Kamal Kumar Dash

Others

3  

Kamal Kumar Dash

Others

ଫ୍ଲାଇଟ

ଫ୍ଲାଇଟ

2 mins
224


ରାକେଶ ର ବୟସ 50 ହେବ । ରାକେଶ ଓ ତାର ଶ୍ରୀମତୀ ବାହାରିଲେ ବାଙ୍ଗାଲୋର ପୁଅ ପାଖକୁ । ତାଙ୍କର ଫ୍ଲାଇଟ ଭୁବନେଶ୍ୱର ରୁ ବାଙ୍ଗାଲୋର ଉଠିଲା । କିଛି ସମୟ ପରେ ସେ ଦେଖିଲା କି ପାଖ  ସିଟରେ ଜଣେ ମହିଳା ବସିଛନ୍ତି । ହସିକି ଗୁଡ଼ ମର୍ଣ୍ଣି କହିଲା ସେଏ ବି ଗୁଡ଼ ମର୍ଣ୍ଣି କହିଲେ । ତାଙ୍କ ମୁଁହରେ ହସ ଦେଖି ରାକେଶ ଫେରି ଯାଉଥିଲା ପୁରୁଣା ଦିନକୁ । ତାର ମନେପଡି ଯାଉଥିଲା ସ୍କୁଲ ଦିନର ସାଥି କଳ୍ପନା କଥା ,ତାର ହସ ହସ ସୁନ୍ଦର ମୁଁହ , ଗୋଲ ଚଷମା ଓ  କର୍ଲି ହେୟାର  । ପାଖରୁ ସିଟରୁ ଶ୍ରୀମତୀ କହିଲା କଣ ଏତେ ଚିନ୍ତା କରୁଛ ? କିଛି ସମୟ ପରେ ସେ ଭଦ୍ର ମହିଳା ପଚାରିଲେ ଆପଣ କଣ ଖୋର୍ଦ୍ଧାରେ ରୁହନ୍ତି ? ସେ କହିଲେ ଖୋର୍ଦ୍ଧାରେ ଥିଲି ହେଲେ ଏବେ ଭୁବନେଶ୍ୱରରେ ରହୁଛି ,ମୁଁ ବି ତୁମକୁ କେଉଁଠି ଦେଖିଲା ଭଳି ଲାଗୁଛି । ଶ୍ରୀମତୀ ପଛରୁ କହୁଥିଲେ ସବୁଠି ସମସ୍ତେ ତୁମକୁ ଚିହ୍ନା ଚିହ୍ନା ଲାଗୁଛନ୍ତି ଚୁପ ଚାପ ବସ । ରାକେଶ ହସୁଥିଲା ସେ ସ୍ତ୍ରୀ ଲୋକ ଜଣକ ପଚାରିଲେ ଆପଣ ରାକେଶ ମିଶ୍ର ନା ? ରାକେଶ ନିଜ ନାଆଁ ଶୁଣି ସ୍ତବ୍ଧ ହୋଇଗଲା । ସେ କହିଲା ହଁ ,.ହେଲେ ଆପଣ କେମିତି ଜାଣିଲେ, ଆପଣ ବୋଧେ ଖୋର୍ଦ୍ଧାରେ ପଢୁ ଥିଲେ ? ରାକେଶ ଫୁଣି ଧୀରେ କହିଲା  , ତାର ବୋଧେ ବିଶ୍ୱାସ ହେଉ ନଥିଲା ଓ ପାଖରେ ବସିଥିବା ସ୍ତ୍ରୀଙ୍କୁ ଡର ବି ଥିଲା । କିଛି ସମୟ ପରେ ସେ ସ୍ତ୍ରୀ ଲୋକ ଜଣଙ୍କ କହିଲେ ଆରେ ରାକେଶ ମୁଁ କଳ୍ପନା କଣ ଚିହ୍ନି ପାରୁନୁ ? ରାକେଶ ହସିଲା ଓ କହିଲା ମୁଁ ବି ସେଇଆ ଭାବୁଥିଲି ହେଲେ କହି ପାରୁ ନଥିଲି । ତା ପରେ ନିଜ ସ୍ତ୍ରୀ ଙ୍କ ସାଙ୍ଗରେ କଳ୍ପନାର ପରିଚୟ କରାଇଦେଲା । କହିଲା ଆମେ ସାଙ୍ଗ ହୋଇ 5ମ ଶ୍ରେଣୀ ଯାଏଁ ପଢୁ ଥିଲୁ । ତାଙ୍କ ସ୍ତ୍ରୀ ହସିଲେ ଓ କହିଲେ ନମସ୍କାର ଦିଦି କହିଲେ । କଳ୍ପନା ମାଡାମ ତାଙ୍କ ଝିଅ ପାଖକୁ ଯାଉଥିଲେ । 40 ବର୍ଷ ପରେ ଜଣେ ସାଙ୍ଗକୁ ପାଇଁ ଖୁସି ଥିଲା ରାକେଶ । ସାଙ୍ଗ ହୋଇ ବାଙ୍ଗାଲୋର ବୁଲିବାର ପରି କଳ୍ପନା କରୁଥଲେ ଶ୍ରୀମତୀ ଓ କଳ୍ପନା ଫୋନ ନମ୍ବର ଆଦାନ ପ୍ରଦାନ ପରେ ।ରାକେଶ ବଡ଼ ଓ ଛୋଟ କଳ୍ପନା ଭିତରେ ଥିବା ସାମଂଜସ୍ୟ ଖୋଜୁଥିଲା ନିଜ ଚଷମା ଢଙ୍କା ଆଖି ଭିତରେ ।

 


రచనకు రేటింగ్ ఇవ్వండి
లాగిన్