରିବେ ନାହିଁ । କିନ୍ତୁ ଯଦି ସେ ମିଠାଇର ମୂଲ୍ୟ ବଢାଇବେ ନାହିଁ ଲାଭ ବଢିବ ନାହିଁ । ତେଣୁ ସେ ଧିରେ ଧିରେ ମିଠାଇର ଗୁଣ ଓ ଆକାର କମାଇବାରେ ଲାଗିଲେ ।
ଲୋକେ ବହୁ ଦିନ ଧରି ତାଙ୍କ ଦୋକାନ ଉପରେ ଭରସା କରି ଆସିଥିବାରୁ ପ୍ରଥମେ ପ୍ରଥମେ ଏହି ଛୋଟ ଛୋଟ ପରିବର୍ତ୍ତନ ପ୍ରତି କେହି ଦୃଷ୍ଟି ଦେଲେ ନାହିଁ ।
ଫଳସ୍ୱରୂପ ରତ୍ନାଚାରୀ ମନେ ମନେ ଭାବିଲେ ଯେ ଲୋକେ ମିଠାଇର ମାନ ଆହୁରି ଆହୁରି ଖରାପ କଲେ ମଧ୍ୟ ଜାଣିପାରିବେ ନାହିଁ । ତେଣୁ ସେ ମିଠାଇର ଆକାର ଓ ମାନ ହ୍ରାସ କଲେ ।
ତଥାପି ଲୋକେ ରତ୍ନାଚାରୀ ଦୋକାନରୁ ମିଠାଇ କିଣି ଖାଇଲେ, କାହିଁକି ନା ଆଉ କୌଣସି ବିକଳ୍ପ ନଥିଲା ।
ଧୀରେ ଧୀରେ ଲୋକ ମୁଖରୁ ଏହି କଥା ଗାଁର ମୁଖିଆଙ୍କ କାନରେ ପଡିଲା ।
ରତ୍ନାଚାରୀଙ୍କର ପରିବାର ବହୁତ ବଡ ଥିଲା । ଏବଂ ବେଶ୍ ପ୍ରସିଦ୍ଧ ଥିଲା । ମନେ ମନେ ଚିନ୍ତା କଲେ ଏପରି ପ୍ରସିଦ୍ଧ ପରିବାର ସହିତ ସିଧା ସଳଖ ଆଲୋଚନା କରିବା ବିଜ୍ଞତାର କାର୍ଯ୍ୟ ହେବ ନାହିଁ । ତେଣୁ ସେ ମନେ ମନେ ଗୋଟିଏ ଉପାୟ ଚିନ୍ତା କଲେ ।
ଏହି ଉପାୟ ଅନୁଯାୟୀ ଏକ ସପ୍ତାହ ମଧ୍ୟରେ ଗାଁରେ ଗୋଟିଏ ନୂଆ ଅସ୍ଥାୟୀ ମିଠାଇ ଦୋକାନ ଦେଖିବାକୁ ମିଳିଲା । ଏହି ଦୋକାନର ମିଠାଇ ଭାରି ସୁଆଦିଆ ଥିଲା ଏବଂ ଅପେକ୍ଷାକୃତ ଭାବେ ଦାମ୍ ମଧ୍ୟ ଯଥାର୍ଥ ରହିଥିଲା । ରତ୍ନାଚାରୀ ଦୋକାନ ସହିତ ତୁଳନା କଲେ କମ୍ ରହିଥିଲା ।
ଧୀରେ ଧୀରେ ରତ୍ନାଚାରୀ ଦୋକାନୀ ସମସ୍ତ ଗ୍ରାହକ ହରାଇଲେ ଏବଂ ସେ କେବଳ ଦୋକାନରେ ବସି ମିଠାରୁ ମାଛି ଉଡାଇବା ସାର ହେଲା ।
ରତ୍ନାଚାରୀ ହୃଦୟଙ୍ଗମ କଲେ ଯେ ଯଦି ଏହିପରି ପରିସ୍ଥିତି ଲାଗି ରହିବ, ସେ ଖୁବ୍ ଶୀଘ୍ର ଦେବାଳିଆ ହୋଇଯିବ । ତେଣୁ ସେ ପରିବାରର ପୁରୁଷ ପୁରୁଷ ଧରି ରହିଥିବା ସଂସ୍କାରକୁ ମନେ ପକାଇଲେ ଏବଂ କେବଳ ନିଜ ପାଇଁ ଆବଶ୍ୟକ ଯଥାର୍ଥ ଲାଭ ବିଷୟରେ ଚିନ୍ତା କଲେ । ସେ ମଧ୍ୟ ଏହି ପରିବର୍ତ୍ତନ ବିଷୟରେ ପ୍ରଚାର କଲେ ।
ଧୀରେ ଧୀରେ ତାଙ୍କର ପାରିବାରିକ ବ୍ୟବସାୟର ପୂର୍ବ ପ୍ରତିଷ୍ଠା ଫେରିଆସିଲା । ଗାଁରେ ଗଢି ଉଠିଥିବା ଅସ୍ଥାୟୀ ଦୋକାନ ଅପସରି ଗଲା ।
“ଆପଣ ରତ୍ନାଚାରୀକୁ ଭଲ ଶିକ୍ଷା ଦେଲେ । ବର୍ତ୍ତମାନ ଦେଖନ୍ତୁ ସେ ଯଥାର୍ଥ ମୂଲ୍ୟରେ ଉଚ୍ଚମାନର ମିଠାଇ ବିକ୍ରି କରୁଛି । ” ଦୋକାନରୁ ମିଠାଇଟିଏ ଖାଇବାକୁ ଦେଉ ଦେଉ ରତ୍ନାଚାରୀର ସ୍ତ୍ରୀ କହିଲେ ।
“ଯେତେବେଳେ ପ୍ରତିଯୋଗିତା ରହେ ନାହିଁ ବ୍ୟବସାୟ ମନମୁଖୀ ହୋଇଉଠେ । ଏବଂ ବ୍ୟବସାୟୀ ଅଳସୁଆ ତଥା ମନମୁଖୀ କାର୍ଯ୍ୟ କରିଥାନ୍ତି । ଏହି କାରଣରୁ ଗ୍ରାହକମାନଙ୍କର କ୍ଷତି ହୋଇଥାଏ । ତେଣୁ ସୁସ୍ଥ ପ୍ରତିଯୋଗିତା ରହିଲେ ବ୍ୟବସାୟୀ ଅଧିକ ଲାଭ ପାଇଁ ଲୋଭ କରିବେ ନାହିଁ । ତା’ ପରିବର୍ତ୍ତେ ସେମାନେ କିପରି ତିଷ୍ଠି ରହିବେ ସେ ବିଷୟରେ ଚିନ୍ତା କରିବେ । ଏବଂ ଗ୍ରାହକମାନଙ୍କର ଭରସା ଧରି ରଖିବାପାଇଁ ଉଦ୍ୟମ କରିବେ । ସେହି କାରଣରୁ ମୁଁ ରତ୍ନାଚାରୀ ପାଇଁ ଏକ ପ୍ରତିଯୋଗିତା ସୃଷ୍ଟି କରିଥିଲି ଏବଂ ତାଙ୍କୁ ବାଧ୍ୟହୋଇ ଭଲ ଜିନିଷ ତିଆରି କରିବାକୁ ପଡିଲା । ” ମନମୋହନ ତାଙ୍କଥାଳିଆରୁ ମିଠାଇ ଖାଉ ଖାଉ କହିଲେ ।