Amiya Bej

Others

3  

Amiya Bej

Others

ପେଣ୍ଟିଂ

ପେଣ୍ଟିଂ

2 mins
7.0K


ପେଣ୍ଟିଂ

ଅମିୟ ବେଜ୍

     {୧} - ଆରେ ଶ୍ରୀ, ଟିକେ ଧରିଦେଲୁ ଚେୟାରଟା ! ନାତି ଶ୍ରେୟାଂଶ୍ କୁ ମୁଁ ଡାକୁଥିଲି । - କ'ଣ କରିବ ଗ୍ରାଣ୍ଡଫାଦର୍ ? - ତୋ ବୁଢ଼ୀମା' ଫଟୋଟା କାନ୍ଥରେ ଟାଙ୍ଗିଦେବା ଟିକେ । - କେଉଁଠି ? - ଏଇ ତୋ ପେଣ୍ଟିଂ ପାଖରେ । ତୋ ବାପା ବି ସୁନ୍ଦର ଚିତ୍ର ଆଙ୍କେ । ଆମର ସେତେବେଳେ ମାଟିକାନ୍ଥ । ସେଥିରେ ବି ସେ ରଂଗ ପେନସିଲ୍ ରେ ନଦୀ, ପାହାଡ଼, ଚଢ଼େଇ ଆଦି ନିଖୁଣ ଆଙ୍କିଦିଏ । ମୁଁ ଅବଶ୍ୟ ତୋ ପରି ଏତେ ରଙ୍ଗତୂଳୀ ତାକୁ ଦେଇପାରି ନଥିଲି । ବାପ ଗୁଣେ ପୁଅ । ତୁ ବି ଖୁବ୍ ଭଲ ଆଙ୍କୁଛୁ । ତୋ ଜେଜେମା' ବି ଭାରି ସୁନ୍ଦରୀ ଥିଲା । ନୁହେଁରେ ? ସେ ତୋ ସୁନ୍ଦର ପେଣ୍ଟିଂ ଭିତରେ ରହିଲେ ଖୁସି ହେବ । - କିନ୍ତୁ ଏତେବଡ଼ ଫଟୋଟିଏ ପାଇଁ ଜାଗା କାଇଁ ଜେଜେ ? - ତୋ ଏଇ ମଝି ପେଣ୍ଟିଂଟାକୁ ସେକଡ଼କୁ କରିଦେବା । ଏଇଠି ଜେଜେମା' ରହିଲେ ମୋ ବିଛଣାକୁ ସିଧା ସିଧା ଦିଶିବ । ହେ ହେ ହେ...॥ - ନୋ, ନେଭର୍ । ଏସବୁ ମୋ ଆଓ୍ୱାର୍ଡ଼ ଉଇନିଂ ପେଣ୍ଟିଂ, ବୁଝିଲ ? ତୁମେ ତାଙ୍କୁ ସେକଡ଼େ ଟାଙ୍ଗିଦିଅ । ଚେୟାର ନଧରି ଶ୍ରୀ ଚାଲିଗଲା ତା ମା' ପାଖକୁ ।

     {୨} ପିଲାଟାର ମନ ଊଣା ହୋଇଗଲା ମୋ ଯୋଗୁଁ । ଆମମାନଙ୍କ ପ୍ରତି ଆବେଗ ଆସିବ ବା କୁଆଡ଼ୁ ? ଆରମ୍ଭରୁ ତ ଦୂରରେ ରହିଲେ । କାମକାର୍ଯ୍ୟ ଅବା ବାର୍ଷିକ ଛୁଟି ମନେଇବାକୁ ଆସି ପହଞ୍ଚନ୍ତି ପୁଅ-ବୋହୂ-ନାତି । ସେ ସମୟରେ ସେମାନଙ୍କ ଚର୍ଚ୍ଚା ପାଇଁ ଆମ ଦାୟିତ୍ୱ ବଢ଼ିଯାଏ, କେମିତି ପିଲାଏ ହସଖୁସିରେ ଫେରିବେ !! ତେଣୁ ଶ୍ରେୟାଂଶ୍ ର ଜେଜେମା' ଫଟୋ ପାଇଁ ମନ ଊଣା ହେବା ସ୍ୱାଭାବିକ । ମୁଁ ନିଜକୁ ନିଜେ ବୁଝାଉଥିଲି ।

     {୩} - ଡୋଣ୍ଟ ଓ୍ୱରୀ ! ପାପା ଅଫିସରୁ ଫେରନ୍ତୁ, ଏଇ ପ୍ରୋବ୍ଲେମ୍ ର ଗୋଟେ ପରମାନେଣ୍ଟ୍ ସଲ୍ୟୁସନ୍ କାଢ଼ିବା । କୁଲ୍ ବେଟା କୁଲ୍ । ୟୋର୍ ପେଣ୍ଟିଂସ୍ ଶାଲ୍ ନେଭର୍ ବି ରିମ୍ୟୁଭ୍ଡ୍ ଆଟ୍ ଏନି କଷ୍ଟ୍ !!! ସେପଟୁ ବୋହୁ ଇଂରାଜୀ-ହିନ୍ଦୀ-ଓଡ଼ିଆ ମିଶାଇ ଏକ ବିଚିତ୍ର ଭାଷାରେ ଶ୍ରେୟାଂଶ୍ କୁ ବୁଝାଉଥିଲା !!!!

ଘଟଗାଁ, କେନ୍ଦୁଝର

*****


Rate this content
Log in