STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ପଦଚିହ୍ନ ,,,,,,,,,,,,

ପଦଚିହ୍ନ ,,,,,,,,,,,,

2 mins
11

କଙ୍କଡାଟି ଓଦା ବାଲିରେ ପାଦ ଥାପି ଥାପି ଯାଉଥିଲା ଆଗକୁ ଆଗକୁ ଚାଲି. ପଛକୁ ବୁଲି ଚାହିଁ ହସୁଥିଲା ଖିଲିଖିଲି କାରଣ ପଛରେ ଓଦା ବାଲି ଉପର ପଡିରହିଥିବା ତା ପାଦ ଚିହ୍ନ ଗୁଡିକ ଖୁବ ସୁନ୍ଦର ଦେଖାଯାଉଥିଲା ଓ ସେଗୁଡିକ ଦେଖି ସେ ଖୁବ ଖୁସି ଅନୁଭବ କରିଚାଲିଥିଲା. ଏମିତି ଚାଲୁ ଚାଲୁ ସନ୍ଧ୍ୟା ନଇଁ ଆସିଥିଲା ଓ ସମୁଦ୍ର ଧୋଇ ନେଇଥିଲା ଲହଡି ଦ୍ୱାରା କଙ୍କଡାର ପାଦଚିହ୍ନ ସବୁକୁ ତ ରାଗରେ ନାଲି ପଡିଗଲା କଙ୍କଡା ଓ ସମୁଦ୍ରକୁ ରାଗିକି ଚାହିଁ କହିଲା ତୁମେ ସମୁଦ୍ର ଭାରି ଦୁଷ୍ଟ. କାହିଁକି ତୁମ ଉର୍ମି ଧୋଇଲା ମୋ ପାଦଚିହ୍ନ ସବୁ କରି ନଷ୍ଟ!ସମୁଦ୍ର କହିଲେ ଦେଖ ଆଗ ଆକାଶକୁ ଚାହାଁ. କଙ୍କଡାଟି ଆକାଶକୁ ଚାହିଁଲା ବେଳକୁ ନୀଡ଼ ଫେରନ୍ତା ପକ୍ଷୀମାନେ ୟୁ ଟର୍ଣ୍ଣ ଅର୍ଥାତ ଇଂରାଜୀ ବର୍ଣ୍ଣମାଳାର ଅକ୍ଷର ପରି ୟୁ ଆକାରରେ  କୋଉଠି ତ ଭି ଆକାରରେ କୋଉଠି ତ ପୁଣି କୋଉଠି ଏଲ ଆକାରରେ ଉଡି ଚାଲିଥିଲେ. ସମୁଦ୍ର କହିଲେ କଣ କିଛି ବୁଝିଲୁ କଙ୍କଡା?ତ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଥିବା କଙ୍କଡାକୁ ବୁଝେଇଦେଲେ ସମୁଦ୍ର ଯେ ପକ୍ଷୀମାନେ ନିଜ ନିଜ ସୁରକ୍ଷା ପାଇଁ ତଥା ନିଜ ଆରାମଦାୟକ ଉଡାଣ ପାଇଁ ମୁକ୍ତ ବିହଙ୍ଗର ଫେରିବା ବେଳେ ଏହିପରି ଉଡ଼ନ୍ତି. ନିଜେ ନିଜର ସୁରକ୍ଷା ପାଇଁ ଏମିତି ଉଡିବା ସହ ପବନ ଆସି ସହଜରେ ତାଙ୍କ ପାଦଚିହ୍ନ ପଡ଼ିଥିବା ଉଡ଼ନ୍ତା ଦିଗକୁ ପବନରେ ଉଡାଇ ଧୋଇ ଦେବାରୁ ଶିକାରୀ ପକ୍ଷରେ ପକ୍ଷୀମାନଙ୍କୁ ଧରିବା ମୁସ୍କିଲ ହୁଏ. 
    ସେମିତି ସମୁଦ୍ର ଦେଖାଇଦେଲେ ଗୋଠ ବାହୁଡା଼ ପଶୁ ଅର୍ଥାତ ଗାଈ, ଗୋରୁ, ଛେଳି, ମେଣ୍ଢା, ମଇଁଷି ଆଦି ପଶୁ ମାନେ ଗୋଠ ଫେରନ୍ତା ବେଳେ ଧରଣୀ ଦେହରେ ପାଦଚିହ୍ନ ରଖି ରଖି ଯାଉଥିଲେ ମଧ୍ୟ ବାଲି ସେସବୁକୁ ପୋଛି ଦେଇ ତାଙ୍କୁ ବାହ୍ୟ ଶତୃ ଆକ୍ରମଣରୁ ତଥା ସାପ, ଗୋଧି, ବିଛା ଆଦି ସରୀସୃପଙ୍କ ଆକ୍ରମଣରୁ ରକ୍ଷା କରୁଛି. ହେଲେ ମୋ ପାଦ ଚିହ୍ନ ଲିଭେଇ ତୁମେ ମତେ କାହା ଆକ୍ରମଣରୁ ରକ୍ଷା କଲ କୁହତ ସମୁଦ୍ର?ତୁମେ ମତେ ଭଲ ପାଅନା ବୋଲି ମୋ ଖୁସିକୁ ସହ୍ୟ କରି ପାରିଲ ନାହିଁ. ସମୁଦ୍ର ଟିକେ ହସି କହିଲେ ତତେ ମୁଁ ମୋ ହୃଦୟ ଭିତରେ ଲୁଚାଇ ରଖେ. ଏଇ ପଛକୁ ବୁଲି ଦେଖେ, ମାଛ ଧରାଳୀମାନେ କଙ୍କଡା ଗାତ ଖୋଜି ବୁଲୁଥିବା ବେଳେ ତୋ ପାଦଚିହ୍ନ ଦେଖି ତତେ ଧରି ନେବା ପୂର୍ବରୁ ମୁଁ ମୋ ଢେଉ ବା ଉର୍ମିମାଳା ସବୁଙ୍କୁ ପଠେଇ ସେସବୁକୁ ଧୋଇ ଠିକ ନା ଭୁଲ କରିଛି କହ. କଙ୍କଡା ଥରେ ଗୋଠ ଫେରନ୍ତା ପଶୁ ମାନଙ୍କ ପାଦଚି଼ହ୍ନ ଧୋଇ ଦେଉଥିବା ଶୁଖିଲା ବାଲି ଆଡକୁ ଚାହିଁ ଧରଣୀ ରାଣୀଙ୍କୁ ଧନ୍ୟବାଦ ଦେବା ସହ ଆକାଶକୁ ମଧ୍ୟ ଧନ୍ୟବାଦ ଦେବା ସହ ତା ଉପରେ ଉଡୁଥିବା ମୁକ୍ତ ବିହଙ୍ଗର ନୀଡ଼ ଫେରନ୍ତା ବେଳର ପଦଚିହ୍ନକୁ ଲିଭେଇ ଦେଉଥିବା ପବନକୁ ଧନ୍ୟବାଦ ଦେଇ ସମୁଦ୍ର ଭିତରେ ପଶିଯିବା ପୂର୍ବରୁ ସମୁଦ୍ରକୁ କୃତଜ୍ଞତା ଜଣେଇ ପ୍ରଣାମ କରିଥିଲା.


Rate this content
Log in