The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Children Stories Inspirational

4.4  

Dr Jharana Satapathy

Children Stories Inspirational

ପ୍ରଦୀପ ପ୍ରଜ୍ଜଳନ

ପ୍ରଦୀପ ପ୍ରଜ୍ଜଳନ

2 mins
207


ଲାଡଲି ତାର କୁନି କୁନି ହାତରେ ଦୀପ  ପ୍ରସ୍ତୁତ କରି ଗତ କାଲି ରାତି ୫-୪-୨୦୨୦ ଠିକ୍ ୯ଟା ବେଳେ ୯ମିନିଟ୍ ପାଇଁ ନିଜେ ବାଲ୍କୋନିରେ ଛିଡା ହୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲା।ତାକୁ ବହୁତ ଖୁସି ଲାଗୁଥିଲା ସମୂହ ପ୍ରଦୀପ ପ୍ରଜ୍ଜଳନ ଆଲୋକରେ।ନିଜ ଘରର ସଦସ୍ୟମାନଙ୍କ ସହ ଛିଡା ହୋଇ ଖୁସି ମନରେ ଧାଡିକୁ ଧାଡି ଦୀପ ସଜେଇ ଦେଉଥିଲା। ଆକାଶରେ ଭାସୁଥିବା ଆକାଶ ଦୀପମାନଙ୍କୁ ଅପଲକ ନୟନରେ ସେ ଚାହିଁ ରହିଥାଏ। ଚାରିଦିଗ ଅନ୍ଧାରରେ ପ୍ରଦୀପର ଆଲୋକମାନ ଝଲସି ଉଠୁଥିଲା।


କିଏ କିଏ କେଣ୍ଡେଲ ଜାଳୁଥିଵା ବେଳେ ଆଉ କିଏ କିଏ ଲଗାଇଥିଲେ ମୋବାଇଲ ଫ୍ଲାଲସ୍ ଲାଇଟ୍। ଖାଲି ସମସ୍ତଙ୍କର ମୋବାଇଲରୁ ଗୋଟିଏ ଗିତ ଶୁଭୁଥିଲା ଓଁ ଅସତୋ ମା ସଦ୍ଗମୟ,ତମୋସ ମା ଜ୍ୟୋତିର୍ଗମୟ ,ମୃତ୍ୟୁର୍ମା ଅମୃତଂ ଗମୟ,ଓଁ ଶାନ୍ତି ଶାନ୍ତି ଶାନ୍ତି। ପ୍ରଦୀପ ପ୍ରଜ୍ଜ୍ବଳନ କରିବାର ଉଦ୍ୟେଶ କଣ ତାକୁ ଜଣା ନଥାଏ ।ସଙ୍ଗେ ସଙ୍ଗେ ଆସି ପଚାରିବାକୁ ଲାଗିଲା ମାମା ମାମା ପ୍ରକୃତରେ ଦୀପାବଳୀରେ ହିଁ ଦୀପ ବସିଥାଏ ଆଜି ଦୀପ ଜାଳିବାର ଉଦ୍ୟେଶ କଣ ? ମାମାଙ୍କ ମୁହଁରୁ ଶୁଣିବାକୁ ପାଇଲା ଏହି ପ୍ରଦୀପ ପ୍ରଜ୍ଜଳନ କରୋନା ଵିରୁଧରେ ଲଢେଇ ପାଇଁ ଆମ ମାବ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ବାନ। ଏ


ହି କରୋନା ରାକ୍ଷସ ତାର କରାଳ କାୟା ଵିସ୍ତାର କରି ମାନଵସମାଜକୁ ଵିଲୋପ କରିବାକୁ ବସିଲାଣି । ଏହି କରୋନା ବିରୁଦ୍ଧରେ ସଂଗ୍ରାମ କରୁଥିବା ହଜାର ହଜାର ଡାକ୍ତର, ମେଡିକଲ କର୍ମଚାରୀ ,ପୁଲିସ ପ୍ରଶାସନିକ ଅଧିକାରୀ, ସଫେଇ କର୍ମଚାରୀଙ୍କ କାର୍ଯ୍ୟନିଷ୍ଟା ଏବଂ ବିରତ୍ବ ଦେଖି ସେମାନଙ୍କୁ କୃତଜ୍ଞତା ସହ ସର୍ମାନ ଜଣାଇବା ପାଇଁ ଦେଶବାସୀ ସବୁ ଏକାଠି ହୋଇ ଶାନ୍ତି ବିରାଜ ମାନ କରିବା ପାଇଁ ଏହି ଦୀପ ଦାନ କରୁଛେ। ଅଜ୍ଞାନୀରୂପି ଅନ୍ଧକାରକୁ ଜ୍ଞାନରୂପକ ଆଲୋକ ଆଡକୁ ନେବା ପାଇଁ କରୋନା ବିରୁଦ୍ଧରେ ଲଢେଇ ପାଇଁ ଆମ ବୀରଯୋଦ୍ଧା ମାନେ ଯିଏ ନିଜ ପ୍ରାଣକୁ ଜଳାଞ୍ଜଳି ଦେଇ ଅପ୍ରାଣ ଉଦ୍ୟମ କରୁଛନ୍ତି ସେମାନଙ୍କ ପାଇଁ ପ୍ରଦୀପ ପ୍ରଜ୍ଜଳନ କରା ଯାଉଛି ।


ଏହି ପ୍ରଦୀପ ପ୍ରଜ୍ଜଳନ କରିବା ଦ୍ଵାରା ଲୋକଙ୍କ ମନୋବଳ ବୃଦ୍ଧି କରିବା ସହ ସକାରାତ୍ମକ ଚିନ୍ତାଧାରା ଜାଗ୍ରତ ହୋଇପାରିଵ। ତାହେଲେ ମାମା ମୋ ବାବା ଜଣେ ପୋଲିସ୍ କର୍ମଚାରୀ ଭାବେ ଲୋକମାନଙ୍କୁ ସଚେତନ କରାଇ ଦିନରାତି କରୋନା ବିରୁଦ୍ଧରେ ଲଢୁଛନ୍ତି ତାଙ୍କୁ ଉତ୍ସାହିତ କରିବା ପାଇଁ ନା ! ମୁଁ ଏହି ପ୍ରଦୀପ ପ୍ରଜ୍ଜ୍ବଳନ ବାବାଙ୍କ ପରି କର୍ତ୍ତବ୍ୟନିଷ୍ଟା ଅନ୍ୟ ଅଙ୍କଲ ମାନଙ୍କ ପାଇଁ କରୁଛି ଯେଉଁମାନେ ଦିନରାତି କର୍ତ୍ତବ୍ୟ ପରାୟଣ ହୋଇ କରୋନା ବିରୁଦ୍ଧରେ ଲଢେଇ କରୁଛନ୍ତି।


Rate this content
Log in