ପ୍ରେମର ପରିଭଷା
ପ୍ରେମର ପରିଭଷା
କେବଳ ଭଲ ପାଇବା ହିଁ ପ୍ରେମର ପରିଭାଷା ନୁହେଁ । ଅନ୍ୟର ଯତ୍ନ ନେବା, ସୁଖଦୁଃଖ ବୁଝିବା, ତାଗିଦକରିବା, ସମୟ ପଡିଲେ ଦଣ୍ଡଦେଇ ସୁଧାରିବା ବି ପ୍ରେମର ଏକ ଅଂଶ ବିଶେଷ । ପ୍ରେମ କେବଳ ନାରୀ ପୁରୁଷ ଭିତରେ ସୀମିତ ନୁହେଁ । ଏହା ମାତା ପୁତ୍ର, ପିତା କନ୍ୟା, ଭାଇ ଭାଇ, ବନ୍ଧୁ ବନ୍ଧୁ, ମଣିଷଓ କେଉଁ ଜୀବ ପଶୁ ପକ୍ଷୀ କାହାରି ବି ସହ ହେଇପାରେ । ଈର୍ଷା କରିବା, ଜଳିବା ବି ଗୋଟେ ପ୍ରକାର ପ୍ରେମ । ପ୍ରେମକୁ ଶବ୍ଦରେ ବଖାଣିବା କଷ୍ଟ, ଏହା ତ ଏକ ଦିବ୍ୟ ଅନୁଭବ । ଭାଗବାନ ଓ ଭକ୍ତର ବି ପ୍ରେମ ହେଇଥାଏ । ବିନା ଦର୍ଶନରେ ବି ଏ ପ୍ରେମ ଅନ୍ୟ ପ୍ରତି ଜାଗ୍ରତ ହେଇପାରେ ଯେମିତି ପ୍ରଭୁଙ୍କୁ ନ ଦେଖି ବି ଆମେ ପ୍ରେମ କରି ବସୁ । ପ୍ରେମ ଶାଶ୍ୱତ ଅମର । ଥରେ ହେଇଗଲେ ଆଉ ଲିଭେଇ ହୁଏନା । ପ୍ରେମ ରୂପଗୁଣ ଦେଖେନା ବୟସ ଜାତି ଅଜାତି ଦେଖେନା । ବାସ୍ ଜଣକର କୋଉ କାମ ମନକୁ ପାଇଗଲେ ତା ପ୍ରତି ସମ୍ବେଦନ ହେଇଯାଏ ହୃଦୟ । ଆଉ ସେଇ ସମ୍ବେଦନଶୀଳତାରୁ କେତେବେଳେ ପ୍ରେମ ସୃଷ୍ଟି ହେଇଯାଏ । ମଣିଷ ଜାଣି ପାରେନି । ନିତିଶର ପଡୋଶୀ ମିତା । ଦୁଇ ପରିବାର ଭିତରେ କିନ୍ତୁ କୋଉ କାଳୁ ଶତ୍ରୁତା ରହି ଆସିଛି । ପାଖ ଘରହେତୁ ଜମିଜମାକୁ ନେଇ କୋଉ କାଳେ ଝଗଡା ହେଇଥିଲା । ନିତିଶର ଅଜା କହୁଥିଲେ ମିତାର ଅଜା କୁଆଡେ କିଛି ଡିସିମିଲ ଜମି ତାଙ୍କରନେଇ ନିଜ ବାଉଣ୍ଡ୍ରିଦେଇଛନ୍ତି । ସେଇ କଥାକୁ ନେଇ ଝଗଡା ହେଇଥିଲା ତପରେ ଉଭୟ ପରିବାରରେ ଆଉ କିଛି ସଂପର୍କ ନାହିଁ । ମିତା ଓ ନିତିଶ ଏକା ଶ୍ରେଣୀରେ ପଢନ୍ତି । ମିତା ତାଠୁ ବି ଭଲ ପଢେ । କ୍ଲାସରେ ପ୍ରଥମହୁଏ । ନିତିନ କୁ ଦ୍ବିତୀୟ ସ୍ଥାନ ମିଳେ ସେଥିପାଇଁ ତାପରିବାର ମିତାକୁ ଇର୍ଷା କରନ୍ତି । ନିତିନ ପ୍ରତିଥର ବେଶିପଢେ ମିତାକୁ ଏଥର ପଛାଡିବ ବୋଲି । ହେଲେ ପୁଣି ସେ ଆଗ ହେଇଯାଏ । ମିତାର ଶାନ୍ତ ଶିଷ୍ଟ ସ୍ୱଭାବ କିନ୍ତୁ ତାକୁ ବେଶ୍ ପ୍ରଭାବିତ କରେ । ତା ମନରେ ଟିକେ ବି ଗର୍ବ ନଥାଏ । ସରଳ ବେଶ ଭୂଷା ନିର୍ମଳ ହସ ଅନ୍ୟ ତୁଳନାରେ ତାକୁ ଅନନ୍ୟା କରେ । ଶାଳିନତା ଓ ସରଳତାର ବି ଏକ ଆକର୍ଷଣ ଥାଏ । ଯାହା ପ୍ରାକୃତିକ ହେତୁ ବିଶ୍ୱାସୀ ହେବାର ସମ୍ଭାବନା ଥାଏ । ନହେଲେ ତ ଆଜି ବଜାରରେ ଭେଜାଲ ମାଲ ଯାହାକୁ ଯେତେ ।
ଦିନେ କଲେଜରୁ ଫେରିଲା ବେଳେ ଦେଖିଲା ଦଳେ ଯୁବକ ଏକାଠି ମିଶି କିଛି ଯୋଜନା ବନାଉଛନ୍ତି । ଏସବୁ ଛତରା ଜାତିର ଯୁବକ ଥିଲେ । ଯାହାଙ୍କର କାମ କଲେଜ ଆସି ଗୁଣ୍ଡାଗିରି କରିବା । ଝିଅଙ୍କୁ କମେଣ୍ଟ ମାରିବା, ଉଠାଇ ନେଇ ବଳତ୍କାର କରିବା । ସେ ଭାବୁଥିଲା ଆଜି କୋଉ ଝିଅର ଭାଗ୍ୟ ଖରାପ ଅଛି କେଜାଣି?
ସେ କଲେଜ ବାହାରେ ଠିଆହେଇ ଏସବୁ ଭାବୁଥିବା ବେଳେ ମିତା କଲେଜ ସାରି ଘରକୁ ବାହାରିଲା ଯିବାକୁ । ଘର ପାଖ ହେତୁ ସେ ଚାଲିକି ଯାଏ । ସେଇ ସୁଯୋଗକୁ ଏ ଗୁଣ୍ଡାମାନେ ଅପେକ୍ଷା କରିଥିଲେ ।
କଲେଜରୁ କିଛି ଦୂର ଆସିଲା ପରେ ଯୋଉ ବୁଦୁବୁଦୁକିଆ ନିଛାଟିଆ ଜଙ୍ଗଲ ପଡେ ସେଠି ସେଯୁବକମାନେ ଆସି ତାକୁ ଘେରିଗଲେ । ମିତା ଭୟଭୀତ ହେଇପଡିଲା । କଣ କରିବ ଏବେ? ଏଗୁଡାତ କଲେଜର କୁଖ୍ୟାତ ଯୁବକ । ଏମାନଙ୍କ ହାତରୁ ବଞ୍ଚିବ କିପରି? ସେ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବାକୁ ଲାଗିଲା । ହେ ଭଗବାନ ଯଶୋଦାନନ୍ଦନ ଦ୍ରୌପଦୀର ମାନ ରକ୍ଷା କଲା ପରି ମୋର ମାନ ବି ରକ୍ଷା କର ପ୍ରଭୁ । ଆଖ ପାଖରେ କେହି ନାହାଁନ୍ତି ଯିଏ ମତେ ସାହାଯ୍ୟ କରିବେ । ତୁମେ ନିଜେ ଆସ ବା କାହାକୁ ମାଧ୍ୟମ କରି ପଠାଅ ଯିଏ ମତେ ଏଠୁ ବଞ୍ଚାଇ ପାରିବ । ଦୁଇଟା ଯୁବକ ଆସି ତାର ଦୁଇ ବାହୁକୁ ଧରିନେଲେ । ସେ ଛଟପଟ ହେଉଥାଏ । ବାଘ ପଞ୍ଝାରେ ହରିଣ ପରି । କିଏ ଜଣେ ଓଢଣୀକୁ ଟାଣି ନେଇଗଲା । ଉନ୍ନତ ବକ୍ଷୋଜ ଏବେ ପୂର୍ଣ୍ବ ଦୃଷ୍ଟି ଗୋଚର ହେଉଥିଲା । ସେ ବଦମାସମାନଙ୍କ ଆଖିରେ ଏବେ କାମନାର ନିଆଁ ହୁତୁହୁତୁ ଜଳିବାକୁ ଲାଗିଲାଣି । ଜିଭରୁ ଲାଳ ଖସିବା ଆରମ୍ଭ କରୁଛି । ଏତେ ସୁନ୍ଦର ପ୍ରାକୃତିକ ଜିନିଷଟେ ଉପଭୋଗ କରିବାର ସୁଯୋଗ ମିଳିଥିବାରୁ ।
ମିତା ଏବେ ନିରୂପାୟ ହେଇ ଆଖି ମୁଦି ଦେଲା । ଆତତାୟୀଙ୍କ ହାତରେ ଥିଲା ତାର ଅସ୍ମିତା ଆଉ ଜୀବନ ।
ଠିକ୍ ସେତବେଳେ ମୋଟର ସାଇକେଲରେ କିଏ ଜଣେ ଯୁବକ ହେଲମେଟ୍ ପିନ୍ଧି ଆସିଲା । ସିଧା ମୋଟର ସାଇକେଲ୍ ସେ ବଳତ୍କାରୀଙ୍କ ଉପରେ ଚଢାଇ ଦେଲା । ସେମାନେ ମିତାକୁ ଛାଡି ଦେଇଥିଲେ ଗାଡି ଆସିବା ଦେଖି । ଦୁଇ ଜଣ ଯୁବକର ହାତ ଗୋଡରେ ଗାଡି ଚକା ଚଢିଗଲା । ଖଣ୍ଡିଆ ହେଇ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲେ । ଅନ୍ୟ ଦୁଇ ଜଣ ତାଙ୍କୁ ଛାଡି ଚାଲିଗଲେ ନିଜ ଜୀବନ ନେଇ । ଯୁବକଟି ମିତାକୁ ନିଜ ଗାଡିରେ ବସିବାକୁ ଇସାରା କଲା । ମିତା ସେଇ ଅଜଣା ଉପକାରୀ ଯୁବକକୁ ଭଗବାନଙ୍କ ଦୂତ ଭାବି ନଡରି ତା ପଛରେ ବସିଗଲା ।
ସେମାନେ ମିତାର ଘର ସାମନାରେ ଥିଲେ । ମିତା ଗାଡିରୁ ଓହ୍ଲାଇ ସେ ଅଜଣା ଯୁବକକୁ ଦେଖିବାକୁ ଚାହିଁଲା । ଯୁବକଟି ମୁଣ୍ଡରୁ ହେଲମେଟ୍ ଖୋଲିଦେଲା । ମିତା ଯୁବକକୁ ଦେଖି ଚକିତ ହେଇଗଲା କାରଣ ସେ ତାଙ୍କ ଚିରଶତୃ ପରିବାରର ପୁଅ ନିତିଶ ଥିଲା । ସେ ନିତିଶକୁ କୃତଜ୍ଞତା ଜଣାଇଲା । ତା ଘରେ ଯାଇ ନିତିଶର ସହାୟତା ବିଷୟରେ କହିଲ । ଶତ୍ରୁତା ଭୁଲିଯାଇ ନିତିଶ ବୀରତ୍ୱର ସହ ଗୁଣ୍ଡାମାନଙ୍କସହ ଲଢେଇ କରି ତାକୁ ବଞ୍ଚାଇ ମାନବିକତାର ପରିଚୟ ଦେଇଥିଲା । ନିତିଶ ମିତାକୁ ଶତ୍ରୁବୋଲି କେବେ ଭାବୁନଥିଲା । ସେ ଜଣେ ଗୁଣଗ୍ରାହୀ ଯୁବକ ଥିଲା । ମିତ୍ର ହେଉକି ଶତ୍ରୁ ଭଲ ଗୁଣ ଦେଖିଲେ ସେ ତାର ଆଦର କରୁଥିଲା । ମିତା ପାଖରେ ଥିବା ଭଲ ଗୁଣ ତାକୁ ଆକୃଷ୍ଟ କରିଥିଲା । ତେବେ ତା ଆଖି ସାମ୍ନାରେ ଏମିତି ଜଣେ ଯୁବତୀକୁ କେମିତି ଲୁଣ୍ଠିତ ହେବା ଦେଖି ଚୁପ୍ ପଡିଥାନ୍ତା । ଅନ୍ୟ କେହି ହେଇଥିଲେ ବୋଧହୁଏ ଅଣଦେଖା କରି ବଦଲା ନେଇଥାନ୍ତା ହେଲେ ସେ ସେୟା କଲାନି । ତାପରେ ଦୁଇ ପରିବାର ଭିତରେ ପୁଣି ମିତ୍ରତା ଫେରିଆସିଥିଲା ।
ସେ ଦୁର୍ଘଟଣାରେ ଜନ୍ମ ନେଇଥିବା ବିଶ୍ୱାସର ଚାରାଟି ପରେ ଏକ ବୃହତ୍ ବୃକ୍ଷର ରୂପନେଇ ମିତା ଓ ନିତିଶ ଭିତରେ ପ୍ରେମର ଫୁଲ ଫଳ ଫଳାଇଥିଲା । ଦୁଇଜଣ ବୈବାହିକ ବନ୍ଧନରେ ବାନ୍ଧି ହେଇ ସଂପର୍କକୁ ଆହୁରି ସୁଦୃଢତା ପ୍ରଦାନ କରିଥିଲେ । ବିଶ୍ୱାସ ବି ପ୍ରେମର ଏକ ପରିଭାଷା ହେଇଥାଏ ।
