STORYMIRROR

Sachidananda Kar

Others

3  

Sachidananda Kar

Others

ପ୍ରତିଦ୍ବନ୍ଦ୍ବୀ

ପ୍ରତିଦ୍ବନ୍ଦ୍ବୀ

2 mins
592

                     

       

    ପ୍ରଥମେ ପ୍ରେମିକା ପରେ ପତ୍ନୀ ସାରା ସହିତ ଗୋଟିଏ ସପିଙ୍ଗ୍ ମଲ୍ ଯାଇଥିଲା ବରୁନ୍। ସାରା ସପିଙ୍ଗ୍ କରୁଥିଲା।ନିଜ ପାଇଁ ଗୋଟିଏ ଡ୍ରେସ୍ ସିଲେକ୍ସନରେ ସେ ବ୍ୟସ୍ତ ଥିଲା।ଏତିକିବେଳେ ବରୁନର ଆଖି ପଡ଼ିଲା ମଲରେ ଥିବା ଗୋଟିଏ ମ୍ୟାନିକ୍ବିନ୍ ଉପରେ।ସେଇଟି ତାକୁ ବେଶ୍ ସୁନ୍ଦର ଲାଗିଲା।ସାରାର ଅଜାଣତରେ ସେ ଚାଲିଆସିଲା ସେଇଆଡ଼କୁ। ଖୁବ୍ ପାଖରେ ତାକୁ ଦେଖିଲା।

    ମ୍ୟାନିକ୍ବିନ୍ ଖୁବ୍ ଜୀବନ୍ତ ଥିଲା। ବରୁନ୍ ମନେକଲା ଯେମିତି ସୁନ୍ଦରୀ ଝିଅଟିଏ ସାମ୍ନାରେ ଠିଆ ହୋଇଛି ସେ।

    ମ୍ୟାନିକ୍ବିନ୍ ଓଠରେ ମନଜିଣା ଚପଳ ହସ। ତା' ସହିତ ଟିକେ ଦୁଷ୍ଟାମୀ କରିବାକୁ ସେ ଇଚ୍ଛା କଲା। ତା'ର ରେଶମୀ କେଶରେ ହସ୍ତ ସଞ୍ଚାଳନ କଲା ସେ। ତା'ର ପିଠିକି ହାତପାପୁଲିରେ ଧୀରେ ଥାପୁଡାଇ ଦେଲା। ତା'ପରେ ତା'ର ଗାଲକୁ ଆସ୍ତେ ଛୁଇଁଲା।

   କୌଣସି ପ୍ରତିକ୍ରିୟା ନଥିଲା ମ୍ୟାନିକ୍ବିନ୍ ମୁହଁରେ। ଓଠରେ ସେହିପରି ମନଜିଣା ଚପଳ ହସ। ସାମାନ୍ୟ ଉତ୍ତେଜିତ ହେଲା ବରୁନ୍। ଧୀରେ ତ'ର ମୁହଁ ଉପରେ ହାତ ବୁଲାଇବା ବେଳେ ଛାତିକୁ ଛୁଇଁଲା। ତଥାପି ମ୍ୟାନିକ୍ବିନ୍ ମୁହଁରେ କୌଣସି ପ୍ରତିକ୍ରିୟା ନଥିଲା। ବରୁନର ସାହସ ବଢ଼ିଗଲା। ଏଥର ସେ ଜଙ୍ଘ ପର୍ଯ୍ୟନ୍ତ ହାତ ନେଇଗଲା।

    ଏତିକିବେଳେ ସାରା ଆସି ପହଞ୍ଚିଲା। ଟିକିଏ ଚଢ଼ା ଗଳାରେ ବରୁନକୁ କହିଲା - ' ମୁଁ ତେଣେ ତୁମକୁ ଖୋଜୁଛି। ତୁମେ ଏଠି କ'ଣ କରୁଛ ? ' ପୁଣି ଯୋଗକଲା - ' ଏହି ମ୍ୟାନିକ୍ବିନ୍ ସାଙ୍ଗରେ କାହିଁକି ଲାଗିଛ ? '

   ବରୁନ୍ ଗୋଟେ ଲଜ୍ଜାହୀନ ମଣିଷ ପରି ହସିଲା। କହିଲା - ' ସୁନ୍ଦର ଲାଗୁଛି। ' କହୁକହୁ ମ୍ୟାନିକ୍ବିନ୍ ଆଡ଼କୁ ପୁଣି ହାତ ନେଲା ସେ।

   ତା' ହାତକୁ ଅଟକାଇ ଦେଇ ସାରା କହିଲା - ' ଦେଖୁଛି ତୁମେ ଭାରି ଦୁଷ୍ଟ ହୋଇଗଲଣି। '

   ବରୁନ୍ କହିଲା - ' ମ୍ୟାନିକ୍ବିନ୍, ସତସତ ଝିଅଟେ ହୋଇଥିଲେ ତୁମେ କ'ଣ ହୁଅନ୍ତ ! '

  ସାରା କହିଲା - 'ତୁମେ ଚାଲିଲ ଏଠୁ। '

   - ' ଆରେ,ତୁମେ ଏପରି ହେଉଛ ଯେମିତି ମୋତେ ଲାଗୁଛି ଏ ତୁମର ପ୍ରତିଦ୍ବନ୍ଦ୍ବୀ। ' ବରୁନ୍ ହସିଦେଇ କହିଲା।

   - ' ଛୁଇଁବାକୁ ଯଦି ଇଛ୍ଛା ହେଉଛି ମୋତେ ଛୁଇଁପାର।ତୁମେ ଆଉ କାହାକୁ ଛୁଇଁ ପାରିବନି। ' କହିଲା ସାରା ଚଢ଼ା ଗଳାରେ।ବରୁନର ହାତ ଧରି ଟାଣିଟାଣି ନେଇଗଲା।

  - ' କେମିତିକା ଏ ପୁରୁଷ ଲୋକଗୁଡା କେଜାଣି ! କେଉଁ ଉପାଦାନରେ ଗଢ଼ା ! ' ବରୁନକୁ ଟାଣିଟାଣି ନେଉଥିବା ବେଳେ ମନକୁମନ କହୁଥିଲା ସାରା।

   ମଲ୍ ଭିତରେ ସୃଷ୍ଟି ହେଉଥିଲା ଏକ ଅନନ୍ୟ ଦୃଶ୍ୟ।

    ପ୍ରତିଦ୍ବନ୍ଦ୍ବୀ ! ! !


Rate this content
Log in