Akshayakumar Dash

Others

3  

Akshayakumar Dash

Others

ଫଳାଫଳ

ଫଳାଫଳ

1 min
552


ସରିଯାଇଛି ଭୋଟ ଗଣତି । ବାହାରିଛି ଫଳାଫଳ ।ଜନାଦେଶକୁ ମାନିନେଇଛନ୍ତି ସବୁଦଳର ନେତା। ଭୋଟ ଦେଇଥିବା ଜନତାଙ୍କର ହାରିବା ଜିତିବା ଭିତରେ ଯେଉଁ ଆଖିରେ ସତକାର ସେଇଆଖିରେ ଇର୍ଷା । ସରକାର ଗଢାହେବ । ମନ୍ତ୍ରୀ ମଣ୍ଡଳ ଗଠନହେବ । ନିର୍ବାଚନରେ ଜିତିଥିବା ଦଳ ଲୋକଙ୍କୁ ପ୍ରତିଶୃତି ଦେଇଥିବା ପ୍ରସଙ୍ଗ ଉପରେ ଆଧାରିତ କାର୍ଯ୍ୟକ୍ରମ ହାତକୁ ନେବେ । ଗଣତନ୍ତ୍ର ପାଞ୍ଚବର୍ଷ ପାଇଁ ଶାସନ କରିବାକୁ ଆସନକୁ ଛାଡିଛି । ଲୋକଙ୍କପାଇଁ ଭଲ କାମ କଲେ ପୁଣି ଶାସନ କରିବେ ସରକାର । ଲୋକଙ୍କପାଇଁ ସରକାର ।


ଓଡିଶା ସରକାରଙ୍କ ପାଇଁ ପରୀକ୍ଷା । କାରଣ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା, ବନ୍ୟା ,ମରୁଡି ବିକାଶର ବାଧକ ହୋଇଛି। ଅନ୍ୟପକ୍ଷରେ ଦାରିଦ୍ର୍ୟଦୂରୀକରଣ କୃଷି ଓ କୃଷକର ବିକାଶ କରିବାକୁ ସରକାର ଦୃଷ୍ଟିଦେଇ ନିଯୁକ୍ତି ସୃଷ୍ଟି କରିବେ । ସବୁଠାରୁ ବଡ଼ପ୍ରଶ୍ନ ଦୁର୍ନୀତି ଦୂରକରିବାକୁ ଚେଷ୍ଟାକରିବା । ମୁଖ୍ୟମନ୍ତ୍ରୀ ନିଷ୍ଠାପର ରହିଲେ ତାହା ମନ୍ତ୍ରୀମଣ୍ଡଳ ଓ ଦଳୀୟ କର୍ମକର୍ତାଙ୍କ ଉପରେ ପ୍ରଭାବ ପକାଏ । ସରକାରୀ କାର୍ଯ୍ୟାଳୟରେ ବହୁସଂଖ୍ୟକ ଦୁର୍ନୀତି ଦେଖାଦେଇଛି । କେତେକ ସରକାରୀ କର୍ମଚାରୀମାନେ ନିଷ୍ଠାପର କାର୍ଯ୍ୟସମ୍ପାଦନ କରିବାକୁ ପଛଉଛନ୍ତି ଏଥିରେ ଦଳୀୟକର୍ମୀ ସହଯୋଗ କରିବାକୁ ଦେଖାଦେଇଛି । ଶିକ୍ଷ।,ଶ୍ୱାସ୍ଥ୍ୟ, ଓ ଗମନାଗମନ ପ୍ରତି ସରକାରଙ୍କ ଦାଇତ୍ୱ ଅଛି । ଓଡ଼ିଶାର ଉର୍ଣ୍ଣତୀ ପାଇଁ ସମସ୍ତଙ୍କ ସହଯୋଗ ରହିଲେ ନିଶ୍ଚୟ ଓଡିଶାର ପ୍ରଗତି ହେବ ।


Rate this content
Log in