Akshayakumar Dash

Others

1  

Akshayakumar Dash

Others

ପିଲାଟିର ସୃଷ୍ଟି

ପିଲାଟିର ସୃଷ୍ଟି

2 mins
470


ଦେଶ ପରାଧିନ ସମୟର କଥା ।ସେତେବେଳେ ଇଂରେଜ ଶାସନ ଚାଲିଥାଏ। ଓଡ଼ିଶାର ଏକ ଗାଁ କୁ ସରକାରୀ କର୍ମଚାରୀ ଜଣେ ଆସିଥିଲେ ।ଗ୍ରାମର ପରିମଳ ବ୍ୟବସ୍ଥା ଓ ଲୋକମାନଙ୍କର ଜୀବନ ଯାପନ ଶିକ୍ଷା ଆଦି ବିଷୟକୁ ଧ୍ୟାନ ଦେଉଥିଲେ । ତାଙ୍କ ସହିତ ଗ୍ରାମର ମୁଖିଆ ବୁଲି ଦେଖାଉ ଥିଲେ । ବୁଲି ଦେଖୁ ଦେଖୁ ଜଣେ ଝିଅ କାନ୍ଥରେ ଝୋଟିଚିତା ପକାଉଥିବାର ଦେଖିଲେ । ଚିତାରେ ବନ ପାହାଡ଼ ଗଛଳତା ପଶୁପକ୍ଷୀ ଚିତ୍ର ଆଙ୍କି ସୁନ୍ଦର ଭାବରେ ଦିଶୁଥିଲା ।ତାହା ଇଂରେଜ କର୍ମଚାରୀଙ୍କୁ ଆକୃଷ୍ଟ କଲା ।ଝିଅଟିକୁ ପାଖକୁ ଡାକି ତାର ପାଠପଢା ବିଷୟରେ ପଚାରିଲେ ।ଝିଅଟି ଛୋଟ ପିଲାଥିଲା ।ତେଣୁ ସେଟିକେ ଭୟକରି କହିଲା ।ତାଙ୍କ ଗ୍ରାମରେ ପାଠପଢା ପାଇଁ କୌଣସି ବ୍ୟବସ୍ଥା ନାହିଁ । ସେ କହିଲା ଯେ ତାଙ୍କ ଗ୍ରାମର ପିଲାମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି । କର୍ମଚାରୀ ତାଙ୍କ ଗ୍ରାମର ମୁଖିଆକୁ ଗାଳିଦେଇ ତୁରନ୍ତ ଗ୍ରାମରେ ଏକ ସ୍କୁଲ ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଝିଅଟିର ସୃଜନ ଗୁଣ ଦେଖି ତାକୁ କିଛି ଅର୍ଥ ପୁରସ୍କାର ଦେଲେ ।


କିଛି ଦିନ ପରେ ଇଂରେଜ ସରକାରଙ୍କ ତରଫରୁ ଗ୍ରାମକୁ ଜଣେ ଶିକ୍ଷକ ଆସିଲେ ।ଗ୍ରାମ ମୁଖିଆଙ୍କ ସହଯୋଗ କ୍ରମେ ବିଦ୍ୟାଳୟ ସ୍ଥାପନହେଲା ।ଗ୍ରାମର ପିଲାମାନେ ଆସି ପାଠ ପଢ଼ିଲେ । ଶିକ୍ଷକ ଜଣେ କଠୋର ପ୍ରକୃତିର ଲୋକ ଥିଲେ । ପିଲାଙ୍କର ଟିକେଟିକେ ଭୂଲପାଇଁ କଠୋର ଦଣ୍ଡ ଦେଉଥିଲେ ।ଦିନେ ଜଣେ ଛାତ୍ରକୁ ଖରାରେ ଠିଆ କରାଇଦେଲେ ।ଫଳରେ ଛାତ୍ରର ମୁଣ୍ଡଘୁରେଇ ଅଚେତ ହୋଇଗଲା । ଅନ୍ୟ ଛାତ୍ରଛାତ୍ରୀ ମାନେ ମଧ୍ୟ ଭୟରେ ରହିଲେ ।


ସେଇଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଆସି ଶିକ୍ଷକଙ୍କୁ ଦେଖାକରି ପିଲାମାନଙ୍କ ପ୍ରତି କଠୋର ଦଣ୍ଡକୁ କୋହଳ କରିବାକୁ ମତ ଦେଲେ ।ହେଲେ ଶିକ୍ଷକ ଜଣକ ଏତେ ଅହଙ୍କାରୀ ହୋଇଥିଲେକି ତାଙ୍କକଥା ନଶୁଣି ବରଂ ତାଙ୍କୁ ଗାଳିଦେଇଥିଲେ ।ଅଯଥା ମୋ କାର୍ଯ୍ୟରେ ବାଧା ସୃଷ୍ଟି କରିବାପାଇଁ ଆପଣ କିଏ ବୋଲି ପ୍ରଶ୍ନ କରିଥିଲେ । ପିଲାଙ୍କ ଟିକେ ଟିକେ ଭୂଲ ପାଇଁ ବେତରେ ପିଟୁଥିଲେ । ପିଲାମାନେ ବିଦ୍ୟାଳୟ ଆସିବା ପାଇଁ ଅମଙ୍ଗ ହେଉଥିଲେ । ସମସ୍ତେ ଯାଇ ଗ୍ରାମର ମୁଖିଆଙ୍କୁ ଏକଥା କହିଲେ ।ମୁଖିଆ ଓଲଟି ଗ୍ରାମର ଲୋକଙ୍କ ଉପରେ ଗାଳିବର୍ଷଣ କରି କହିଥିଲେ, ତୁମେମାନେ ବିଦ୍ୟାଳୟ ହେବାପାଇଁ କହିଲ ତ ହେଲା ।ପୁଣି ଶିକ୍ଷକ ଇଂରେଜ କର୍ମଚାରୀ ତାକୁ କହିବା ମୋ କାର୍ଯ୍ୟର ବାହାରେ । ମୁଖ୍ୟକଥା ମୁଖିଆ ଗ୍ରାମରେ ବିଦ୍ୟାଳୟ ହେବା ଚାହୁଁନଥିଲେ ।ପୁଣି ଇଂରେଜ କର୍ମଚାରୀକୁ କିଛି କହିଲେ ତାଙ୍କର ମୁଖିଆ ପଦବୀ ଚାଲିଯିବାର ସମ୍ଭାବନା ଅଛି । ଏସମସ୍ତ ନେଇ ଗ୍ରାମଲୋକଙ୍କୁ ଗାଳିଦେଇ ବିଦାକରିଦେଲେ ।


ଦିନେ ବିଦ୍ୟାଳୟର ପିଲାମାନଙ୍କ ଭିତରୁ ଜଣେ ପିଲା ଶିକ୍ଷକଙ୍କ ଏପରି କଠୋର ଦଣ୍ଡକୁ ସହି ନପାରି ଶିକ୍ଷକଙ୍କ ଝୁଲାରେ କିଛି ବେଙ୍ଗ ଧରି ଆଣି ଲୁଚି ପୁରାଇଦେଲା । ଅନ୍ୟ ପିଲାମାନେ ଦେଖିନଥିଲେ । ଶିକ୍ଷକ ପାଠ ପଢାଉଥିବା ବେଳେ ବେଙ୍ଗମାନେ ଚୋବେଇବା ଆରମ୍ଭ କରିଥିଲେ । ସମସ୍ତ ପିଲା ହସିଉଠିଲେ । ଶିକ୍ଷକ ମଧ୍ୟ ରାଗିଯାଇ ସବୁପିଲାମାନଙ୍କୁ ଦଣ୍ଡ ଦେଲେ । ପିଲାମାନଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଇଲା । ସମସ୍ତେ ଗୁରୁଜୀକୁ ଦେଖିଲେ ଉପରେ ଭୟକରି ଭିତରେ ଷଢଯନ୍ତ୍ର କଲେକି ଶିକ୍ଷକଙ୍କୁ କିପରି ଏଠାରୁ ବିଦାକରିବେ । ଦିନେ ଜଣେ ଛାତ୍ର ତାର ଜନ୍ମଦିନର ଭେଟି ଦେବାପାଇଁ କିଛି ଜିଲାପି ଆଣି ଦେଲା ।ଗୁରୁଜୀଙ୍କ ଅତି ପ୍ରିୟ ଜିଲାପି ଅଟେ ତେଣୁ ସେ ସମସ୍ତ ଜିଲାପି ଖାଇବସିଲେ । ଜିଲାପି ଗୁଡିକ ବାସୀ ଥିଲା । ବାସି ଜିଲାପି ଖାଇ ଶିକ୍ଷକଙ୍କ ଶରୀର କ୍ରମେ ଅସୁସ୍ଥ ହେଲା ।ମୁଣ୍ଡ ଘୁରେଇ ଦେହ ଦୁର୍ବଳ ହେଲା ।ପେଟ ମୋଡି ଯନ୍ତ୍ରଣାରେ ଛଟପଟ ହେଉଥିଲେ । କ୍ରମଶଃ



Rate this content
Log in