Akshayakumar Dash

Others

2  

Akshayakumar Dash

Others

ପଚାଶବର୍ଷରେ ଜୀବନସାଥି

ପଚାଶବର୍ଷରେ ଜୀବନସାଥି

2 mins
224


ବିବାହିତ ଜୀବନ ପଚାଶବର୍ଷ ବିତିଛି ଜିତନ୍ଦ୍ର କୁ । ପିଲାମାନେ ବଡହେଲେଣି।ଚାକିରୀକଲେଣି ବିବାହ କଲେଣି ।ନାତିନାତୁଣୀ ସ୍କୁଲଗଲେଣି । ଝିଅ ପୁଅ ଜୋଇଁ ବୋହୁ ନାତି ନାତୁଣୀ ମିଶି ପ୍ରସ୍ତାପ ଦେଲେ ।ବିବାହ ଦିବସ ପାଳନ କରିବେ ।ଭୁବନେଶ୍ୱରର ହିନ୍ଦୁସ୍ତାନ ହୋଟେଲରେ । ଜୁନ ମାସ ନ ତାରିଖ ରବିବାର ଦିନ ଏଗାରଟା ସମୟରେ । ସମ୍ପର୍କୀୟ ମାନକୁ ଆସିବାକୁ ଜଣେଇଲେ । ଅଜୟ ସାନଭାଇ ।ତାଙ୍କୁ ଆସିବାକୁ ଖବର ଦେଲେ । ସକଳୁସକାଳୁ ଅଜୟ ନିତ୍ୟକର୍ମ ସାରି ବହାରିପଡିଲେ ।ବସ ଧରି ପହଁଚିଲେ ଭୁବନେଶ୍ୱର ବାଣୀବିହାର ଛକରେ ।ସେଠାରୁ ଟାଉନ ବସ ଯୋଗେ ପହଁଚିଲେ ଗନ୍ତବ୍ୟ ସ୍ଥଳ ବା ହିନ୍ଦୁସ୍ଥାନ ହୋଟେଲରେ । ହୋଟେଲର ଦରଯବାନକୁ ପଚାରି ନିର୍ଦ୍ଧିଷ୍ଟ କକ୍ଷରେ ପହଂଚି ଅପେକ୍ଷା କଲେ ।


ଜିତେନ୍ଦ୍ର ବଡଭାଇ । ଆଜକୁ ପଚାଶ ବର୍ଷ ହେବ ସେତେବେଳେ ଅଜୟକୁ ତେର ବା ଚଉଦ ବର୍ଷ ଜିତେନ୍ଦ୍ରଙ୍କ ବିବାହ ହୋଇଥିଲା ମଧୁବନର ପାଞ୍ଚଗୋଛିଆ ଗ୍ରାମରେ । ବାବନ କଣ୍ଠଙ୍କ ବଡଝିଅ ମଞ୍ଜୁଲତା କଣ୍ଠଙ୍କ ସହିତ ବୈଦିକ ରୀତିରେ । ଅଜୟ ବରଯାତ୍ରୀ ଯାଇଥିଲେ । ସେତେବେଳେ ବରଯାତ୍ରୀମାନଙ୍କୁ ବହୁତ ସନମାନ ମିଳୁଥିଲା ।ମୁଣ୍ଡରେ ଚନ୍ଦନ ଫୁଲମାଳ ନିର୍ମାଲ୍ୟ ଆଦି ଦେଇ ଶ୍ରଦ୍ଧାସହ ଭୋଜନ ଦେଉଥିଲେ ।ରାତିସାରା ପୁରୋହିତ ମନ୍ତ୍ର ପଢି ବିବାହ ବା ପାଣିଗ୍ରହନ କାର୍ଯ୍ୟ ଯଥାବିଧି ସମାହିତ ହୋଇଥିଲା ।ବିବାହରେ ଯୋଗଦେଇଥିବା ପିତା ସିତାନାଥ,କକେଇ ପ୍ରଫୁଲ ସାନଭାଇ ପ୍ରଦୀପ୍ତ ବିଜୟ ଅକ୍ଷୟ (ଛଦ୍ମ ନାମ ଅଜୟ) ବିଜୟ ରବୀନ୍ଦ୍ର ନରେନ୍ଦ୍ର ଭିଣେଇ କୁଳମଣି ମିଶ୍ର ଓ ଗ୍ରାମର କେତେକ ପଡିସା ।ବଟଭାଇ ଭଲଲୋକୀ ଥିଲେ । ବଟଭାଇ ଗାଁ ର ପଡିଶା ।ବହୁତ କାମ ନେଇଆଣି ଥୋଇବା ତାଙ୍କର କାମ ।


ସେତେବେଳେ ଯୌତୁକ ମିଳିଥିଲା ରାଲେ ସାଇକେଲ।ଘରେ ପ୍ରଥମ ବଡ଼ପୁଅର ବିଭାଘର । ଜାକଜମକ ଲାଗୁଥିଲା ।ଆଖପାଖ ଗ୍ରାମର ବହୁ ଭଦ୍ର ବ୍ୟକ୍ତି କୁ ନିମନ୍ତ୍ରଣ କରାଯାଇଥିଲା ।

ଆଜି ସେ ଦିନକୁ ମନେପକାଉଥିଲେ ଅଜୟ । ଜୀବନର ଜନ୍ମରୁ ମୂତ୍ୟୁ ଭିତରେ ଖଟା ମିଠା ଅନୁଭୂତିକୁ ନେଇ ।ପାଣି ପରି ସମୟ ବହିଯାଇଛି ।କାଲିର କଥା ଆଜିକୁ ସ୍ୱପ୍ନ ଲାଗୁଛି ।ଅପେକ୍ଷାରେ ନୂଆସକାଳ କୁନେଇ।


Rate this content
Log in