ପ୍ରତିକୂଳ ପରିସ୍ଥିତିର ମୁକାବିଲା
ପ୍ରତିକୂଳ ପରିସ୍ଥିତିର ମୁକାବିଲା
ପାଠ ପଢିବା ପାଇଁ ବିଦ୍ୟାଳୟ ରେ ପିଲାଟିର ନାଁ ଲେଖାଇ ଦିଆଗଲା। ପିଲାଟି ନିୟମିତ ବିଦ୍ୟାଳୟକୁ ଗଲା, କିନ୍ତୁ ସେଠାକାର ପରିସ୍ଥିତିରେ ସେ ନିଜକୁ ଖାପ ଖୁଆଇ ପାରିଲା ନାହିଁ । ତାର ହାବ ଭାବରେ କିଛିଟା ବିଲକ୍ଷଣ ଦେଖା ଗଲା।ଫଳରେ ସହପାଠୀ ମାନେ ତାକୁ ଥଟ୍ଟା ପରିହାସ କରୁଥିଲେ ।ସେ କିଛି ଭୂଲ କରିଦେଲେ ସେମାନେ ବେଦମ ହେବା ପର୍ଯ୍ୟନ୍ତ ହସୁ ଥିଲେ।ବିଚରା ବାଳକଟି କାହାକୁ କିଛି ନକହି ନୀରବରେ ସବୁ ସମ୍ଭାଳି ନେଉଥିଲା। ଏମିତି ପରିସ୍ଥିତି ହେଲା ଯେ ସେ ଆଉ ବିଦ୍ୟାକୟକୁ ନଯିବା ପାଇଁ ଘରେ ଜିଦ ଧରି ବସିଲା।
ପିଲାଟିକୁ ତାଙ୍କ ପିତା ଏହାର କାରଣ କଣ ବୋଲି ପଚାରିବାରୁ ସେ ସବୁ ସତକଥା କାନ୍ଦି କାନ୍ଦି କହିଥିଲା।ସହପାଠୀ ମାନଙ୍କର ବିଦ୍ରୁତାତ୍ମକ ହସ ତା କୋମଳ ମନରେ କେତେ ଯେ ଆଘାତ ଦେଇଛି ତାଙ୍କ ପିତା ଏଥିରୁ ଅନୁମାନ କଲେ ଏବଂ ପରିବାରର କୌଣସି ସଦସ୍ୟ ପିଲାଟିକୁ ଗାଳି ଗୁଲଜ ନ କରିବା ପାଇଁ ତାଗିଦ କରିଥିଲେ।
ସକାଳ ସମୟ , ବାପ ପୁଅ ଦୁହେଁ ବୁଲିବାକୁ ବାହାରିଗଲେ।ଏକ ଜଳାଶୟ ନିକଟରେ ପହଂଚି ଲେ! ପିତା ପାଣିକୁ ଏକ ପଥର ଖଣ୍ଡ ପକାଇ ଏହା ଲକ୍ଷ୍ୟ କରିବାକୁ ପୁତ୍ରକୁ କହିଥିଲେ।ବାରମ୍ବାର ଏହା କରି ପଚାରିଥିଲେ ,ପୁଅ! କଣ ଦେଖୁଛୁ? ପୁତ୍ର ନୀରବ ରହିବା ଦେଖି ପିତା କହିଥିଲେ - ପଥର ଫିଙ୍ଗିବା ଦ୍ୱାରା ପାଣିରେ ଫୁଟୁକା ଆସୁଛି।ପାଣି ଚହଲି ଯାଉଛି ଏବଂ କିଛି ସମୟ ପରେ ପୂର୍ବବତ ଶାନ୍ତ ଅବସ୍ଥା କୁ ଫେରି ଆସୁଛି ନା? ତାହା ହିଁ ହେଇଥିଲା ବୋଲି ପୁଅ କହିଥିଲା।
ପିତା ବୁଝାଇ କହିଥିଲେ ,ଆମ୍ଭ ମାନଙ୍କ ସାଥିରେ ତାହାହିଁ ହୋଇଥାଏ।ଚଲା ପଥରେ ପ୍ରତିବନ୍ଧକ ଆସିବ,କିନ୍ତୁ ତାହା ସାମୟିକ। ଏହା ଉପରେ ବିଜୟ ପ୍ରାପ୍ତି ନିମନ୍ତେ ଯଥା ସମ୍ଭବ ଚେଷ୍ଟା କରିବାକୁ ହେବ। ଏକଥା ପିଲାଟି ଶୁଣିଥିଲା! ଏହା ପରଠାରୁ ଆଗ୍ରହରେ ସେ ବିଦ୍ୟାଳୟ ଯିବାକୁ ବାହାରିଥିଲା। ପରବର୍ତ୍ତୀ ସମୟରେ ବିଦ୍ୟାଳୟରେ ବାଳକଟି ଭଲ ପଢି ନ ଥିଲା ,ଦେଶର ସ୍ୱତନ୍ତ୍ରତା ଆନ୍ଦୋଳନ ରେ ପୁରୋଧା ଭୂମିକା ଗ୍ରହଣ କରିଥିଲା। ଇଣ୍ଡୋନେସିଆର ଏହି ବାଳକଟିର ନାମ ଥିଲା ସୁକର୍ଣ୍ଣ। ଏଣୁ ପିଲାମାନେ ,ଏଥିରୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ଶିଖି ନିଜକୁ ଗଢିବାରେ ମନ ଦିଅ।
