STORYMIRROR

Akshayakumar Dash

Others

2  

Akshayakumar Dash

Others

ଫଳ

ଫଳ

2 mins
3.0K

ସେଦିନ ରାସ୍ତାରେ ସାଙ୍ଗ ବ୍ରଜ ସହିତ ଦେଖା ହେଲା। ବିଚରା ସାଇକେଲ ପେଲି ପାଖ ବଜାରକୁ ଆସୁଥିଲା ।ପଚାରିଲି କୁଆଡେ କିରେ? ଏତେ ବ୍ୟସ୍ତରେ ଚୁଟିଛୁ। ସାଇକେଲ ରେ ଗୋଡ ଲଗେଇ କହିଲା, ଯାଉଛି ଡାକ୍ତର ପାଖୁ। କଣ ହେଲାକି ପଚାରିଲି, କହିଲା କାଲି ଠାରୁ ଦାନ୍ତ ଏତେ ବିନ୍ଧୁଚି ଖାଇତ ପାରୁନି ପାଣି ଲାଗିଲେ ଅଧିକ ହେଉଛି । ଓଃ, ତାହେଲେ ଡାକ୍ତର ପାଖୁ ଯାଉଛୁ, ହଁ କଣ ଟିକେ ଔଷଧ ଖାଇ ଦେଖିଲୁ ନାହୁଁ। କଣ ଖାଇବି ବୁଦ୍ଧି ବାଟ ଦିଶୁଣି ।କଣ ଦାନ୍ତ ପୋକ ଖାଇଛି ,ନା କେବଳ ଟିକେ ହଳୁଛି। କୋଉଦାନ୍ତ ,କଳ ଦାନ୍ତ ,କହିଲା। ଲବଙ୍ଗ ଜାକିଥିଲୁ। ନା କହିଲା ।ତେବେ ଏହି ଲକ ଡାଉନ ସମୟରେ ତ ପ୍ରାଇଭେଟ ଡାକ୍ତର କୁଁ ମନା। କଣ ସାହୁ ଡାକ୍ତର ଦେଖିବ ନାହିଁ, ନା, ସରକାରୀ ଡାକ୍ତର ଛଡା ଅନ୍ୟମାନେ ରୋଗୀ ଦେଖିବେ ନାହିଁ । ତେବେ କଣ କରିବି। କଣ କରିବୁ ଔଷଧ ଦୋକାନରୁ ଯନ୍ତ୍ରଣା ନିବାରକ କିଛି ଔଷଦ ନେଇଜା ସେଥିରେ କମିଯିବ । କଣ ନେବି। ଦେଖେ ସାଙ୍ଗ ମୁଁ ଡାକ୍ତର ନୁହେଁ, ହେଲେ ତୋର ଅସହାୟ ପରିସ୍ଥିତି ଦେଖି କହୁଛି ଏମିତିବି ସରକାର କହୁଛନ୍ତି ସାଧାରଣ କିଛି ରୋଗପାଇଁ ଔଷଦଦୋକାନରୁ କିଣି ଖାଇପାରିବ । କଣ ନେବି ଟିକେ କହ । ଛାଡେ ସେ ଆଇନ କାନୁନ କଥା । ଜିରୋଡଲ ଡି ଚାରଟି ନେଇଯାଅ , ଖାଇସାରିବା ପରେ ଖାଇବୁ । ଦିନକୁ ଦୁଇଟା । ପାଖ ଔଷଦ ଦୋକାନରୁ ଔଷଦ କିଣି ଗୋଟିଏ ଗିଲିଦେଲା । ପାଖରେ ପାଣିଥିବାରୁ ପିଇଲା ।କିଛି ଖାଇଲୁ ନାହୁଁ। ଏବେତ ଘରୁ ଚାହ। ବିସ୍କୁଟ ଚକୁଳି ଖାଇ ଆସିଛି । ଠିକ ଅଛି । ତେବେ ଦାନ୍ତ ବିନ୍ଧିବାର କାରଣ କଣ ତାକୁ ପଚାରିଲି, କହିଲା ଅଦିନିଆ ବର୍ଷ।ରେ ଭିଜିଗଲି। ତାକୁ କହିଲି ପ୍ରତିଦିନ ଗୋଟିଏ ସେଓ ଖାଇବୁ । ଦାନ୍ତ ମଜବୁତ ହେବ ଓ ଚାହିଁଲେ ସେଓ ର ଦାନାକୁ ଦାନ୍ତରେ ଘଷିବୁ। ଦାନ୍ତ ସଫା ରହିବ । ଆଶ୍ଚର୍ଯ୍ୟ ଭାବେ ଚାହିଁଲା, କହିଲା ସତରେ, ପରୀକ୍ଷା କରି ଦେଖନା । ଆଜିଠୁ ସେଓ ଖାଇବି ଓ ଲାଗେଇବି । ମୁ ତ କଲଗେଟ ରେ ଦାନ୍ତ ଘଷୁଛି। କିନ୍ତୁ ସଫ। ରହୁଣି । ନା ତାକୁ ଛାଡ଼, ଏବେ ଦାନ୍ତକାଠି ନିମ, ଲଂକଯଡା, କରଂଜ, ବେଗୁନିଆ, ବଉଳ, ସାହାଡ଼ା, ବଜରମୁଲି ଆଦିକୁ ଦାନ୍ତକାଠି କର । ଆମେ ବ୍ରସରେ ଦାଂତଘସି ଦାନ୍ତ ମୂଳ ଖାଇଯାଉଛି । ଭବିଷ୍ୟତରେ ଦାନ୍ତ ଦୃବଲ ହେବ । ହଁ ଦେଖ ଦାନ୍ତକାଠି ରେ ଘସିଲାପରେ ପାଟି ଧୋଇ ସନ୍ଧବ ଲୁଣ ଟିପେ ଓ ସୋରିଷ ତେଲ ତିନି ବୁନ୍ଦାରେ ଦାନ୍ତ ମାଡ଼ି ଘଷିବୁ । ବ୍ରଜ ଏବେ କହିଲା ବିନ୍ଧାତ କମିଗଲା । ହଁ ଚାରି ଘଣ୍ଟା କାମ କରିବ । ପୁଣି ବିନ୍ଧିବ ବ୍ରଜ କହିଲା ହଁ ଓସଦ ଖାଇବୁ ।ଚାରିଟା ଦୁଇଦିନ ଯିବ ତା ପରେ ପୁଣି ଦରକାର ପଡ଼ିଲେ କିଣିନେବୁ । 


Rate this content
Log in