ପପୁନିର କରୋନା ସଚେତନତା
ପପୁନିର କରୋନା ସଚେତନତା
ସାଢେ ଦୁଇ ବର୍ଷର ଝିଅ ପପୁନି। ସିଏ ଅବା କଣ ଜାଣେ କରୋନା ଭୂତାଣୁ କୋଭିଡ୍-୧୯ ବିଷୟରେ ।ତାକୁ ତା ବାପା ମାଆ ନିଜେ ସତର୍କ କରାଇବା ସହ ସଚେତନ କରାଇ ଥିଲେ ମଧ୍ୟ । ସେ ତା ବାବା ଏବଂ ମାମା ସହ ଟିଭି ଦେଖିବା ସମୟରେ ଲକ୍ ଡାଉନ ବ୍ୟବସ୍ଥା ଵିଷୟରେ ସଚେତନତା କରାଯାଇଥିବା କିଛି କିଛି ବାର୍ତ୍ତା ଦେଖେ ଏବଂ ଶୁଣେ। ମୋବାଇଲରେ ଓ୍ବାଟସଅପ ରେ ସେ ଭିଡିଓ ସବୁକୁ ନିଜେ ନିଜେ ଦେଖେ। ସିଏ ଆମ ପଡୋଶୀ ଘରେ ରୁହେ।ଦେଖିବାକୁ ଡଉଲଡାଉଲ ଖୁବ୍ ସୁନ୍ଦର ନଟଖଟି ମଧ୍ୟ ।ମତେ ସବୁବେଳେ ଆଣ୍ଟି ଆଣ୍ଟି ଡାକେ।ପ୍ରାୟ ସବୁବେଳେ ଆମ ଘରେ ରହିଥାଏ।ତା କଥାମାନ ଶୁଣିବାକୁ ମତେ ଭାରି ଭଲଲାଗେ।ଛୋଟ ଛୁଆ ତ ଟିକେ ଟିକେ ଖନେଇ ଖନେଇ କହେ।ସବୁକଥା ସ୍ପଷ୍ଟଭାବେ କହିପାରେ ନାହିଁ। ତା ମାମା ପ୍ରିୟା ରୋଷେଇରେ ବ୍ୟସ୍ତ ଥିବା ବେଳେ ତା ମୋବାଇଲରେ ସିଏ ନିଜେ କରୋନା ସଚେତନତା ଵିଷୟରେ ରେକଡିଙ୍ଗ୍ କରି ଧାଇଁ ଆସି ଶୁଣେଇ ମତେ କହିଲା ଆଣ୍ଟି ଆଣ୍ଟି ମୋ ଭିଡିଓ କେମିତି ଲାଗୁଛି ? ଆନ୍ଟିତୁମେ ତାକୁ ସେ
ର କଲିବନା।ଭଲ ଲାଗିଲା ଲା ନା ଆଣ୍ଟି।ଦେଖ ଆଣ୍ଟି କେମିତି ଲାଗୁଛି କୁହନା ।ତୁମେ ତାକୁ ଅନ୍ୟମାନଙ୍କୁ ସେର୍ କଲିବନା।ଶୁଣ ଆଣ୍ଟି ଶୁଣ ଏଁଏଁ ଏଁ ଏ କରୋନା ପାଇଁ କାହାକୁ ଏଁ ହେନ୍ଡସେକ କଲିବନି, ଖାଲି ନମସ୍କାଲ କଲିବ। କିଛି ଖାଇବା ପୂର୍ବରୁ ପ୍ରଥମେ ଆମେ ହାତ ଓଦା କଲିବା ତାପଲେ ଡେଟେଲ ହେଣ୍ଡଓ୍ବାସଲେ ଏମିତି ଏମିତି ଧୋଇବା। ତାପଲେ ଏଁ ଉଁ ଉଁ କଣକି ଯଦି ଯଦି ଆମେ ନାକରେ ଯଦି ନାଇ ନାଇ କାନରେ ହଁ ହଁ ନାକରେ, କାନରେ ହାତ ମାଲିଲେ ଡେଟେଲ ହେନଡ୍ ଓ୍ବାସଲେ ହାତ ପରିସ୍କାଲ ଭାବେ ଧୋଇବ। ଉଁ ଉଁ ତାପଲେ ଛିଙ୍କ ଆସିଲେ ରୁମାଲରେ ଛିଙ୍କିବା ତାପଲେ ତାପଲଲେ ଆଉ ଆଉ ଵାହାଲକୁ ଯିଵାନାହିଁ। ତାପଲେ ତାପଲେ ଵାଲମ୍ବାଲ ହାତ ଧୋଇଵା। ଯଦି ଯଦି ବାହାଲେ ଯିବା ମାସ୍କ ପିନ୍ଧିକି ଯିବା। ଥଣ୍ଡା ,ଆଇସକିମ ଖାଇବାନି ଖାଲି ଚକଲେଟ୍ ଖାଇବା। ତାର ଭିଡିଓ ଶୁଣି ମତେ ଭଲ ଲାଗିଲା ଏବଂ ମୁଁ ସେର୍ କରିବା ସଙ୍ଗେ ସଙ୍ଗେ କେତେ ଲାଇକ ଆଉ କମେଣ୍ଟ ଆସିଗଲା ସଙ୍ଗେ ସଙ୍ଗେ।