Ranjita Das

Others

3  

Ranjita Das

Others

ପିଲାଦିନର ସ୍ୱାଧୀନତା ଦିବସର କଥା

ପିଲାଦିନର ସ୍ୱାଧୀନତା ଦିବସର କଥା

2 mins
482


ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ କରିବାର କିଛି ଅଲଗା ହିଁ ମଜା ଥିଲା , ଏ ଦିନଟି ତ ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଆଉ ଗୌରବର ଦିନ । କିନ୍ତୁ ପିଲାବେଳେ ବିଦ୍ୟାଳୟରେ ସାଙ୍ଗସାଥିମାନଙ୍କ ସହ ମିଳିମିଶି ପାଳନ କରୁଥିବା ସ୍ୱାଧୀନତା ଦିବସର କିଛି ଅଲଗା ହିଁ ଅନୁଭୂତି ଥିଲା । ଆଉ ହଁ , ସାଧାରଣତନ୍ତ୍ର ଦିନ ମଧ୍ୟ ବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଉଥିଲା । କାରଣ ସେଥିରେ ଡିଜିଟାଲ ଶୁଭେଚ୍ଛା ନଥିଲା କି ସ୍ୱାଧୀନତା ଦିବସର ଫୋଟୋ କପି ପେଷ୍ଟ ନଥିଲା । ଅଗଷ୍ଟ ମାସ ପଶିଲା ବେଳକୁ ମନରେ ଏକ ଅଲଗା ପ୍ରକାର ଉତ୍ସାହ ଥାଏ , ଆଉ କଥାଟା ହେଉଛି ସ୍ୱାଧୀନତା ଦିବସରେ ପରେଡ କରିବାର ନିଆରା ମଜା । ଏବଂ ମତେ ପରେଡ ଗ୍ରୁପରେ ସାମିଲ ହେଇ ପରେଡ କରିବାରେ ବହୁତ ଆନନ୍ଦ ମିଳୁଥିଲା । ସ୍ୱାଧୀନତା ଦିବସର କେଇ ଦିନ ପୂର୍ବରୁ ପରେଡର ପାଇଁ ସବୁ ପ୍ରକର ପ୍ରସ୍ତୁତି ଆରମ୍ଭ ହେଇଯାଏ , ନିତିଦିନ ଖେଳ ପଡିଆରେ ମାଳ ମାଳ ପିଲା ଧାଡି ଲଗେଇ ଛିଡା ହେଇଯିବେ ଆଉ ପି.ଟି. ମାଷ୍ଟରାଣୀଙ୍କ କଥା ଧ୍ୟାନ ଦେଇକି ଶୁଣୁଥିବେ ।


ପୁଣି ଅଗଷ୍ଟ 15ର ପୂର୍ବଦିନ ଅର୍ଥାତ ଅଗଷ୍ଟ 14 ତାରିଖ ଦିନ କିଛି ଘଣ୍ଟା ପାଇଁ ପରେଡ ଅଭ୍ୟାସ କରା ଯାଇ ବିଦ୍ୟାଳୟ ଛୁଟି କରିଦିଆଯାଏ । ସ୍ୱାଧୀନତା ଦିବସର ଗୋଟେ ଦିନ ପୂର୍ବରୁ ଛୁଟି ମିଳିଯାଏ, କାରଣ ସ୍କୁଲ ଜାମାକୁ ଉଜାଲା ନୀଳ ଦେଇ ସଫା କରିବାର ଥାଏ ପୁଣି ଇସ୍ତ୍ରୀ ତା ସହିତ ଜୋତା ପଲିସ । ସେ ସବୁର ଝିନଝଟ ନଥାଏ କାରଣ ବୋଉ ଡ୍ରେସ ସଫା କରିଦିଏ ଆଉ ବାପା ଇସ୍ତ୍ରୀ । ମତେ ସେଇ ପୂର୍ବ ଦିନ ରାତିରେ କାଇଁ କେଜାଣି ନିଦ ହୁଏନି କାରଣ ମୁଁ କେମିତି ଯାଇକି ସ୍କୁଲରେ ପରେଡ କରିବି , ଆଉ ସେମିତି ମୋ ରାତି କଟିଯାଏ । ପୁଣି ଆର ଦିନ ବଡିଭୋରୁ ଉଠି ଗାଧେଇ ପାଧେଇ ନିଜ ନିତ୍ୟକର୍ମ ସାରି ଧଳା ଜାମା ପିନ୍ଧି ବାହାରିପଡେ । ବାପା ମୋ ପାଇଁ ଧଳା ଜୋତା କିଣିଦେଇଥାନ୍ତି ଆଉ ସେ ଜୋତାର ସୂତାକୁ ବାନ୍ଧି ମତେ ଜୋତା ପିନ୍ଧେଇଦିଅନ୍ତି ଆଉ ବୋଉ ମୋ ବାଳକୁ କୁଣ୍ଡେଇ ରିବନ ଫିତା ଦେଇ ଦୁଇ ବେଣୀ କରିଦିଏ ଆଉ ମତେ ଲାଗେ ଯେପରି ସେଦିନ ମୁଁ ଖୁବ ସୁନ୍ଦର ଦିଶୁଥାଏ ।


ଆଉ ବିଦ୍ୟାଳୟରେ ପହଞ୍ଚି ସାଙ୍ଗ ସହ ମିଳିମିଶି କଥା ହେଇ ଯାଇ ଧାଡି ଲଗେଇଦେଉ କାରଣ ପରେଡ ଆରମ୍ଭ ହେଇଯିବ ପୁଣି ବଡ ଲୋକ ବି ଆସିବେ ତାଙ୍କ ବକ୍ତବ୍ୟ ଦେବାକୁ । ସମସ୍ତଙ୍କ ଆଗରେ ପରେଡ କରି ମଧ୍ୟ ବହୁତ ଖୁସି ଲାଗୁଥାଏ , ଜାତୀୟ ସଙ୍ଗୀତ ଗାନ ସହ ଦେଶାତ୍ମବୋଧକ ସଙ୍ଗୀତ ଗାନ ମଧ୍ୟ ହୁଏ । ବଡ ବଡ ଲୋକ ତାଙ୍କ ବକ୍ତବ୍ୟ ରଖନ୍ତି ଆଉ ସେ ସବୁ ଶୁଣିକି ବହୁତ କଥା ଶିଖିବାକୁ ମଧ୍ୟ ମିଳେ । ପୁଣି ଶେଷକୁ ସେଓ ବୁନ୍ଦିଆ ଖାଇ ଖୁସିରେ ଘରକୁ ଫେରୁଥିଲୁ । ସତରେ ସେଥିରେ ସବୁ ନିଆରା ମଜା ଥିଲା ଯାହା ଆଉ ଆଜି ମନେ ପଡିଲେ ଜାଣିନି କାଇଁ କେଜାଣି ଏ ମନ ଖୁସିରେ ନାଚି ଉଠେ । ଯାହା ହେଉ କିଛି ନା କିଛି ସ୍ମୃତି ଆଜି ରହିଯାଇଛି ତାକୁ ଦୋହରାଇ ଖୁସି ହେବାରେ ।



Rate this content
Log in