ଫୋନି
ଫୋନି
ଫୋନି ଆସିବ ଆସିବ ବୋଲି ସ୍କୁଲ କଲେଜ ସବୁ ଛୁଟି , କିଛି ଅଫିସ ବି ଛୁଟି ହୋଇଗଲା । 15 ଟଙ୍କାର ଆଳୁକୁ ଲୋକ 30 ଟଙ୍କାରେ କିଣିଲେ । ଦିଆସିଲି ଓ ମହମ ବତୀ ବଜାରରେ ମିଳିଲାନି । ଟିଭି ରେଡ଼ିଓ 2ଦିନି ଆଗରୁ ପ୍ରଚାର ଆରମ୍ଭ କରିଦେଲେ କି ପବନର ବେଗ 200 କିମି ଛୁଇଁ ପାରେ ,ତେଣୁ କଚା ଘର ବାତ୍ୟା ବେଳେ ସୁରକ୍ଷିତ ନୁହେଁ । ବାତ୍ୟା ଦିନରେ ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ ଦିଆଗଲା । ହେଲେ ମୋର ବାତ୍ୟା ପାଇଁ ଖୋଲା ଯାଇଥିବା ନିୟନ୍ତ୍ରଣ କକ୍ଷ ରେ ଡିଉଟି ଲାଗିଥିଲା ।
ତିନି ତାରିଖ ସକାଳୁ ରହି ରହି ବର୍ଷା ହେଉଥିଲା ଓ ପବନର ବେଗ ବଢ଼ୁଥିଲା । ମୋର ଦିନ ଦିଟା ରେ ଡିଉଟି ଥିଲେବି ମୁଁ 9ଟା ବେଳେ ବାହାରିଲି । କିଛିବାଟ ଗଲା ପରେ ମୋ ରେନ କୋଟର ଚେନଟା ଖୋଲିଗଲା । ରାସ୍ତା କଡ଼ରେ ଠିଆ ହୋଇ ତାକୁ ଲଗାଇବାକୁ ଚେଷ୍ଟାକଲି ହେଲେ ଲାଗିଲାନି । ସାର୍ଟଟା ଟିକେ ଓଦା ହୋଇଯାଇଥିଲା , ଭାବିଲି ଘରକୁ ଫେରିବି କିନ୍ତୁ ଫେରିଲିଣି କାରଣ ପବନ ହେଉଥିଲା ମାତ୍ର ବର୍ଷା କମ ହେବାରୁ ମୁଁ ରେନ କୋଟକୁ ଟାଇଟ କରି ଆଗକୁ ବଢ଼ିଲି । ରାସ୍ତା ପୁରା ଶୂନ ସାନ ଦୋକାନ ବଜାର ସବୁ ବନ୍ଦ କରେଣ୍ଟ ନଥାଏ । ରାସ୍ତା ଡର ଡର ଲାଗୁଥିଲା । ଏତେ ବର୍ଷରେ ଏମିତି ଖାଲି ରାସ୍ତା ମୁଁ କେବେ ଦେଖିନଥିଲି । ରାସ୍ତାରେ ଦିଟା ଅଟୋ ଦେଖିଲି ,ମଟର ସାଇକେଲ କିଛିବି ଚାଲୁ ନଥିଲା । 10 ମିନିଟ ରେ ମୁଁ ଅଫିସ ପହଁଚି ଗଲି । ଲୋକ ବହୁତ କମ ଥିଲେ ସେଣ୍ଟ୍ରାଲ କଣ୍ଟ୍ରୋଲ ଛଡା ଆଉ ସବୁ ବିଭାଗରେ ବହୁତ କମ ଲୋକ ଥିଲେ । ତା ପରେ ପବନର ବେଗ ଧୀରେ ଧୀରେ ବଢିବାକୁ ଲାଗିଲା ବର୍ଷା ବି ଲଗାତାର ଚାଲିଥାଏ । 10.30 ପରେ ଆଉ କିଏ ଆସିଲେନି ।
12 ଟା ବେଳକୁ ପବନ 120 କିମି ବେଗରେ ବୋହୁଥାଏ । ଗଛ ଭାଙ୍ଗିବା ଆରମ୍ଭ ହୋଇଗଲା । ତାପରେ ପବନର ବେଗ ଆହୁରି ବଢ଼ିଲା । ଗେଟ ଆଗଦେଇ ଯିବା ଆସିବା କରି ହେଲାନି । କରିଡୋରରେ ଠିଆହେଲେ ପବନ ଉଡାଇ ନେଉଥିଲା । ଷ୍ଟାଫ ସମସ୍ତେ କ୍ୟାଣ୍ଟିନରେ ଯାଇ ଖାଇଲେ କିଛି ଲୋକଙ୍କୁ ଖାଇବାକୁ ମିଳିଲାନି ସେମାନେ ବିସ୍କୁଟ ଖାଇ ରହିଲେ । ପ୍ରାୟ 3ଟା ରେ ପବନର ବେଗ ଟିକେ କମିଲା ଓ ଆମେ ବାତ୍ୟାର ହୋଇଥିବା କ୍ଷୟ କ୍ଷତିର ଇପରତ ନେବାକୁ ଆରମ୍ଭ କଲୁ । ଆଧିକାଂଶ ସ୍ଥାନରେ ପ୍ଲାଟଫର୍ମ ଉଡିଯାଇଥିଲା ଓ କମ୍ୟୁନିକେସନ ନଥିଲା । ଫୋନ ଯୋଗାଯୋଗ ଅଚଳ ହୋଇ ପଡିଥିଲା ହେ ରେଲୱେର ଯୋଗାଯୋଗ ନେଟୱାର୍କ କାମ କରୁଥିଲା । ଟିଭି ଚାଲୁନଥିଲା ରାଜ୍ୟ ବାହାର୍ ଟିଭି ଚାନେଲ ଝଡ଼ କଥା ଦେଖାଉ ନଥିଲେ ।
ରାତି 10.ପରେ ମୋର ଡିଉଟି ସରିଲା । ମୁଁ ଓ ବିଶ୍ୱାଳ ବାବୁ ଆଫିସ୍ ରୁ ବାହାରିଲୁ । ମୋବାଇଲ ନେଟୱାର୍କ ନଥିବାରୁ ଘରକୁ କଥା ହୋଇ ପାରୁନଥିଲି । ଘରେ ଜାଣି ନଥିଲେ କି ମୁଁ ରାତିରେ ଘରକୁ ଆସିବି ନା ନାହିଁ । ରାସ୍ତା ପ୍ରାୟ ଖାଲିଥିଲା ଓ ଅନ୍ଧାର ଥିଲା । ଅନେକ ଜାଗାରେ ଗଛ ଭାଙ୍ଗି ପଡିଥିଲା ଓ ରାସ୍ତାରେ ପାଣି ଚାଲିଥିଲା । ଇଲେକ୍ଟ୍ରିକ ଲାଇନ ଓ ଅନ୍ୟ କେବୁଲ ଲାଇନ ତଳେ ପଡିଥିଲା । ଦୋକାନର ହୋଡ଼ିଙ୍ଗ ସବୁ ଭାଙ୍ଗି ତଳେ ପଡିଥିଲା । ପିଚୁରାସ୍ତାରେ କିଛି ଜାଗାରେ କାଚ ବି ପଡିଥିଲା । ଆମ କଲୋନୀ ରାସ୍ତାରେ ବି ପାଣି ଚାଲିଥିଲା ଓ କେବୁଲ ଝୁଲୁଥିଲା । ମୁଁ ଘରେ ରାତି 11ଟା ରେ ପହଞ୍ଚିଲି । ଘର ଆଗରେ ଇଲେକ୍ଟ୍ରିକ ଲାଇନ ଉପରେ ଦେବଦାରୁ ଗଛ ପଡିଥିଲା । ଲାଇନ କେବେ ଆସିବ ଜଣା ନଥିଲା । ରେଡ଼ିଓ ନିୟୁଜରୁ ଜାଣିଲୁ ଯେ ପୁରୀ ,ଖୋର୍ଦ୍ଧା , ଭୁବନେଶ୍ୱର ଓ କଟକ ରେ ବହୁତ କ୍ଷତି ହୋଇଛି ଓ ସବୁ ଠିକ ହେବାକୁ ଅନେକ ଦିନ ଲାଗିବ ।
